Posted inଫୁରସତ

ମାତୃଭାଷାର ବିକଳ୍ପ ନାହିଁ: ପ୍ରଫେସର ବସନ୍ତ କୁମାର ପଣ୍ଡା

ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ପିଲାଟି ଦିନରୁ ସୃଷ୍ଟି ହୋଇଥିଲା ଅନୁରାଗ। ଛାତ୍ରାବସ୍ଥାରେ ବିଭିନ୍ନ ପୁସ୍ତକ ପଠନ ପାଲଟିଯାଇଥିଲା ଏକ ପ୍ରକାର ନିଶା। ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ଏବଂ ଅଧ୍ୟାପନାରେ ହୋଇଥିଲେ ନିମଗ୍ନ। ଏଥିସହ ଓଡ଼ିଆ ଭାଷା ବିଭବର ବିଭିନ୍ନ କ୍ଷେତ୍ରରେ ଚଳାଇଲେ ଲେଖନୀ। ଓଡ଼ିଆ ଭାଷାର ଉତ୍କର୍ଷ ଲୋକଲୋଚନକୁ ଆଣିବା ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ସ୍ବୀକୃତି ପଛରେ ରହିଛି ତାଙ୍କର ପ୍ରଚ୍ଛନ୍ନ ଭୂମିକା। ସେହି ବ୍ୟକ୍ତିତ୍ୱ ହେଲେ ପ୍ରଫେସର ବସନ୍ତ କୁମାର ପଣ୍ଡା।

ଗଞ୍ଜାମ ଜିଲାର ପାଲୁରଠାରେ ୧୯୫୫ ମସିହାରେ ବସନ୍ତଙ୍କ ଜନ୍ମ। ମାଆ ଲକ୍ଷ୍ମୀ ପଣ୍ଡା ଏବଂ ପିତାଙ୍କ ନାମ ଲୋକନାଥ ପଣ୍ଡା। ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ହୁମ୍ମା ସ୍କୁଲରୁ ମାଟ୍ରିକ ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ ସେ। ମାତ୍ର ସ୍ନାତକୋତ୍ତର ଶିକ୍ଷା କେଉଁଠି କରିବେ ସେଥିନେଇ ଚିନ୍ତାରେ ପଡ଼ିଗଲେ। ଏହି ସମୟରେ ବିଶିଷ୍ଟ କବି ତଥା ସମାଲୋଚକ ଚିନ୍ତାମଣି ବେହେରାଙ୍କ ପ୍ରୋତ୍ସାହନରେ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ପଢ଼ିବା ଲାଗି ମନସ୍ଥକଲେ। ଏଠାରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ‘ଆଧୁନିକ ଓଡ଼ିଆ କବିତାରେ ପ୍ରକୃତି’ ବିଷୟରେ ଗବେଷଣାକରି ପିଏଚ୍‌.ଡି. ଡିଗ୍ରୀ ହାସଲ କଲେ। ଏହାପରେ ପୁରୀସ୍ଥିତ ସୂରଜମଲ୍ଲ ଶାହା କଲେଜରୁ ଆରମ୍ଭ ହେଲା ଅଧ୍ୟାପନା ଜୀବନ। ୨୦୦୦ ମସିହାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ(ଏନ୍‌ସିଆର୍‌ଟି)ରେ ପ୍ରାଧ୍ୟାପକ, ୨୦୧୨ରେ ଆସୋସିଏଟ୍‌ ପ୍ରଫେସର, ୨୦୧୫ରେ ପ୍ରଫେସର ପଦବୀକୁ ଉନ୍ନୀତ ହେବା ସହ ୨୦୧୭ରେ ଏହି ପ୍ରତିଷ୍ଠାନରୁ ଅବସର ଗ୍ରହଣ କରିଛନ୍ତି।
0ାଷାର ସ୍ବାତନ୍ତ୍ର୍ୟକୁ ପ୍ରତିପାଦିତ କରିବା ଲାଗି ତାଙ୍କ ମନ ଆନ୍ଦୋଳିତ ହେଉଥିଲା। ତେଣୁ ଛାତ୍ର ଜୀବନରୁ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଛି। ବିଶେଷଭାବରେ ସେ ସମାଲୋଚନା ଓ ପ୍ରବନ୍ଧ ରଚନାରେ ଅଧିକ ମନୋନିବେଶ କରିଛନ୍ତି। ୧୯୭୯ରେ ତାଙ୍କର ପ୍ରଥମ ପ୍ରବନ୍ଧ ‘ବ୍ୟଞ୍ଜନା ଓ ପ୍ରତୀକ’ ସମାବେଶ ପତ୍ରିକାରେ ପ୍ରକାଶ ପାଇଥିଲା। ୧୯୮୦ରେ ଝଙ୍କାରରେ .ପ୍ରକାଶ ପାଇଥିଲା ପ୍ରବନ୍ଧ ଓଡ଼ିଆ ସାହିତ୍ୟର ଆଦ୍ୟ ଆଲୋଚକ ରଙ୍ଗଲାଲ ବନ୍ଦୋପାଧ୍ୟାୟ। ଏହାପରେ ନିୟମିତ ପ୍ରବନ୍ଧ, ନିବନ୍ଧ ଓ ସମାଲୋଚନା ଲେଖା ଚାଲିଲା।

୧୯୯୫ରେ ତାଙ୍କର ନିବନ୍ଧ ପୁସ୍ତକ ‘ନିସର୍ଗ ନିରାଜନା’ (ପିଏଚ୍‌.ଡି. ଥେସିସ୍‌) ପ୍ରକାଶ ପାଇଥିଲା। ଏହି ବର୍ଷ ଆଉ ଏକ ପୁସ୍ତକ ‘କାବ୍ୟ ଜିଜ୍ଞାସା’ପ୍ରକାଶିତ ହେଲା। ୧୯୯୯ରେ ତାଙ୍କ ଲିଖିତ ‘ରବୀନ୍ଦ୍ରନାଥ ଟାଗୋର’ ନୂଆଦିଲ୍ଲୀସ୍ଥିତ ଏନ୍‌ବିଟି ପକ୍ଷରୁ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ବଙ୍ଗଳାନୁବାଦ ରଥ ସପ୍ତକ, ସମ୍ପାଦିତ ପୁସ୍ତକ ‘ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ’, ‘ତରୁଣଙ୍କ ପାଇଁ ବୃଦ୍ଧ’, ବଙ୍ଗଳାନୁବାଦ ‘ପକ୍ଷୀଏ ଯାର ବ୍ୟାକରଣ’, ହିନ୍ଦୀ ପୁସ୍ତକ ‘ଉତ୍କଳ ବିବିଧ ପ୍ରସଙ୍ଗ’। ଲଙ୍ଗ୍‌ ମ୍ୟାନ୍‌- ସିଆଇଆଇଏଲ୍‌ ବେସିକ ଇଂଲିଶ ଓଡ଼ିଆ ଡିକ୍‌ସନାରୀ, ଜୀବନ ସ୍ମୃତି (ରବୀନ୍ଦ୍ରନାଥ ଟାଗୋରଙ୍କ ଆତ୍ମଜୀବନୀର ଓଡ଼ିଆ ଅନୁବାଦ), ବାଳ-ରାମାୟଣ (ଓଡ଼ିଆ), ଗୋପବନ୍ଧୁ ଦାସ: ଥଟସ୍‌ ଅଫ୍‌ ଏଜୁକେଶନ, ମନସ୍ବୀ- ଗୋପବନ୍ଧୁ: ଶିକ୍ଷା ଓ ସାହିତ୍ୟ ( କିସ୍‌ ୟୁନିଭର୍ସିଟି ରିସର୍ଚ୍ଚ ପବ୍ଲିକେଶନ୍‌ ପକ୍ଷରୁ ପ୍ରକାଶିତ), ତୁଳନାତ୍ମକ ସାହିତ୍ୟ: ଦେଶ ଓ ବିଶ୍ୱ ଆଦି ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି। ଏଥିସହ ତାଙ୍କ ରଚିତ ଚାରୋଟି ମନୋଗ୍ରାଫ୍‌ , ୮୦ଟି ଗବେଷଣା ନିବନ୍ଧ (ପ୍ରସିଦ୍ଧ ଜର୍ନାଲରେ ପ୍ରକାଶିତ), ବିଭିନ୍ନ ପତ୍ରପତ୍ରିକାରେ ୫୦ରୁ ଊର୍ଦ୍ଧ୍ୱ ପ୍ରବନ୍ଧ ପ୍ରକାଶିତ ହେବା ସହ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସେମିନାରରେ ତାଙ୍କ ପ୍ରସ୍ତୁତ ୫୫ଟି ନିବନ୍ଧ ଉପସ୍ଥାପିତ ହୋଇଛି।

ସାହିତ୍ୟ ସାଧନ ସହ ଗବେଷଣାରେ ବି ତାଙ୍କର ରହିଛି ସ୍ବାକ୍ଷର। ମହୀଶୂରସ୍ଥିତ ସିଆଇଆଇଏଲ୍‌ ପକ୍ଷରୁ ମାଇକ୍ରୋସଫ୍ଟ – ସିଆଇଆଇଏଲ୍‌ ୟୁନିକୋଡ୍‌ ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ପ୍ରୋଜେକ୍ଟରେ ଓଡ଼ିଆ ଏକ୍ସପର୍ଟ, ଓଡ଼ିଶା ସରକାରଙ୍କ ପକ୍ଷରୁ ଇମ୍ପାକ୍ଟ ଷ୍ଟଡି ଅଫ୍‌ ଲର୍ନିଂ ଟୁ ରିଡ୍‌ ଅଣ୍ଡର ଏସ୍‌ଏସ୍‌ଏରେ କାର୍ଯ୍ୟ କରିଥିଲେ। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବନ୍ଧ ପ୍ରସ୍ତୁତି ପାଇଁ ଗଠିତ କମିଟିର ଆବାହକଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ନିବନ୍ଧ କ୍ଲାସିକାଲ୍‌ ଓଡ଼ିଆ ଇନ୍‌ ହିଷ୍ଟୋରିକାଲ୍‌ ପରସ୍ପେକ୍ଟିଭ୍‌ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ କରାଯାଇଛି। ଏଥିସହ ରାଜ୍ୟ ଏବଂ ଜାତୀୟ ସ୍ତରର ବିଭିନ୍ନ ଉଚ୍ଚସ୍ତରୀୟ ସରକାରୀ ଓ ବେସରକାରୀ କମିଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଜାତୀୟ ନୂତନ ଶିକ୍ଷାନୀତି-୨୦୨୦ର ଭାଷା ଶିକ୍ଷଣ ଓ ମାତୃଭାଷା ପାଇଁ ଗଠିତ ଫୋକସ୍‌ ଗ୍ରୁପର ମେମ୍ବର ସେକ୍ରେଟାରୀ, ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗଠିତ କୋରlପୁଟର କୁଇ ଓ ଦେଶିୟା ଭାଷା ପାଇଁ ପ୍ରାଥମିକ ପୁସ୍ତକ ପ୍ରସ୍ତୁତି କମିଟିର ଚେୟାରମ୍ୟାନ ଅଛନ୍ତି। ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରର ସାହିତ୍ୟ ପୁରସ୍କାର ଲାଗି ପରାମର୍ଶଦାତା କମିଟିର ସଦସ୍ୟ ହୋଇଛନ୍ତି। ସର୍ବୋଚ୍ଚ ସାହିତ୍ୟ ପୁରସ୍କାର‘ଜ୍ଞାନପୀଠ’ଲାଗି ଗଠିତ ଓଡ଼ିଆ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି।
ବସନ୍ତଙ୍କ ସାଧନାର ସ୍ବୀକୃତି ସ୍ବରୂପ ଅଖିଳ ଭାରତୀୟ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରବୀଣତା ପାଇଁ ଜାତୀୟ ପୁରସ୍କାର, କଲିକତା ବିଶ୍ୱ ବିଦ୍ୟାଳୟର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ ତୁଳନାତ୍ମକ ଭାରତୀୟ ଭାଷା’ ଲାଗି