ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବାରଣ୍ଡାରେ ହେଉଛି ପାଠପଢ଼ା। ସେହିପରି ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳର ଅଭାବ ଥିବାବେଳେ ପୂରଣ ହେଉନି ଖାଲି ପଡ଼ିଥିବା ଶିକ୍ଷକ ପଦବୀ। ଦୀର୍ଘବର୍ଷ ହେଲା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରାଯାଉଥିଲେ ମଧ୍ୟ ନିଆଯାଉନି କୌଣସି ପଦକ୍ଷେପ। ଆଉ ବର୍ଷ କେଇଟା ପରେ ଶହେ ବର୍ଷରେ ପହଞ୍ଚିବାକୁ ଯାଉଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ପରଶୁମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟାକୁ ନେଇ ସୃଷ୍ଟି ହୋଇଛି ଜନ ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୩୫ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହା ୮୮ ବର୍ଷରେ ପହଞ୍ଚିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ଶିକ୍ଷାନୁଷ୍ଠାନରେ ୨୦୦ ଛାତ୍ରୀଛାତ୍ର ପଢୁଛନ୍ତି। ୮ଟି ଶ୍ରେଣୀ ପାଇଁ ୮ଟି ଶ୍ରେଣୀଗୃହ ଆବଶ୍ୟକ ଥିବାବେଳେ ଏଠାରେ ରହିଛି ମାତ୍ର ୫ଟି ଶ୍ରେଣୀ ଗୃହତ। ସେଥିରୁ ଗୋଟିଏ ଅଫିସ କାର୍ଯ୍ୟାଳୟ କରାଯାଇଥିବା ବେଳେ ଗୋଟିଏ ବିପଦ ସଂକୁଳ ଅବସ୍ଥାରେ ରହିଛି। ତେଣୁ ଏତେ ସଂଖ୍ୟକ ପିଲାଙ୍କୁ ବସାଇବା ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଥିବାରୁ ଅଫିସ ରୁମରେ ୨ଟି କ୍ଲାସ ହେଉଥିବା ବେଳେ ଅନ୍ୟ କୋଠରିରେ ମଧ୍ୟ ୨ଟି ଲେଖାଏ କ୍ଲାସ କରାଯାଉଛି। ଏପରିକି ବିଦ୍ୟାଳୟ ବାରଣ୍ଡାରେ ମଧ୍ୟ ପାଠପଢ଼ା ଯାଉଛି। ତେବେ ବର୍ଷା ଦିନେ ଏହି ଛାତ୍ରୀଛାତ୍ରମାନେ ଅଧିକ ଅସୁବିଧାରେ ପଢୁଛନ୍ତି। ସେହିପରି ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ୫ ଜଣ ନିଯୁକ୍ତ ହୋଇଛନ୍ତି। ୩ ଶିକ୍ଷକ ପଦବୀ ଖାଲି ପଡିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ୬ଟି ଶୌଚାଳୟ ନିର୍ମାଣ ହେବା କଥା। କିନ୍ତୁ ଏଠାରେ ମାତ୍ର ୨ଟି ଶୌଚାଳୟ ରହିଛି, ତାହା ପୁଣି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ଛାତ୍ରୀଛାତ୍ରମାନେ ତାହାକୁ ବ୍ୟବହାର କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪ଟି ନୂତନ ଶୌଚାଳୟ ନିର୍ମାଣ କରିବା ପାଇଁ ଶିକ୍ଷା କମିଟି ପକ୍ଷରୁ ବହୁବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁ ନ ଥିବା ଶିକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ବିଶୁଦ୍ଧ ପାଇପ୍‌ ପାଣିର ବ୍ୟବସ୍ଥା ନ ଥିବା ବେଳେ ନଳକୂଅ ପାଣି ଉପରେ ପିଲାଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଖେଳପଡିଆ ନ ଥିବାରୁ ଛାତ୍ରୀଛାତ୍ରମାନେ ଖେଳକୁଦ କରିପାରୁ ନାହାନ୍ତି। ବିଦ୍ୟାଳୟର ସମସ୍ୟାକୁ ନେଇ ଗ୍ରାମବାସୀ ୧୫ ଜୁନ ୨୦୧୮ ଓ ୩ ଫେବୃୟାରୀ ୨୦୨୨, ୧୫ ଫେବୃୟାରୀ ୨୦୨୩ରେ ଅଭିଯୋଗ ପତ୍ର ମାଧ୍ୟମରେ ଶିକ୍ଷାବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ନେଇ କିଶୋରନଗର ବ୍ଲକ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ କହିଛନ୍ତି, ଯେଉଁ ବିଦ୍ୟାଳୟରେ ସମସ୍ୟା ରହିଛି ସେଗୁଡିକ ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି। ଶ୍ରେଣୀଗୃହ ମରାମତି ଓ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ସରକାରଙ୍କୁ ଜଣାଇ ଦିଆଯିବ। ଖାଲି ପଡିଥିବା ଶିକ୍ଷକ ପଦପୀ ପୂରଣ କରିବା ପାଇଁ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri