ଶ୍ରୀମନ୍ଦିରରେ ହୋଇପାରୁନି ସ୍ବତନ୍ତ୍ର ର଼୍ୟାମ୍ପ

ପୁରୀ ଅଫିସ,୨୩ା୧୨: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାର ନିକଟରେ ଏହି ବ୍ୟବସ୍ଥା କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହାର ବର୍ଷକ ପରେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ପୂର୍ବଭଳି ସମସ୍ୟା ଭୋଗୁଛନ୍ତି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ଏ ନେଇ ଚିଠି ଲେଖିବା ପରେ ପୁଣି ଏହି ଦାବି ତେଜିଛି।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାର ଓ ଘଣ୍ଟିଦ୍ୱାରରେ ର଼୍ୟାମ୍ପ ରହିଛି। ମାତ୍ର ଏହି ର଼୍ୟାମ୍ପ ଦେଇ ହୁଇଲଚେୟାରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଯାଇପାରୁ ନାହାନ୍ତି। ସେମାନଙ୍କୁ ସମ୍ପର୍କୀୟ ଓ ସ୍ବେଚ୍ଛାସେବୀମାନେ କାନ୍ଧରେ ବସାଇ ନେଉଥିବା ଦେଖିବାକୁ ମିଳିଛି। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ସେବାୟତଙ୍କ ସହ ବିନା ଆଲୋଚନାରେ ର଼୍ୟାମ୍ପ କରାଯିବା ଯୋଗୁ ଏହାର ସେବା ମିଳିପାରୁନାହିଁ। ଉତ୍ତରଦ୍ୱାରଠାରୁ ଆନନ୍ଦବଜାର ଦେଇ କୀର୍ତ୍ତନ ଚକଡ଼ା ଦେଇ ଘଣ୍ଟି ଦ୍ୱାର ପର୍ଯ୍ୟନ୍ତ ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ନ ହେବାରୁ ବର୍ତ୍ତମାନ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂଠାରୁ ଇ-ଅଟୋ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଛି। ମାତ୍ର ର଼୍ୟାମ୍ପ ସୁବିଧା ନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଖୁବଶୀଘ୍ର ର଼୍ୟାମ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସବୁ ମହଲରେ ଦାବି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ର଼୍ୟାମ୍ପ ନିର୍ମାଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ହୁଇଲ୍‌ ଚେୟାରରେ ଯାତାୟାତ କରୁଛନ୍ତି। ଗତବର୍ଷ ବିଶ୍ୱ ଭିନ୍ନକ୍ଷମ ଦିବସରେ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ତଥା ଫିଲ୍ଣ ନିର୍ମାତା ଜିତେନ୍ଦ୍ର ବିଶ୍ୱାଳ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ମଧ୍ୟ କରିଥିଲେ। ଅନ୍ୟପଟରେ ଗତବର୍ଷ ଦିବ୍ୟାଙ୍ଗ ଭକ୍ତଙ୍କ ଦାବିକୁ ସମର୍ଥନ ଜଣାଇଥିଲେ ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ଏବଂ ତେହସିନ ପୁନାୱାଲା। ଗତ ୧୫ ତାରିଖରେ ଏ ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ଜାନୁୟାରୀ ୧ରୁ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଅନୁରୋଧ କରିଛନ୍ତି। ଫଳରେ ଏହି ଦାବି ପୁଣି ଜୋର୍‌ ଧରିଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଉତ୍ତର ଦ୍ୱାର ପଟେ ଯେଉଁ ର଼୍ୟାମ୍ପ ବ୍ୟବସ୍ଥା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ। ଯଥାଶୀଘ୍ର ତାହା ଶେଷ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହମତିରେ ଏକ ମଡେଲ ପ୍ରସ୍ତୁତ କରାଯିବ। ଫଳରେ ଦିବ୍ୟାଙ୍ଗମାନେ ସହଜରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri