ଶ୍ରୀମନ୍ଦିରରେ ହୋଇନି ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା

ପୁରୀ ଅଫିସ, ୨ା୩: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାରଠାରୁ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ୧୫ମାସ ବିତିଗଲାଣି, ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା ପାଇଁ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୨୨ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଥିଲେ। ସେତେବେଳେ ଏହି ପ୍ରସଙ୍ଗ ପୁଣି ତେଜିଥିଲା। ମାତ୍ର ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲାନାହିଁ। ଫଳରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ପୂର୍ବଭଳି ସମସ୍ୟା ଭୋଗୁଛନ୍ତି। ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଧବାର ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳନ ଅବସରରେ ଏହି ପ୍ରସଙ୍ଗକୁ ପୁଣି କେତେଜଣ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଉଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାର ଓ ଘଣ୍ଟିଦ୍ୱାରରେ ର଼୍ୟାମ୍ପ ବ୍ୟବସ୍ଥା ରହିଛି। ମାତ୍ର କେତେକ ତ୍ରୁଟି ଯୋଗୁ ଏହି ର଼୍ୟାମ୍ପ ଦେଇ ହୁଇଲ ଚେୟାରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଯାଇପାରୁନାହାନ୍ତି। ସେମାନଙ୍କୁ ସମ୍ପର୍କୀୟ ଓ ସ୍ବେଚ୍ଛାସେବୀମାନେ କାନ୍ଧରେ ବସାଇ ନେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ସେବାୟତଙ୍କ ସହ ବିନା ଆଲୋଚନାରେ ର଼୍ୟାମ୍ପ ନିର୍ମାଣ କରାଯିବାରୁ ଠିକ୍‌ ଭାବେ ସେବା ମିଳିପାରୁନାହିଁ ବୋଲି କୁହାଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍ତରଦ୍ୱାରଠାରୁ ଆନନ୍ଦ ବଜାର ଓ କୀର୍ତ୍ତନ ଚକଡ଼ା ଦେଇ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ନ ହେବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂସ୍ଥଳଠାରୁ ଇ-ଅଟୋ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଛି। ମାତ୍ର ର଼୍ୟାମ୍ପ ସୁବିଧା ନ ଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଖୁବ୍‌ଶୀଘ୍ର ର଼୍ୟାମ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ସବୁ ମହଲରେ ଦାବି ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ର଼୍ୟାମ୍ପ ବ୍ୟବସ୍ଥା ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ର଼୍ୟାମ୍ପ ନିର୍ମାଣ ନେଇ ବରଗଡ଼ର ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଗତବର୍ଷ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଆଇନଜୀବୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ଦାବି ପୁଣି ଜୋର୍‌ ଧରିଥିଲା। ନୂତନ ର଼୍ୟାମ୍ପ ନିର୍ମାଣ ହେବ ବୋଲି ଆଶା କରାଯାଉଥିଲା, ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନ ଚୁପ୍‌ ବସିପଡ଼ିଲା। ଏ ନେଇ ଦିବ୍ୟାଙ୍ଗ ସସ୍ମିତା ପ୍ରଧାନ କହିଛନ୍ତି, ଉତ୍ତରଦ୍ୱାର ର଼୍ୟାମ୍ପ କାର୍ଯ୍ୟକାରୀ ହେଉନାହିଁ। ଉତ୍ତରଦ୍ୱାର ବାଟେ ମଧ୍ୟ ଲୋକଙ୍କୁ ଛଡ଼ାଯାଉନାହିଁ। ତେଣୁ ସମସ୍ୟା ଉପୁଜୁଛି। ଏ ନେଇ ଦିବ୍ୟାଙ୍ଗଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ। ସେହିପରି ପୁରୀର ଦିବ୍ୟାଙ୍ଗ ସିର୍ଦ୍ଧାଥ ଦାସଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ରହିଛି। ମାତ୍ର ତାଙ୍କ ଗୋଡ଼ରେ ସମସ୍ୟା ଯୋଗୁ ସେ ଗହଳି ମଧ୍ୟରେ ଯାଇପାରନ୍ତି ନାହିଁ। ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ର଼୍ୟାମ୍ପ ବ୍ୟବସ୍ଥା ନାହିଁ। ତେଣୁ ହଇରାଣ ହେବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିସରକୁ ଦିବ୍ୟାଙ୍ଗମାନେ କିପରି ଯିବେ ଓ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ତେବେ ହୁଇଲ ଚେୟାରରେ ରବର ଲାଗିଥିବାରୁ ତାହା ମନ୍ଦିର ପରିସରକୁ ଯିବାକୁ ନେଇ ଅନେକ ସେବାୟତ ମନା କରୁଛନ୍ତି। ଫଳରେ ହୁଇଲଚେୟାର ଶ୍ରୀମନ୍ଦିର ପରିସରକୁ ଯାଉନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ହୁଇଲଚେୟାର ଗଲେ ଅଧିକ ଗହଳି ହେବ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା କରାଯିବାକୁ ଦାସମହାପାତ୍ର ଦାବି କରିଛନ୍ତି।
ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରଦ୍ୱାର ପଟେ ର଼୍ୟାମ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇପାରିନାହିଁ। ତୁରନ୍ତ ତାହାକୁ ଶେଷ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହମତିରେ ଏକ ମଡେଲ ପ୍ରସ୍ତୁତ କରାଯିବ। ଫଳରେ ଦିବ୍ୟାଙ୍ଗମାନେ ସହଜରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri