ଡିସେମ୍ବର ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବ!

ଓ୍ବାଶିଂଟନ,୨୯।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏହା କବଳରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ ଚଳେ। ଦିନକୁ ଦିନ ସେଠାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ଆମେରିକାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ନିକଟରେ କରୋନା ସଂକ୍ରମଣ ଓ ମୃତ୍ୟୁକୁ ନେଇ ଓ୍ବାଶିଂଟନ ୟୁନିଭର୍ସିଟିର କେତେଜଣ ଗବେଷକ କହିଛନ୍ତି ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବେ ବଢି ଚାଲିଛି ଡିସେମ୍ବର ଶେଷ ସୁଦ୍ଧା ଏହା ୩ ଲକ୍ଷ ଅତିକ୍ରମ କରିପାରେ। ସୂଚନାଯୋଗ୍ୟ, ଏବେସୁଦ୍ଧା ସେଠାରେ କରୋନା ସଂକ୍ରମଣରେ ୮୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଗକୁ ମଧ୍ୟ ଏହା ବଢିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି।

Share