Categories: ଫୁରସତ

ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ

ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଆଦୌ ମଶା ନାହାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ।

ଏପରି ଦେଶ ହେଉଛି ଉତ୍ତର ଆଣ୍ଟ୍‌ଲାଟିକ୍‌ ମହାସାଗରସ୍ଥିତ ଆଇସ୍‌ଲାଣ୍ଡ। ଏହି ଦେଶରେ ପ୍ରାୟ ୧୩୦୦ ପ୍ରକାର ଜୀବ ରହିଛନ୍ତି। ମାତ୍ର ଗୋଟିଏ ହେଲେ ମଶା ନାହାନ୍ତି। ଏହାର ପଡ଼ୋଶୀ ଦେଶ ଗ୍ରୀନ୍‌ଲାଣ୍ଡ୍‌, ସ୍କଟ୍‌ଲାଣ୍ଡ, ଡେନ୍‌ମାର୍କରେ ବହୁ ମାତ୍ରାରେ ମଶା ଦେଖା ଦେଉଥିବା ବେଳେ ଆଇସ୍‌ଲାଣ୍ଡରେ ଗୋଟିଏ ହେଲେ ମଶା ନାହାନ୍ତି। ଯାହାକି ଗବେଷକଙ୍କ ପାଇଁ ଆନନ୍ଦର ବିଷୟ।

ମଶା ଜନ୍ମ ପାଇଁ ଅପରିଷ୍କାର ସ୍ଥାନ ଏବଂ ଜଳାଶୟ ଉତ୍କୃଷ୍ଟ ସ୍ଥାନ। ମାତ୍ର ଆଇସ୍‌ଲାଣ୍ଡରେ କୌଣସି ସ୍ଥିର ଜଳ ନାହିଁ। ତେଣୁ ମଶା ହେବାର ସମ୍ଭାବନା ନାହିଁ। ଆଉ ଗୋଟିଏ କାରଣ ହେଲା ଏଠାରେ ତାପମାତ୍ରା ବହୁତ କମ୍‌। ଯାହାକି ୩୮ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଠାରେ ପାଣି ଖୁବ୍‌ଶୀଘ୍ର ବରଫ ପାଲଟିଯାଏ। ଯେଉଁ କାରଣରୁ ମଶାଙ୍କ ପ୍ରଜନନ ଅସମ୍ଭବ। ଆଉ କିଛି ବୈଜ୍ଞାନିକ କହିଛନ୍ତି, ଏଠାକାର ପାଣି, ପବନ ଏବଂ ମାଟି ମଶାଙ୍କ ପାଇଁ ଉପଯୁକ୍ତ ନୁହେଁ। ତେଣୁ ମଶା ହୁଅନ୍ତି ନାହିଁ।

Share