ସାମାଜିକ କାର୍ଯ୍ୟରେ ଶାନ୍ତି ମିଳେ

୮୦ ଦଶକରେ ବର୍ତ୍ତମାନ ଭଳି ନିଯୁକ୍ତି ସୁଯୋଗ ନ ଥିଲା। ତେଣୁ ଉଚ୍ଚ ଶିକ୍ଷା ଶେଷ ପରେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିବାକୁ ଜେଜେବାପା ପରାମର୍ଶ ଦେଇଥିଲେ। ବୁଦ୍ଧରାଜ ଗ୍ରୁପ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ପ୍ରକଳ୍ପଗୁଡ଼ିକୁ ସଫଳତାର ସହ ସମ୍ପୂର୍ଣ୍ଣ କରି ସୁନାମ ଅର୍ଜିଥିଲା। ବୁଦ୍ଧରାଜ ପରିବାରର ବ୍ୟବସାୟକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ନାରାୟଣୀ ଗ୍ରୁପ୍‌ ପ୍ରତିଷ୍ଠା କରିଥିଲେ ପୁରୁଷୋତ୍ତମ ବୁଦ୍ଧରାଜ। ସେ ନାରାୟଣୀ ଗ୍ରୁପ୍‌ର ସଫଳ ଯାତ୍ରା ସମ୍ପର୍କରେ ଧରିତ୍ରୀ ସହ ଅନେକ କଥା ଶେୟାର କରିଛନ୍ତି।

ନାରାୟଣୀ ଗ୍ରୁପର ଯାତ୍ରା କିଭଳି ଜାରି ରହିଛି?
ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷ କରି ବାପାଙ୍କ ସହ ପାରିବାରିକ ବ୍ୟବସାୟରେ ଯୋଗଦେଇଥିଲି। ଦୀର୍ଘ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସାଙ୍ଗକୁ ଲୋକ ସମ୍ପର୍କ ରଖି ପାରଦର୍ଶିତା ପ୍ରଦର୍ଶନ କରିଥିଲି। ୨୦୦୪ରେ ମାରୁତି କମ୍ପାନୀ ପକ୍ଷରୁ ଡିଲରଶିପ୍‌ କାରବାରର ସୁଯୋଗ ମିଳିଥିଲା। ନାରାୟଣୀ ମୋଟର୍ସର ଯାତ୍ରା ଆରମ୍ଭ କରି ୧୮ ବର୍ଷ ମଧ୍ୟରେ ଅନେକ ସଫଳତା ମିଳିଛି। ଗୋଟିଏ ପରେ ଗୋଟିଏ ଶାଖା ସମ୍ପ୍ରସାରଣ କରିଚାଲିଛି। ପ୍ରମୁଖ ବଜାର ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ନାରାୟଣୀ ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଯେଉଁ ଆଶା ନେଇ ଗାଡ଼ି ବ୍ୟବସାୟରେ ପାଦ ଦେଇଥିଲି, ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦରେ ସେଥିରେ ଅନେକ ଆଗକୁ ଯାଇଛି।
ଅଟୋମୋବାଇଲ ବ୍ୟବସାୟ ଆଗରେ ଥିବା ସମସ୍ୟାର ସମାଧାନ ପାଇଁ କ’ଣ କରିବାକୁ ପଡୁଛି?
୨୦୨୦ ପର୍ଯ୍ୟନ୍ତ ଗାଡ଼ିକୁ ମଧ୍ୟମ ବର୍ଗ ପରିବାର ବଡ଼ ସମ୍ପତ୍ତି ବୋଲି ବିବେଚନା କରୁଥିଲେ। ହେଲେ ୨୦୨୦ ମାର୍ଚ୍ଚ ପରେ ଅଟୋମୋବାଇଲ କ୍ଷେତ୍ର ପାଇଁ କୋଭିଡ୍‌ ମହାମାରୀ ଅନେକ ସମସ୍ୟା ଆଣିଥିଲା। ଗାଡ଼ିର ଚାହିଦା ଥିଲେ ମଧ୍ୟ କୋଭିଡ୍‌ ଯୋଗୁ କମ୍ପାନୀଗୁଡ଼ିକର ଉତ୍ପାଦନ ଓ ଯୋଗାଣ ବ୍ୟାପକ ହ୍ରାସ ଘଟିଥିଲା। ସେହି ସମୟରେ ବିଭିନ୍ନ ଯନ୍ତ୍ରାଂଶ, ଆଲୁମିନିୟମ୍‌ ଏବଂ ତମ୍ବା ସାମଗ୍ରୀର ଦର ବୃଦ୍ଧି ହୋଇଥିଲା। ଭାରତ-ଚାଇନା ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଫଳରେ ଯନ୍ତ୍ରାଂଶ ଓ ସେମିକଣ୍ଡକ୍ଟର ଅଭାବ ଯୋଗୁ ଯାନ ନିର୍ମାଣ ହୋଇପାରୁନାହିଁ। ସେହିଭଳି କୋଭିଡ୍‌ କଟକଣା ସାଙ୍ଗକୁ ଶ୍ରମିକ ଅଭାବୀ ମଧ୍ୟ କମ୍ପାନୀ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏସବୁ ଭିତରେ ବର୍ତ୍ତମାନ ଗାଡ଼ି ବ୍ୟବସାୟ ଏକପ୍ରକାର ମାନ୍ଦା ରହିଛି। ତେବେ ଆଗକୁ ପୂର୍ବାବସ୍ଥା ଫେରିବା ଆଶା ରହିଛି। ସେହିପରି ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ବିଳମ୍ବରେ ହେଉ ପଛେ ସେମାନଙ୍କ ଚାହିଦା ପୂରଣ କରାଯାଉଛି। ଲୋକସମ୍ପର୍କ ଓ ପ୍ରତିଷ୍ଠାନର ପରିଚୟ ଯୋଗୁ ବ୍ୟବସାୟ ତିଷ୍ଠି ରହିଛି।
ଆପଣଙ୍କର ଆଗାମୀ ଯୋଜନା କ’ଣ ରହିଛି?
ଇଲେକ୍ଟ୍ରିକ୍‌ ଭେହିକିଲ (ଇଭି)କୁ ନେଇ ଏବେ ସରକାର ସକାରାତ୍ମକ ଯୋଜନା କରୁଛନ୍ତି। ତୈଳ ଦର ବୃଦ୍ଧି ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ସବୁ ସ୍ତରରେ କାର୍ଯ୍ୟ କରାଯାଉଛି। ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ସ୍ତରର ଇଭି ନିର୍ମାତାଙ୍କ ସହଯୋଗରେ ଭୁବନେଶ୍ୱରରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା ଯୋଜନା ରହିଛି। ତା’ ସହ ରାଜ୍ୟର ପ୍ରଥମ ନେକ୍ସାର ସର୍ଭିସିଂ ସେଣ୍ଟର ମଧ୍ୟ ଭୁବନେଶ୍ୱରରେ ଖୋଲାଯିବ। ସେହିଭଳି ନାରାୟଣୀ ମୋଟର୍ସର ବିଭିନ୍ନ ଶୋ’ରୁମ୍‌ ସମ୍ପ୍ରସାରଣ ଯୋଜନା ମଧ୍ୟ ରହିଛି।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି ?
ବ୍ୟବସାୟରେ ପ୍ରତିଯୋଗିତା ରହିଥିବାରୁ ସମୟ ବାହାର କରିବା କଷ୍ଟକର। ଏହା ଭିତରେ ସୁବିଧା ଦେଖି ଉଭୟ ବ୍ୟବସାୟିକ ଓ ପରିଭ୍ରମଣ କାର୍ଯ୍ୟରେ ଦେଶ ବିଦେଶ ଯିବାକୁ ଭଲ ଲାଗେ।
ପରିବାର ଓ ପ୍ରତିଷ୍ଠାନ ମଧ୍ୟରେ ସମନ୍ବୟ କିଭଳି ରଖୁଛନ୍ତି?
ପରିବାର ଓ ପ୍ରତିଷ୍ଠାନ ପାଇଁ ସମାନ ସମୟ ଦେଇ କର୍ତ୍ତବ୍ୟ ତୁଲାଇବାକୁ ଚେଷ୍ଟା କରିଥାଏ। ସବୁ ସ୍ତରରେ ଉଭୟ ପକ୍ଷର ସହଯୋଗ ଓ ସହାୟତା ମିଳିଆସିଛି। ବିଶେଷକରି ଘରେ ରହିଲେ ବାହାର ଓ ଭିତରର ଅନେକ କାର୍ଯ୍ୟରେ ମୁଁ ନିଜକୁ ନିୟୋଜିତ କରିଥାଏ। ସେହିଭଳି ଅଫିସ ଆସିଲେ ସବୁ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥାଏ।
ସାମାଜିକ କାର୍ଯ୍ୟରେ ଯୋଗଦେବାର ରହସ୍ୟ କ’ଣ ?
ଆମ ଘରର ଆଉ ଏକ ପରିଚୟ ରହିଛି। ବିଭିନ୍ନ ସାମାଜିକ ସଂସ୍ଥାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ଆମ ପରିବାରର ସହଯୋଗ ରହିଆସିଛି। ସେସବୁ ଦୃଷ୍ଟିରୁ ପରିବାର ସଦସ୍ୟ ସଂସ୍ଥାଗୁଡ଼ିକ ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡିତ। ସାମାଜିକ କାର୍ଯ୍ୟରେ ସାମିଲ ହେଲେ ଶାନ୍ତି ମିଳେ। ତେଣୁ ମୁଁ ଅନେକ ସାମାଜିକ ଅନୁଷ୍ଠାନ ଓ କାର୍ଯ୍ୟରେ ସାମିଲ ରହୁଛି।
ସଫଳତାର ଶ୍ରେୟ କାହାକୁ ଦେବେ?
ସଫଳତା ଦିନକ ମଧ୍ୟରେ ମିଳି ନ ଥାଏ। ସଫଳତା ପାଇବାକୁ ହେଲେ ଶ୍ରେଷ୍ଠ ଉଦ୍ୟମ ଲୋଡ଼ା। ବାପା ଓ ଜେଜେବାପାଙ୍କ ଆଶୀର୍ବାଦରୁ ଆଜି ପର୍ଯ୍ୟନ୍ତ ମୋତେ ଆଉ ମୋର ପ୍ରତିଷ୍ଠାନକୁ ସଫଳତା ମିଳିଛି। ଭଗବାନଙ୍କ ଆଶୀର୍ବାଦ ସହିତ ସହକର୍ମୀଙ୍କ ବିଶ୍ୱାସ, ଭରସା ଓ ଭଲ ପାଇବାରୁ ଏଭଳି ଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri