ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା କଳି, ରାଗିକି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଦେବଗଡ଼,୨୬ା୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ବରଡାତଇଲା ଗ୍ରାମରେ ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ରାଗିଯାଇ ସ୍ତ୍ରୀ ବାପଘରକୁ ପଳାଇ ଥିବାବେଳେ ଘର ଭିତରେ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ବରଡାତଇଲା ଗ୍ରାମର ଗିରେନ କାଣ୍ଡିର (୪୦)। ସୂଚନା ଅନୁଯାୟୀ ଗତ ୨୩ ତାରିଖ ମଧ୍ୟାହ୍ନ ୧୨ଟାରେ ଗିରେନ ଏବଂ ତାଙ୍କ ସ୍ତ୍ରୀ ଗଙ୍ଗା ପୂର୍ତ୍ତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଭୟରେ ଗଙ୍ଗା ନିକଟରେ ଥିବା ନିଜ ବାପଘରକୁ ପଳାଇ ଯାଇଥିଲେ। ଗିରେନ ଘରେ ଏକୁଟିଆ ଥିବାବେଳେ ଏକ ଶାଢି ଜରିଆରେ ଘର ଭିତରେ ଝୁଲି ପଡିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଗଙ୍ଗା ଘରକୁ ଆସିବା ପରେ ସ୍ବାମୀଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ଅଭିଯୋଗ ହେବା ପରେ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ: ଘୋଡ଼ାନାଚ ପାଇଁ ଥିଲେ ପରିଚିତ

ଚୌଦ୍ବାର,୨୬।୨: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ…

ଡିନର ପୂର୍ୱରୁ ମୋଦିଙ୍କୁ ସରପ୍ରାଇଜ୍‌ ଦେଲେ ନେତାନ୍ୟାହୁ, ଭାରତୀୟ ପୋଷାକ ପିନ୍ଧି କଲେ ଏମିତି ତାଜୁବ ହୋଇଗଲେ ମୋଦି!

ନୂଆଦିଲ୍ଲୀ,୨୬।୨: ବୁଧବାର (୨୫ ଫେବୃଆରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାତ୍ରୀଭୋଜନ ପୂର୍ୱରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିଲେ। ସେ ସୋସିଆଲ…

ମୋଦିଙ୍କୁ ଭଲବନ୍ଧୁ କହିଲେ ଇସ୍ରାଏଲର ବଡ଼ ଶତ୍ରୁ, କରିଦେଲେ ଏମିତି ଦାବି…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ତାଙ୍କୁ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ…

୨୫ବର୍ଷ ବୟସରେ କରନ୍ତୁ ୧୦୦୦ଟଙ୍କାର SIP, ମାସକୁ ହେବ ୨୦ହଜାର ଟଙ୍କାର ରୋଜଗାର

ନୂଆଦିଲ୍ଲୀ,୨୬।୨: 50 ବର୍ଷ ବୟସ ପରେ କେବଳ 1,000 ର ମାସିକ SIP ପେନସନ ପରି ଆୟ ସୃଷ୍ଟି କରିପାରିବ କି? ଉତ୍ତର ହେଉଛି ହଁ, ଯଦି…

ଭାରତୀୟଙ୍କ ତୁଳନାରେ କେତେ ଧନୀ ଇସ୍ରାଏଲୀ? ଗୋଟିଏ ଦିନରେ ରୋଜଗାର କରନ୍ତି ଏତେଟଙ୍କା…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗତ ନଅ ବର୍ଷ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ପୂର୍ୱରୁ ସେ ଜୁଲାଇ…

ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ…

୧୬ ନଂ ଜାତୀୟ ରାଜପଥ ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭଦ୍ରକ, ୨୬/୨(ସନାତନ ରାଉତ)- ବୁଧବାର ରାତି ୧୨ଟାରୁ ଜାମ୍‌ ରହିଛି ୧୬ ନଂ ଜାତୀୟ ରାଜପଥ l ଭୁବନେଶ୍ୱରରୁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri