ଟୋଲ୍‌ଗେଟ୍‌କୁ ନେଇ ବଢ଼ିଲା ଅସନ୍ତୋଷ

ବାରିପଦା ଅଫିସ,୮।୪- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ନଂ. ଜାତୀୟ ରାଜପଥର ୩ଟି ସ୍ଥାନରେ ଟୋଲଗେଟ୍‌ ନିର୍ମାଣ ପରେ ଶୁଳ୍କ ଆଦାୟ ଆରମ୍ଭ ହୋଇଛି। ଜିଲାବାସୀ ଉକ୍ତ ରାଜପଥ ଦେଇ ମୁଖ୍ୟାଳୟକୁ ଆସିବାକୁ ହେଲେ ଦୁଇଟି ଗେଟରେ ଶୁଳ୍କ ଦେବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା ଆଦିବାସୀ ଅଧ୍ୟୁଷିତ ଏହି ଜିଲାବାସୀଙ୍କ ପାଇଁ ନିଶୁଳ୍କ ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଜିଲାଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିିଛି। ଝାରପୋଖରିଆଠାରୁ ୧୩ କି.ମି. ଦୂର କୁଳିଅଣା ନିକଟ ଶୁକୁଆପଡ଼ା ଓ ସେହିଠାରୁ ୭୩.୪୩୮କି.ମି. ଦୂର ବୈଶିଙ୍ଗା ନିକଟ ପଦ୍ମଲାଭପୁର ଏବଂ ଝାରପୋଖରିଆ-କେନ୍ଦୁଝରକୁ ସଂଯୋଗ କରୁଥିବା ୪୯ନଂ. ଜାତୀୟ ରାଜପଥର ଯଶିପୁର ନିକଟ ହାଣ୍ଡିପୁହାଣ ଆଦି ତିନୋଟି ସ୍ଥାନରେ ଟୋଲଗେଟ କାର୍ଯ୍ୟକ୍ଷମ ହୋଇଛି। ଝାରପୋଖରିଆ ଠାରୁ ପଡ଼ୋଶୀ ବାଲେଶ୍ୱର ଜିଲା ନହରପାଟଣା ପର୍ଯ୍ୟନ୍ତ ୮୧କି.ମି. ଓ ଝାରପୋଖରିଆରୁ କେନ୍ଦୁଝର ରାଜପଥର କାର୍ଯ୍ୟ ସରିଥିବା ବେଳେ ଗଳାପୋଲ ଓ ଫ୍ଲାଏ ଓଭରର କାର୍ଯ୍ୟ ଚାଲୁ ରହିଛି। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାଜପଥରୁ ଟୋଲଗେଟ ମାଧ୍ୟମରେ ଶୁକ୍କ ଆଦାୟ କରିବାର ନିୟମ ରହିଛି। ଉଭୟ ଟୋଲଗେଟର ୨୦କି.ମି. ପରିସୀମାରେ ଥିବା ଜନସାଧାରଣ ମାସିକିଆ ଏକକାଳୀନ ୧୯୦ଟଙ୍କା ଶୁଳ୍କ ଦେଇ ଯାତାୟାତ କରିପାରିବେ ବୋଲି ଫଳକରେ ସୂଚନା ଦିଆଯାଇଛି। ତେବେ ୨୦ କି.ମି ପରିଧି ମଧ୍ୟରେ ଥିବା ଜନ ସାଧାରଣ ନିଶୁଳ୍କ ବ୍ୟବସ୍ଥା ଗହଣ କରିବା ପାଇଁ ଦାବି କରିଛନ୍ତି।
ଜାତୀୟ ରାଜପଥ ନିୟମାନୁଯାୟୀ ଅତିକମ୍‌ରେ ୬୦କି.ମି. ଦୂରତାରେ ଗୋଟିଏ ଲେଖାଏ ଟୋଲଗେଟ ସ୍ଥାପନ ହେବାକୁ ଥିବା ବେଳେ ୧୮ନଂ. ଜାତୀୟ ରାଜପଥର ପଦ୍ମଲାଭପୁର ଟୋଲଗେଟଠାରୁ ଜାତୀୟ ରାଜପଥ ୧୬ନଂ.ର ଶେରଗଡ଼ ଟୋଲଗେଟ ଦୂରତ୍ୱ ୨୦କି.ମି.ା ମୟୂରଭଞ୍ଜ ଜିଲାବାସୀଙ୍କୁ ଏହି ରାସ୍ତାରେ କଟକ ଓ ଭୁବନେଶ୍ୱର ଯିବା ଆସିବା କରିବା ପାଇଁ ୨୦କି.ମି. ଦୂରତ୍ୱରେ ୨ଟି ଟୋଲଗେଟରେ ଶୁଳ୍କ ଦେବାକୁ ପଡ଼ୁଛି। ସେହିପରି ଯଶିପୁର ଓ କରଞ୍ଜିଆ ଅଞ୍ଚଳରୁ ମୁଖ୍ୟାଳୟ ବାରିପଦାକୁ ଆସିବାକୁ ହେଲେ ହାଣ୍ଡିପୁହାଣ ଓ ଶୁକୁଆପୋଡ଼ାଠାରେ ଦୁଇଥର ମଧ୍ୟ ଶୁଳ୍ପ ଦେବାକୁ ପଡ଼ୁଛି। ଏହା ଜିଲାବାସୀଙ୍କ ପାଇଁ ଏକ ପ୍ରକାରର ଶୋଷଣ ବୋଲି ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳକ(ବୈଷୟିକ) ଜେ.ପି.ବର୍ମା କୁହନ୍ତି, ଶେରଗଡ଼ ଓ ପଦ୍ମଲାଭପୁର ଗେଟ୍‌ ଜାତୀୟ ରାଜପଥର ଭିନ୍ନ ଭିନ୍ନ (୧୮ନଂ. ଓ ୧୬ନଂ.) ଅଂଶରେ ଥିବାରୁ ୬୦କି.ମି. ଦୂରତା ନିୟମ ପ୍ରଜୁଯ୍ୟ ହେଉନାହିଁ ା ତେବେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୋଲଗେଟ୍‌ ସ୍ଥାନ ନିରୁପଣ ସମୟରେ ପଦ୍ମଲାଭପୁର ପରିବର୍ତ୍ତେ ଶେରଗଡ଼ ଠାରୁ ୬୦ କି.ମି. ଦୂରରେ ଗେଟ ନିର୍ମାଣ କରିଥିଲେ ଜିଲାରେ ଦୁଇଟି ଗେଟ ସ୍ଥାପନ ହୋଇପାରନ୍ତା। ଏପରିକି ଜିଲା ସଦର ମହକୁମାକୁ ଆସୁଥିବା ଜନସାଧାରଣଙ୍କୁ ଖର୍ଚ୍ଚାନ୍ତରରୁ ମୁକ୍ତି ମିଳନ୍ତା ବୋଲି ବାରିପଦା ବାସିନ୍ଦା ଅମରେନ୍ଦ୍ର ଗୋପାଲ ପାଣି ପ୍ରକାଶ କରିଛନ୍ତି ା ଜିଲାରୁ ଦୁଇଜଣ ଭାଜପା ଏମ୍‌ପି ରହିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ସମସ୍ତଙ୍କୁ ସୁହାଇବା ପରି ଟୋଲ ଶୁଳ୍କ ଧାର୍ଯ୍ୟ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି ା ତେବେ ଜିଲାବାସୀଙ୍କୁ ଟୋଲଗେଟରେ ନିଶୁଳ୍କ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri