Posted inଖେଳ

‘କଠିନ ପରିଶ୍ରମର ବିକଳ୍ପ ନାହିଁ’

ଭୁବନେଶ୍ୱର, ୧୯।୮: ”ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ। କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି“ ବୋଲି ଶୁକ୍ରବାର ଅଶୋକ ପଟ୍ଟନାୟକଙ୍କ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ପ୍ରକାଶ କରିଛନ୍ତି। ରାଣୀ କହିଥିଲେ, ‘କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଜୀବନରେ ଆମେ ହାର ମାନିବା ଉଚିତ ନୁହେଁ। ବହୁ ପରିଶ୍ରମ କରି ଆଜି ମୁଁ ଏ ସ୍ଥାନରେ ପହଞ୍ଚତ୍ଛି। ଯେଉଁ କ୍ରୀଡ଼ାବିତ୍‌ମାନେ ଏଠାରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ମୋର ଗୋଟିଏ ପରାମର୍ଶ, ନିଷ୍ଠାର ସହ ପରିଶ୍ରମ କରିଚାଲ ଦେଖିବ ୧୦ ବର୍ଷ ପରେ ତୁମେ ମୋ ସ୍ଥାନରେ ଥିବ।
କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଣୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକିର ନିର୍ଦ୍ଦେଶକ ଡେଭିଡ୍‌ ଜନ୍‌ ଓ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ପରିଚାଳନା ମୁଖ୍ୟ ରାଜୀବ ସେଠ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟ୍ୟକ୍ରମ ଆରମ୍ଭରୁ ଏକ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା। ଏହି ଅବସରରେ ଓସ୍‌ଜାର ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା।
ନିର୍ଦ୍ଦେଶକ ସିଦ୍ଧାର୍ଥ କହିଥିଲେ, ”କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରନ୍ତି। ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାନ୍ତି“। ଓଡ଼ିଶାରେ ହକିର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ପ୍ରତିଭାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଡେଭିଡ୍‌ ଜନ୍‌। ଓଡ଼ିଶା ହକିରେ ବିକାଶ ନେଇ ଓଡ଼ିଶା ନାଭାଲ ଟାଟା ଏକାଡେମୀ କିଭଳି କାର୍ଯ୍ୟ କରୁଛି ଏବଂ ଏକାଡେମୀର ସଫଳତା ସମ୍ପର୍କରେ ରାଜୀବ ସେଠ୍‌ ମତ ରଖିଥିଲେ।
ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବିତ୍‌ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଜେଏଫ୍‌ଆଇ) ପରିଚାଳନା କମିଟିକୁ ନିର୍ବାଚିତ ହୋଇଥିବା ସୁରେଶ ସ୍ବାଇଁ ଏବଂ ଗୋଲ୍ଡେନ ଜୁବିଲି କମିଟିରେ ସାମିଲ ହୋଇଥିବା ସନ୍ଦୀପ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓସ୍‌ଜାର କାର୍ଯ୍ୟକାରୀ ସଭାପତି କେ.ରବି, ସନାତନ ପାଣି, ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ଅନିରୁଦ୍ଧ ମିଶ୍ର, ସମୀର ରାଉତ, ସର୍ବେଶ୍ୱର ମହାନ୍ତି, ପ୍ରତାପ ପ୍ରଧାନ, ବେଣୁଧର ଦାସ, ମନୋରଞ୍ଜନ ଦାସ, ଶକ୍ତି ପ୍ରସାଦ ନନ୍ଦ, ବିମଳ କୁମାର ରାଉଳ, ସୁଜିତ ସ୍ବାଇଁ, ତୁଷାର ସେନାପତି, ରଞ୍ଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝି, ମନମୋହନ ସ୍ବାଇଁ, ସନ୍ତୋଷ ମହାନ୍ତି, ମହେନ୍ଦ୍ର ସାହୁ ଓ ଶୁଭଲକ୍ଷ୍ମୀ ବଳଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡରୁ ମାଆ ମୃତ୍ୟୁର ସ୍କ୍ରିପ୍ଟ ନେଇ ଆସିଲେ ପୁଅ, ଗୁହାଳରେ ରହି ହତ୍ୟା ପରେ ଘର ପାଣିଟାଙ୍କିରେ….

ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର...

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

ସିବିଆଇ ମୁଖ୍ୟାଳୟରେ ବିଜୟ ଥଲାପତି

ନୂଆଦିଲ୍ଲୀ,୧୨।୧: ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟ ଥଲାପତି ସୋମବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ଅବରରେ ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ...

T20 World Cup 2026: ବାଂଲାଦେଶରେ ମ୍ୟାଚ ଆୟୋଜନ ପାଇଁ ଦାବି କଲା ପାକିସ୍ତାନ, ICCର ହେଲା ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁସ୍ତାଫିଜୁର ରହମାନକୁ ନେଇ ବିବାଦ ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ରିପୋର୍ଟ ହୋଇଛି ଯେ ପାକିସ୍ତାନ କ୍ରିକେଟ...

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା...

ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri