ନୌବାଣିଜ୍ୟ ସହ ସାଂସ୍କୃତିକ ମିଳନ ହେଉଥିଲା

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲାର ନୌବାଣିଜ୍ୟ ପରମ୍ପରା ପ୍ରାଚୀନ। ସାଧବ ପୁଅ କନିକା ଉପସାଗରରୁ ବାଲି, ସିଂହଳ, ଜାଭା ଆଦି ଦେଶକୁ ଯାଇ ବ୍ୟବସାୟ କରୁଥିଲେ। ଏହା ବ୍ୟବସାୟ ମଧ୍ୟରେ ସୀମିତ ନ ରହି ସାଂସ୍କୃତିକ ମିଳନ ହେଉଥିଲା। ଏହାର ପ୍ରତ୍ୟକ୍ଷ ନିଦର୍ଶନ କେନ୍ଦ୍ରାପଡ଼ା ଜିଲା ସାରା ଦେଖାଯାଉଛି ବୋଲି ଜିଲା ବୋଇତ ବନ୍ଦାଣ ସମିତିର ୫୩ ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ପ୍ରକାଶ କରିଛନ୍ତି। ସହରର ଟାଉନହଲଠାରେ ସମିତି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଶିକ୍ଷାବିତ ଅଜୟ କୁମାର ରାଉତ, ଶିକ୍ଷାବିତ ଡ. ରାଜେନ୍ଦ୍ର ତ୍ରିପାଠୀ, ଗବେଷକ ଡ. ସର୍ବେଶ୍ୱର ସେଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ପ୍ରକାଶ କରିଥିଲେ, ଖୁଦୁରୁକୁଣୀ ଓଷାର ମୁଖ୍ୟନାୟିକା ସାଧବ ଝିଅ ତଅପୋଈର ଘର ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବୋଲି ବିଭିନ୍ନ ତଥ୍ୟକୁ ବିଶ୍ଲେଷଣ କଲେ ସୂଚନା ମିଳୁଛି। ଏଥିସହ ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ମହାକାଳପଡା ବ୍ଲକ ଅଞ୍ଚଳରେ ନୌବାଣିଜ୍ୟ ପରମ୍ପରାର ସ୍ମାରକୀ ଭାବେ ମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ନିଦର୍ଶନ ଦେଖିବାକୁ ମିଳୁଛି। ପଟ୍ଟାମୁଣ୍ଡାଇରେ ନଦୀଭିତ୍ତିକ ବନ୍ଦର, ପେଣ୍ଠ ସମୁଦ୍ର ପଥଠାରୁ ଆରମ୍ଭ କରି ଦରିଆ ନାହାକାଣୀ, ଅଲେକ ନାହାକାଣୀ, ଦରିଆ ରାମଚଣ୍ଡୀ, ପଞ୍ଚ ବରାହୀ ଆଦି ନୌବାଣିଜ୍ୟର ସ୍ମାରକୀ ଅଛି। ଜଳ ଘଡି, ଫଲ୍‌ସ ପଏଣ୍ଟ ହାରବର ଆଦି ଜନଜୀବନ ସହିତ ସଂଶ୍ଲିଷ୍ଟ ହୋଇଛି। ତୃତୀୟ ଶତାବ୍ଦୀରୁ ନୌବାଣିଜ୍ୟ ପରମ୍ପରା ଏଠାରୁ ଆରମ୍ଭ ହୋଇଛି। ଷୋଡ଼ଶ ଶତାବ୍ଦୀରେ ଜଳଯାତ୍ରାରେ ଆଧିପତ୍ୟ ବିସ୍ତାର କରିଥିବା ସାଧବ ପୁଅ ଯୁଦ୍ଧକ୍ଷେତ୍ରରେ ମଧ୍ୟ ପାରଙ୍ଗମ ଥିଲେ। ୧୬୮୦ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋଟିଏ ଜାହାଜରୁ ବିଭିନ୍ନ ସାମଗ୍ରୀ କନିକା ଉପସାଗରରେ ଜୋରଜବରଦସ୍ତ ସାଧବ ପୁଅମାନେ ଓହ୍ଲାଇ ଦେଇଥିବା ଇତିହାସ ଅଛି। ସେହିପରି ୧୮୬୫ରେ ମରହଟ୍ଟା ସୈନିକ କନିକା ନୌଶକ୍ତି ଆଗରେ ହାର ମାନିଥିଲେ। ତେବେ ନୌବାଣିଜ୍ୟ ପରମ୍ପରା ଏବେ ହଜିଛି। ନଦୀ, ସମୁଦ୍ରଠାରୁ ନିଜ ପାଇଁ ଉଦ୍ଦିଷ୍ଟ ପୋଖରୀ ଗଡ଼ିଆ ଜଳ ଏବେ ପ୍ରଦୂଷଣ ବଳୟରେ ଅଛି। ଜଳପଥ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଜଳଉତ୍ସ ସଂରକ୍ଷଣ ଏବେ ଚିନ୍ତାର ବିଷୟ ହୋଇଥିବା ଅତିଥିମାନେ ପ୍ରକାଶ କରିଛନ୍ତି। ସଭାପତି ଚିନ୍ମୟ ପ୍ରସାଦ ବେଉରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସଞ୍ଜୟ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିପରି ଜିଲା ବାଲିଯାତ୍ରା କମିଟି ପକ୍ଷରୁ ସହରର ନୂଆବସ୍‌ଷ୍ଟାଣ୍ଡ ନିକଟ ଗୋବରୀ ନଦୀରେ ସମ୍ପାଦକ ସଞ୍ଜୟ ଜେନାଙ୍କ ଅଧ୍ୟକ୍ଷତାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏଥିରେ ମୁଖ୍ୟଅତିଥି ଭାବେ ଗରାପୁରସ୍ଥ ଶିବାନନ୍ଦ ଆଶ୍ରମ ଅଧ୍ୟକ୍ଷା ଶ୍ରୀମା ସ୍ବାମୀ ଦିବ୍ୟ ସ୍ବରୂପାନନ୍ଦ ସରସ୍ବତୀ ଯୋଗଦେଇଥିଲେ।
ପଟ୍ଟାମୁଣ୍ଡାଇ, (ସ୍ବ.ପ୍ର.): କାର୍ତ୍ତିକ ପୂର୍ଣ୍ଣମୀରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା। ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବ୍ରାହ୍ମଣୀ ନଦୀକୂଳରେ ସାଧବ ପୁଅ, ସାଧବ ବୋହୂଙ୍କ ଗହଣରେ ବୋଇତ ବନ୍ଦାଣ ଉତ୍ସବ ହୋଇଥିଲା। ପରେ ସୁସଜ୍ଜିତ ବୋଇତକୁ ନଦୀ ଗର୍ଭକୁ ନିଆଯାଇଥିଲା। ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ସାମାଜିକ କର୍ମୀ କିଶୋର ସାହୁ, ବୁଢା ଲେଙ୍କା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri