ଆଫଗାନିସ୍ତାନରୁ ଆସିବାକୁ ଚାହୁଁଥିବା ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନ ଛାଡ଼ିବା ନେଇ ଆମେରିକା ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମେରିକା ସେନାଙ୍କ ପାଇଁ ସମୟ ସୀମା ଅଗଷ୍ଟ ୩୧ ରହିଛି। ତେବେ ଯେଉଁମାନେ ଆଫଗାନିସ୍ତାନରୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର କହିଛନ୍ତି। ଏଭଳି ଲୋକଙ୍କୁ ଆମେରିକା ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଏହା ସହିତ ଆଫଗାନ ନାଗରିକଙ୍କୁ ଆମେରିକା ପକ୍ଷରୁ ମାନବୀୟ ସହାୟତା ଯୋଗାଣ ମଧ୍ୟ ଜାରି ରହିବ ବୋଲି ବାଇଡେନ୍‌ ଘୋଷଣା କରିଛନ୍ତି।

Share