ସମ୍ମାନ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା କ୍ଷେତ୍ରରେ ଅବଦାନ ଲାଗି ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମାନ, ଶାରଳା ସାହିତ୍ୟ ସଂସଦ ପକ୍ଷରୁ ପଣ୍ଡିତ ଶ୍ରୀଧର ଦାସ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ସମ୍ମାନ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ ଜନ୍ମବାର୍ଷିକୀ ଅବସରରେ କୋଲକାତାଠାରେ ଏସିଆଟିକ୍‌ ସୋସାଇଟି ପକ୍ଷରୁ ସ୍ବତନ୍ତ୍ର ସମ୍ମାନ, ଗୁଆହାଟୀଠାରେ ଶ୍ରୀମନ୍ତ ଶଙ୍କର ଦେବଙ୍କ ଉତ୍ସବରେ ସ୍ବତନ୍ତ୍ର ସମ୍ମାନ, ଶାରଳା ସାହିତ୍ୟ ସଂସଦ ପକ୍ଷରୁ ପଣ୍ଡିତ ଗୋଦାବରୀଶ ମିଶ୍ର ସ୍ମାରକୀ ପୁରସ୍କାର,ବାଲେଶ୍ୱର ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ପ୍ରବନ୍ଧ ପୁରସ୍କାର ଆଦି ତାଙ୍କୁ ମିଳିଛି।

୧୯୮୯ ମସିହାରେ ତାଙ୍କର ବିବାହ ହୁଏ ଶିକ୍ଷାବିତ୍‌ ଡ. ମୃଦୁଳା ମିଶ୍ରଙ୍କ ସହ। ଆଗଧାଡ଼ିର ବିଜ୍ଞାନ ଲେଖିକାଭାବେ ସେ ପରିଚିତା। ତେବେ ବିବାହ ପରେ ତାଙ୍କର ସାହିତ୍ୟ ସାଧକ ଜୀବନ ରସାଣିତ ହୋଇଛି ବୋଲି ଇଙ୍ଗିତ କରନ୍ତି ବସନ୍ତ। ଓଡ଼ିଆ ଭାଷାକୁ ଯେପରି ଅଣଦେଖା କରାଯାଉଥିଲା ତାହାକୁ ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। କାରଣ ଶାନ୍ତି ନିକେତନ ଠାରେ ପାଠପଢ଼ା ଓ ଗବେଷଣାରେ ତାଙ୍କର କିଛି ବର୍ଷ ବିତିଛି। ସୂଚନାଯୋଗ୍ୟ, ରାଜେନ୍ଦ୍ରଲାଲ୍‌ ମିତ୍ର କଟକ ଆସିଥିବାବେଳେ ଏକ କାର୍ଯ୍ୟକ୍ରମରେ ଓଡ଼ିଆ ଲୋକ ବଙ୍ଗଳା ଭାଷା ଶିକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ। ପୁଣି କାନ୍ତିଲାଲ୍‌ ଭଟ୍ଟାଚାର୍ଯ୍ୟ ଲେଖିଥିଲେ ଓଡ଼ିଆ ଏକ୍‌ଟା ସ୍ବତନ୍ତ୍ର ଭାଷା ନୟ। ଏହା ତାଙ୍କୁ ବ୍ୟଥିତ କରୁଥିଲା। ୨୦୧୯ରେ କୋଲକାତା ଠାରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ୱିଶତ ଜନ୍ମବାର୍ଷିକୀ ଉପଲକ୍ଷେ ଏସିଆଟିକ୍‌ ସୋସାଇଟି ପକ୍ଷରୁ ଏକ ଜାତୀୟସ୍ତରୀୟ ସେମିନାର ଅନୁଷ୍ଠିତ ହେଉଥାଏ। ସେଥିରେ ଏକମାତ୍ର ଓଡ଼ିଆ ପ୍ରତିନିଧିଭାବେ ପ୍ରଫେସର ପଣ୍ଡା ଯୋଗଦେଇଥାନ୍ତି। ଓଡ଼ିଆ ଭାଷାର ସଂସ୍କାର କ୍ଷେତ୍ରରେ ବିଦ୍ୟାସାଗରଙ୍କ ଭୂମିକା ସମ୍ପର୍କିତ ଲେଖା ପ୍ରସ୍ତୁତି ପାଇଁ ତାଙ୍କୁ କୁହାଯାଇଥିଲା। ସେହି ସେମିନାରରେ ସେ କହିଥିଲେ, ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କାନ୍ତିଲାଲ୍‌ ଭଟ୍ଟାଚାର୍ଯ୍ୟଙ୍କ ମତକୁ ନେଇ ବଙ୍ଗଳାର ବିଦ୍ୱାନ୍‌ମାନେ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲେ। ମାତ୍ର ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ହିଁ ଓଡ଼ିଆ ଭାଷାକୁ ସମର୍ଥନ କରିବା ସହ ଉଲ୍ଲେଖ କରିଥିଲେ, ଓଡ଼ିଆ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ତେବେ ଯେଉଁ ସ୍ଥାନ ‘ବିଦ୍ୟାସାଗର ହଲ୍‌’ରେ ସେମିନାର ହେଉଥିଲା ସେହିଠାରେ ହିଁ ପୂର୍ବରୁ ଜନ୍‌ ବିମ୍‌ସ ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ସପକ୍ଷରେ ନିଜର ମତ ରଖିଥିଲେ। ତେଣୁ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି ବୋଲି କୁହନ୍ତି ଏହି ଭାଷା ସାହିତ୍ୟ ସାଧକ। ଚାକିରିରୁ ଅବସର ପରେ କିସ୍‌ ମାନିତ ବିଶ୍ୱବିଦ୍ୟାଳୟର ଗୋପବନ୍ଧୁ ରିସର୍ଚ୍ଚ ଚେୟାରର ପ୍ରଫେସରଭାବେ କାର୍ଯ୍ୟ କରିବା ସହ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ପ୍ରଥମ ନିର୍ଦ୍ଦେଶକଭାବେ ଏପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ଶାସ୍ତ୍ରୀୟତାକୁ ଲୋକଲୋଚନକୁ ଆଣିବା ଲାଗି ଏଠାରେ ନିରବଚ୍ଛିନ୍ନଭାବେ ପ୍ରୟାସ ଚାଲିଛି ବୋଲି ସେ କୁହନ୍ତି। ବର୍ତ୍ତମାନ ଇଂରାଜୀ ଭାଷା ଶିକ୍ଷା ଲାଗି ଅନେକେ ଆଗ୍ରହୀ ହେଉଛନ୍ତି। ଏ ପ୍ରସଙ୍ଗରେ ପ୍ରଫେସର ପଣ୍ଡା କୁହନ୍ତି- ଅନ୍ୟ ଭାଷା ଶିଖିବାରେ ଆପତ୍ତି ନାହିଁ କିନ୍ତୁ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାର ବିକଳ୍ପ ନାହିଁ। ମାତୃଭାଷାରେ ହିଁ ପ୍ରଥମେ ଶିଶୁ ମନରେ ଯେ କୌଣସି ବିଷୟରେ ଧାରଣା ସ୍ପଷ୍ଟ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ବହୁଭାଷିକତା ଆଡ଼କୁ ଯିବାପାଇଁ ସହଜ ହୁଏ।

-ବୀରଭଦ୍ର ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri