Categories: ଜାତୀୟ

ମୋଦିଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ: ପୋଲିସ

ବେଙ୍ଗାଲୁରୁ,୧୩।୧: କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ତ୍ରୁଟି ହୋଇ ନ ଥିବା ହୁବଲି ପୋଲିସ ଦାବି କରିଛି। ପୋଲିସ କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଭଲ ଭାବେ ସୁରକ୍ଷା ଯାଞ୍ଚ୍‌ କରାଯାଇଥିଲା। ସୂଚନା ଅନୁଯାୟୀ, ଯେଉଁ ରାସ୍ତାରେ ଘଟଣା ଘଟିଥିଲା ସେହି ରାସ୍ତାର ସମ୍ପୂର୍ଣ୍ଣ ଅଂଶକୁ ଏସପିଜି ଜଗି ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇବାକୁ ଆସୁଥିଲେ।
ପ୍ରଧାନମନ୍ତ୍ରୀ ଗୁରୁବାର କର୍ନାଟକରେ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି। ଜାତୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ହୁବୁଲିରେ ଏକ ରୋଡ ଶୋ’ କରିଥିଲେ। ଯେଉଁଠାରେ ତାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ତ୍ରୁଟି ଦେଖାଦେଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିବ ଯେ ହୁବୁଲିର ଜଣେ ଯୁବକ ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୁଲମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ଏହା ପରେ ସୁରକ୍ଷା କର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଟାଣି ନେଇ ସେଠାରୁ ବାହାର କରିଥିଲେ।

Share