ରାସ୍ତା ନାହିଁ, ଖଟିଆରେ ବୁହା ହୁଅନ୍ତି ରୋଗୀ

ଭବାନୀପାଟଣା,୧୩।୨(ସ୍ବ.ପ୍ର.):ଉପାନ୍ତ ଇଲାକାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଆଜି ବି ଉପାନ୍ତ ଇଲାକାରରେ ସରକାରୀ ଯୋଜନା ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। କଳାହାଣ୍ଡି ଓ ରାୟଗଡ ଜିଲା ସୀମାନ୍ତ ପାହାଡ଼ ଶିଖରରେ ରହିଛି ଏମିତି କିଛି ଗାଁ। ଯେଉଁଠି ଆଜି ବି ପହଞ୍ଚତ୍ ପାରିନାହିଁ ସରକାରଙ୍କ ବିକାଶ। ଯେଉଁଥି ପାଇଁ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ଏଠିକାର ଅଧିବାସୀ।
କଳାହାଣ୍ଡି ଓ ରାୟଗଡା ଜିଲା ସୀମାନ୍ତ ଅଧୁଷିତ ଥୁଆମୂଳ ରାମପୁର ବ୍ଲକ ଉପାନ୍ତ ଇଲାକା ବିଲାମାଲ ଗାଁ। ଗାଁରେ ବାସ କରନ୍ତି ୨୫୦ ପରିବାର। ହେଲେ ଆଜିବି ମୌଳିକ ସୁବିଧାରୁ ବଞ୍ଚତ୍ତ ଏଠାକାର ଲୋକେ। ବିଲାମାଲ ଗାଁକୁ ସଂଯୋଗ କରୁଥିବା ରାସ୍ତା ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ସିଲେଟ ପଞ୍ଚାୟତଠାରୁ ପାହାଡିଆ ରାସ୍ତା ଦେଇ ପାଦରେ ଚାଲିକି ହେଉ ଅବା ବାଇକରେ ୫ କି.ମି. ଗଲେ ପଡିଥାଏ। ଗାଁକୁ ରାସ୍ତା ନ ଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚତ୍ପାରେ ନାହିଁ। ଫଳରେ ଗର୍ଭବତୀ ହେଉ ଅବା ସାଧାରଣ ରୋଗୀଙ୍କୁ ଖଟିଆରେ ବୋହି ୧୨ କି.ମି. ରାୟଗଡ଼ା ଜିଲା କଲ୍ୟାଣିସିଂପୁର ମେଡିକାଲକୁ ନେଲେ ଚିକିତ୍ସା ସେବା ପାଇଥାନ୍ତି ଗ୍ରାମବାସୀ। କେବଳ ଯେ ରାସ୍ତାର ସମସ୍ୟା ତାହା ନୁହେଁ ଗାଁରେ ଆଜି ପର୍ଯ୍ୟନ୍ତ ନଳକୂପଟିଏ ମଧ୍ୟ ନାହିଁ। ଫଳରେ ଦୂଷିତ ପାଣି ପିଇ ନାହିଁ ନ ଥିବା ରୋଗ ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗାଁଠାରୁ ୨ କି.ମି. ଦୂରରେ ପଥର କଡ଼ରୁ ପାଣି ସଂଗ୍ରହ କରିବା ପାଇଁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ। ଗାଁ ମୁଣ୍ଡରେ ଥିବା ଚାଷ ଜମି କଡ଼ରେ ଥିବା ପଥର କଡ଼ରୁ ବ ବାହାରୁଛି ଦୂଷିତ ପାଣି, ଆଉ ଏହି ପାଣି ବ୍ୟବହାର କରିଥାନ୍ତି ଗ୍ରାମବାସୀ। ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ପମ୍ପର ବ୍ୟବସ୍ଥା ଗତ ୩ ବର୍ଷ ତଳେ କରାଯାଇଥିଲା। ହେଲେ କିଛି ଦିନ ପରେ ଖରାପ ହେବା ପରେ ଆଉ ସଜାଡା ହୋଇନାହିଁ। କେବଳ ଯେ ରାସ୍ତା କିମ୍ବା ପାନୀୟଜଳର ସମସ୍ୟା ତାହା ନୁହେଁ ଆଜି ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ୍‌ ଦେଖାନାହିଁ। ଫଳରେ ଦୀପ ଆଲୁଆରେ ଅନ୍ଧାର ସହ ଲଢ଼େଇ କରନ୍ତି ଗ୍ରାମବାସୀ। ଗାଁ ଥୁଆମୂଳ ରାମପୁର ବ୍ଲକରେ ଆସୁଥିଲେ ମଧ୍ୟ ଗ୍ରାମବାସୀ ନିଜର ଦୈନଦିନ ଜୀବନଯାପନ ପାଇଁ ରାୟଗଡା ଜିଲା କଲ୍ୟାଣିସିଂପୁର ସହର ଉପରେ ନିର୍ଭର କରନ୍ତି। ଗାଁଠାରୁ ହାତ ପାହାନ୍ତାରେ କଲ୍ୟାଣିସିଂପୁର ସହର ଆଉ ନିଜ ବ୍ଲକକୁ ଯିବାକୁ ହେଲେ ପ୍ରାୟ ୯୦ କି.ମି. ଯିବାକୁ ପଡେ। ପଡିଏସ ସାମଗ୍ରୀ ପାଇଁ ପାହାଡିଆ ରାସ୍ତାରେ ୫ କି.ମି. ସିଲେଟ ଗାଁକୁ ଗଲେ ମିଳେ ପିଡ଼ିଏସ ସାମଗ୍ରୀ। ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ ଗାଁକୁ ଚାଲ-ଗାଁକୁ ଗଢ ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଫିକା ଲାଗୁଛି। ଗାଁର ଗୋଟିଏ ହେଲେ ପିଲା ଆଜି ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚତ୍ତ ରହିଛନ୍ତି। କଳାହାଣ୍ଡିର ଏହି ଗୋଟିଏ ଗାଁ ନୁହେଁ ଏତ ମାତ୍ର ଭାତ ହାଠିରୁ ଗୋଟିଏ ଚାଉଳ ମାତ୍ର। ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁର ଚିତ୍ର ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?