Posted inଖେଳ

ICC Men’s Player of the Month ପାଇଁ ସର୍ଟ ଲିଷ୍ଟ ହେଲେ ଖେଳାଳି, ଏହି ତାଲିକାରେ ନାହାଁନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଲୀ,୪।୪: ମାର୍ଚ୍ଚରେ ହୋଇଥିବା ଦମଦାର ପ୍ରଦର୍ଶନ ପାଇଁ ଆଇସିସି ପୁରୁଷ ଏବଂ ମହିଳା ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପାଇବାକୁ ପ୍ରତିଯୋଗୀମାନଙ୍କ ସର୍ଟଲିଷ୍ଟ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରକାଶ କରିଛି। ମାର୍ଚ୍ଚ ୨୦୨୪ ପାଇଁ ଆଇସିସି ପୁରୁଷ ପ୍ଲେୟାର ଅଫ ମନ୍ଥ ପାଇଁ ସର୍ଟଲିଷ୍ଟରେ ଶ୍ରୀଲଙ୍କା ଅଲରାଉଣ୍ଡରଙ୍କ ସହ ଆୟର୍ଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦୁଇଜଣ ଦ୍ରୁତ ବୋଲର ମଧ୍ୟ ସାମିଲ ହୋଇଛନ୍ତି। କୌଣସି ଭାରତୀୟ ଖେଳାଳି ଏଥିରେ ସ୍ଥାନ ପାଇ ନାହାଁନ୍ତି।

ମାର୍କ ଅଦାୟାର ୨୦୧୯ରେ ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ, ସେ ସମସ୍ତ ଫର୍ମାଟରେ ଆୟର୍ଲାଣ୍ଡ ସେଟଅପର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛନ୍ତି। ମାର୍ଚ୍ଚରେ ଆଫଗାନିସ୍ତାନ ଉପରେ ତାଙ୍କ ଦଳର ଐତିହାସିକ ଟେଷ୍ଟ ବିଜୟରେ ମାର୍କ ଅଦାୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମ ଥର ପାଇଁ ୫ ୱିକେଟ ନେଇ ସଫଳତା ହାସଲ କରିଥିଲେ। ମ୍ୟାଚରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ଅଦାୟରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତାଙ୍କର ଆଠଟି ୱିକେଟ ହାରାହାରି ୧୧.୮୭ ରେ ଆସିଥିଲା । ଏହା ପରେ ସେ ଓ୍ବାନଡେ ସିରିଜରେ ୩ ୱିକେଟ ଏବଂ ପରେ ଟି -୨୦ ସିରିଜରେ ୫ ୱିକେଟ ନେଇଥିଲେ।
ଶ୍ରୀଲଙ୍କା ଖେଳାଳି କାମେନ୍ଦୁ ମେଂଡିସ ୨୦୨୨ ପରଠାରୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଦଳକୁ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶ ବିପକ୍ଷରେ କାମେନ୍ଦୁ ଧନଞ୍ଜୟ ଡି ସିଲଭାଙ୍କ ସହ ଷଷ୍ଠ ୱିକେଟ ପାଇଁ ୨୦୨ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ଏକ ଭଲ ପ୍ରଦର୍ଶନ କରିଥିଲେ। ଅଷ୍ଟମ ନମ୍ବରରେ ଆସି ସେ ସପ୍ତମ ୱିକେଟ ପାଇଁ ଧନଞ୍ଜୟଙ୍କ ସହ ୧୭୩ ରନ ଯୋଡିଥିଲେ। ଏହି ସମୟ ମଧ୍ୟରେ ସେ ୧୬୪ ରନର ଶ୍ରେଷ୍ଠ ଇନିଂସ ଖେଳିଥିଲେ।
ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନେରୀ ଏକ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଅସାଧାରଣ ରେଡ-ବଲ ଫର୍ମ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲ୍ୟାଣ୍ଡରେ ସମ୍ପ୍ରତି ଶେଷ ହୋଇଥିବା ଟ୍ରାନ୍ସ-ଟାସମାନ ଟ୍ରଫିରେ ଅଷ୍ଟ୍ରେଲିଆ ୨-୦ରେ ଜିତିଥିବା ବେଳେ ହେନେରୀ ହାରାହାରି ୧୫.୭ ରେ ୧୭ଟି ୱିକେଟ ନେଇଛନ୍ତି, ଏଥି ସହିତ ଦୁଇଟି ପାଞ୍ଚ ୱିକେଟ ନେଇଥିବାର ନଜିର ବି ରହିଛି। ସେ ମଧ୍ୟ ହାରାହାରି ୨୫.୨୫ ରେ ୧୦୧ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?