ଆଇଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର: କମ୍ପାନୀ ମାଗଣାରେ ୨ ବର୍ଷ ପାଇଁ ଦେବ ଏହି ସର୍ଭିସ

ଓ୍ବାଶିଂଟନ୍‌,୧୭।୧୧: ଆଇଫୋନ୍‌ ଧରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଆପଲ କର୍ମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀର ସିଇଓ ଟିମ କୁକ ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କମ୍ପାନୀ ଆଇଫୋନ୧୪ ସହିତ ଜରୁରୀକାଳୀନ ଏସ୍‌ଓଏସ ଫିଚର ଲଞ୍ଚ କରିଛି। ଜରୁରୀକାଳୀନ ଏସ୍‌ଓଏସ ସେବା ମାଧ୍ୟମରେ ଆପଲ ଲୋକଙ୍କୁ ଅସୁବିଧାରେ FindMyApp ମାଧ୍ୟମରେ ନିଜ ଲୋକେସନ୍‌ ସାଟେଲାଇଟ୍‌ ମାଧ୍ୟମରେ ପଠାଇବାକୁ ଏବଂ iMessage ମାଧ୍ୟମରେ ମେସେଜ୍‌ ପଠାଇବାକୁ ଅନୁମତି ଦେଇଥାଏ। ଏହାର ଅର୍ଥ ହେଉଛି ଏହି ଫିଚର ଅସୁବିଧାରେ ଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ। ଆଇଫୋନ ୧୪ ବ୍ୟତୀତ ଲୋକମାନେ କମ୍ପାନୀର ଲାଟେଷ୍ଟ୍‌ ମଡେଲରେ ୨ ବର୍ଷ ପାଇଁ ଏହି ସେବା ମଧ୍ୟ ପାଇବେ।
ଆପଲର ଜରୁରୀକାଳୀନ ଏସ୍‌ଓଏସ୍‌ ସେବା ପ୍ରଥମେ ଆମେରିକା ଏବଂ କାନାଡାରେ ଆରମ୍ଭ କରାଯାଇଥିଲା। ଏହା ପରେ କମ୍ପାନୀ ଏହାକୁ ଅନ୍ୟ ୧୬ଟି ଦେଶକୁ ବିସ୍ତାର କରିଥିଲା। କିନ୍ତୁ ଏହି ସେବା ଏବେ ଭାରତରେ ଉପଲବ୍ଧ ନାହିଁ। ଆପଲ ଖୁବ ଶୀଘ୍ର ଏହାକୁ ଭାରତରେ ଲଞ୍ଚ କରିବାକ ଯାଉଛି। କାରଣ କମ୍ପାନୀ କିଛି ଦିନ ହେବ ଭାରତରେ କାର୍ଯ୍ୟକୁ ତ୍ୱରାନ୍ବିତ କରିଆସୁଛି। ଜରୁରୀକାଳୀନ ଏସ୍‌ଓଏସ୍‌୍‌ ସେବା ଆରମ୍ଭ କରିବା ପୂର୍ବରୁ ଆପଲକୁ ସରକାରଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁମତି ନେବାକୁ ପଡିବ


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri