ଶୋଷଣରୁ ମୁକ୍ତ କରିବାକୁ ମିଳିତ ଦାବି ଉଠିଲା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍‌, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାର କର୍ମୀଙ୍କୁ ନେଇ ଲୋହିଆ ଏକାଡ଼େମୀଠାରେ ବୁଧବାର ମିଳିତ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ‘ରାଜ୍ୟରେ ଘରୋଇ ବିଦ୍ୟାଳୟ ପରିଚାଳନା ଓ ଫି ନିର୍ଦ୍ଧାରଣ ଆଇନ୍‌’ର ଏକ ପ୍ରସ୍ତାବିତ ଖସଡ଼ାକୁ ଉପସ୍ଥାପନ କରାଯାଇଥିଲା। ଏହିକୁ କଡ଼ାକଡ଼ି ଲାଗୁକରି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଶୋଷଣରୁ ମୁକ୍ତ କରିବାକୁ ଦାବି ଉଠିଥିଲା।
ରାଜ୍ୟରେ ଚାଲିଥିବା ବହୁ ଇଂଲିଶ ମାଧ୍ୟମ ସ୍କୁଲ୍‌ ଓ ଧାର୍ମିକ ଅନୁଷ୍ଠାନର ଓଡ଼ିଆ ସ୍କୁଲ ନିଜ ମାଲିକାନାରେ ପରିଚାଳିତ ହେବା ସହିତ ଛାତ୍ର ଓ ଅଭିଭାବକଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ ନାମରେ ଶୋଷଣ କରୁଛନ୍ତି। ନାମଲେଖା ଫି, ମାସିକ ଟ୍ୟୁଶନ ଫି, କମ୍ପ୍ୟୁଟର, ଖେଳ, ଲାଇବ୍ରେରୀ ଫି, ହଷ୍ଟେଲ, ପରିବହନ ଓ ଭିତ୍ତିଭୂମି ନିର୍ମାଣ ଇତ୍ୟାଦି ଫି’ ମନଇଚ୍ଛା ନେଉଛନ୍ତି। କରୋନା ମହାମାରୀ ସମୟରେ ବର୍ଷାଧିକ କାଳ ଶିକ୍ଷାଦାନ ବନ୍ଦ ଥିବା ସମୟରେ ଓ ଲକ୍ଷ ଲକ୍ଷ ଅଭିଭାବକ ରୋଜଗାର ହରାଇଥିବାବେଳେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ନାଁରେ କୋର୍ଟ ଓ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ସ୍କୁଲ୍‌ କର୍ତ୍ତୃପକ୍ଷମାନେ ପୂର୍ଣ୍ଣମାତ୍ରାରେ ଫି’ ଆଦାୟ କରୁଛନ୍ତି। ଅଭିଯୋଗ କଲେ ପୋଲିସ ଓ ପ୍ରଶାସନକୁ ହାତ କରି ଅଭିଭାବକଙ୍କୁ ଥାନାରେ ପୂରା ଯାଉଛି। ଫି’ ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କ ଅନଲାଇନ୍‌ ଶିକ୍ଷା ଲିଙ୍କ୍‌ କାଟିଦେଇ ସେମାନଙ୍କୁ ମାନସିକ ଓ ସାମାଜିକ ନିର୍ଯାତନା ମଧ୍ୟ ଦିଆଯାଉଛି। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଟିସି ନ ଦେଇ ହଇରାଣ କରାଯାଉଛି। ତେଣୁ ଏହା ବିରୋଧରେ ସ୍ବର ଉଠାଇବା ପାଇଁ ବୈଠକରେ ଉପସ୍ଥିତ ରାଜନେତା, ଶିକ୍ଷକ ନେତା, ସାମ୍ବାଦିକ ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri