ଆମେରିକାରେ ବିଗୁଡିଛି କରୋନା ସ୍ଥିତି: କାଲିଫର୍ନିଆରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

କାଲିଫର୍ନିଆ,୩ ।୧: ଆମେରିକାରେ କରୋନାର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କାଲିଫର୍ନିଆରେ ମୃତଦେହ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିବା କୁହାଯାଉଛି । ଦକ୍ଷିଣ କାଲିଫର୍ନିଆରେ ଏକ ଅନ୍ତେଷ୍ଟି ସ୍ଥାନରେ ମୃତଦେହ ସଂସ୍କାର କରିବାକୁ ଆଉ ସ୍ଥାନ ନ ଥିବାରୁ ଏବେ କେତେଜଣଙ୍କ ମୃତଦେହକୁ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରି ଦିଆଯାଉଥିବା କହିଛି ଏକ ସଙ୍ଗଠନ । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଆମେରିକାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୩,୫୦,୦୦୦ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଆଉ ଦେଶରେ ୨ କୋଟିରୁ ଅଧିକ ଲୋକେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଲସ୍ ଆଞ୍ଜେଲରେ କଣ୍ଟିନେଣ୍ଟାଲ ଫ୍ୟୁନେରାଲ ହୋମ୍ସର ମାଗଦା ମୋଲଡୋନାଡେ କହିଛନ୍ତି ଏଠାରେ ମୁଁ ଗତ ୪୦ ବର୍ଷ ହେଲା କାମ କରିଆସୁଛି । ହେଲେ ମୁଁ କେବେ ଭାବି ନ ଥିଲି ଦେଶରେ ଏମିତି ପରିସ୍ଥିତି ଦେଖିବାକୁ ପଡିବ । ଏବେ ଏଠାକୁ ପ୍ରତିଦିନ ପାଖାପାଖି ୩୦ ମୃତଦେହ ଆସୁଛି । ଯାହା ସାମନ୍ୟଠାରୁ ୬ ଗୁଣା ଅଧିକ ।

Share