କେନାଲରେ ପାଣି ନାହିଁ, ରବି ଫସଲ ଚାଷୀ ନିରାଶ

କେନ୍ଦ୍ରାପଡା ଅଫିସ, ୭ା୧୨: ଖରିଫ ଧାନ ଚାଷ ସରିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଏଥିରେ କ୍ଷେତକୁ ଜଳସେଚନ ଏବେ ବାଧକ ହୋଇଛି। କେନାଲରେ ବହୁ ବର୍ଷ ଧରି ରହିଥିବା ବିଲାତି ଦଳ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ବାକୁ ଦେଉନାହିଁ। କୃଷି ଭିତ୍ତିକ ଅର୍ଥନୀତିରେ ପର୍ଯ୍ୟବେସିତ ଜିଲାରେ ଏହି ବୃହତ ଅର୍ଥନୀତିକୁ ଜଳ ସମ୍ପଦ ବିଭାଗ ଦ୍ୱାରା ମାରି ଦିଆଯାଉଛି। ଏପରି ଅଭିଯୋଗ ଆଣି କୃଷକ ନେତା ଓ ଚାଷୀମାନେ ଗତ ସୋମବାର ଜିଲାସ୍ତରୀୟ ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିର ଓ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟ କେନାଲରୁ ଦଳ ବାହାର କରିବା, ଶାଖା କେନାଲର ଉନ୍ନତିକରଣ ସହିତ କ୍ରିକ ବନ୍ଧ ଓ ଉପକୂଳ କେନାଲ ଖୋଳାଇବାକୁ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ଉମେଶ ସିଂ, ବିଜୟ କୁମାର ପରିଡା, ଜଗତଜୀବନ ଦାସ, କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଜଗଦୀଶ ପତି, କଂସାର ଗଁାର ଚାଷୀ ନିରଞ୍ଜନ ପରିଡା, ଭରତପୁର ଗଁାର ଚିତ୍ତରଞ୍ଜନ ଦାସ, ଇଚ୍ଛାପୁରର ଚିତ୍ତରଞ୍ଜନ ସାହୁ, ଆୟେବାର ବୀରେନ୍ଦ୍ର କୁମାର ଦାସ ପ୍ରମୁଖ କହିଛନ୍ତି, ରାଜ୍ୟର ଦ୍ୱିତୀୟ ସର୍ବବୃହତ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା ଚାଷୀଙ୍କ ପାଇଁ ସମସ୍ୟା ହୋଇଛି। ଖରିଫ ଚାଷ ସମୟରେ ପ୍ରାୟ ୩୭ ହଜାର ହେକ୍ଟର ଚାଷ ଜମିରେ ମରୁଡି ପରିସ୍ଥିତି ସୃଷ୍ଟି କରିଛି। ସେହିପରି ଜଳସେଚନ ଭିତ୍ତିଭୂମିକୁ ଉନ୍ନତି କରଣ କରାଗଲେ ଜିଲାରେ ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିରେ ରବି ଫସଲ ସହିତ ଅର୍ଥକାରୀ ଫସଲ ହୋଇପାରନ୍ତା। ତେବେ ଏହି ଜିଲାରେ ମାତ୍ର ୮ରୁ ୧୦ ହଜାର ହେକ୍ଟର ଜମିରେ ରବି ଫସଲ ସହିତ ପନିପରିବା ହେଉଛି। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳକର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି ବିଭାଗ, ଜଳ ସମ୍ପଦ ବିଭାଗ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୧,୧୫,୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ତେବେ ବାସ୍ତବ ତଥ୍ୟ ହେଉଛି, କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲରେ ବିଲାତି ଦଳ ଭର୍ତ୍ତି ହୋଇ ରହିଛି। ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ସତ୍ତ୍ୱେ କେନାଲରେ ଆଦୌ ପାଣି ଛଡା ଯାଇନାହିଁ। ଜଳପଥ ଉପରେ ଜବରଦଖଲ ବଢ଼ି ଚାଲିଛି। ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ପାଇପ, ପ୍ଲାଷ୍ଟିକ ଆଦି ଅଧିକ ସମସ୍ୟା ସୃଷ୍ଟି କରିଛି। କେତେକ ସ୍ଥାନରେ ମାଛ ପାଇଁ ଆଡି ବନ୍ଧ ହୋଇଛି। ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନ୍ୟୁନ୍ୟ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଘୋଷଣା କରିଛନ୍ତି। ତେବେ ଜିଲାରେ ୨୫ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳାଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡିବାରୁ ଖେଳପଡିଆରେ ପରିଣତ ହୋଇଛି। ବିଲାତି ଦଳ ମଶା, ମାଛିଙ୍କ ଉତ୍ପତିି ସ୍ଥଳ ହୋଇଥିବା ବେଳେ ଜଳବାହିତ ରୋଗର କାରଣ ହୋଇଛି। ଉନ୍ନତିକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରି କି କେନାଲ ନିକଟସ୍ଥ ଜମି ଜଳସେଚିତ ନ ହେବାରୁ ଜଳକର ନ ଦେବା ପାଇଁ ଆନ୍ଦୋଳନ ହେଉଛି। ମୁଖ୍ୟ କେନାଲରୁ ବିଲାତି ଦଳ ବାହାର କରିବାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଇପାରନ୍ତା। ସେହିପରି କ୍ରିକ୍‌ ବନ୍ଧ ଓ ଉପକୂଳ କେନାଲ ଖୋଳା ଗଲେ ବନ୍ୟାରୁ ମୁକ୍ତି ମିଳିବା ସହ ମଧୁର ଜଳ ସଂରକ୍ଷଣ ହୋଇପାରିବ। ଏହି ମଧୁର ଜଳ ପାନୀୟ ଜଳ ସହିତ କ୍ଷେତକୁ ଜଳ ମିଳିବାରେ ସହାୟକ ହୋଇପାରିବ। ତୁରନ୍ତ ଏଥିପ୍ରତି ଜିଲାପାଳ, ଆର୍‌ଡିସି ଓ ଜଳ ସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଏ ନେଇ ଜଳ ସମ୍ପଦ ବିଭାଗ ସହ ଆଲୋଚନା କରାଯାଇ ରବି ଫସଲ ପାଇଁ ଜଳ ଛଡାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri