ଅଫିସ ଆସିବାକୁ ନିର୍ଦ୍ଧାରିତ ସମୟ ନାହିଁ

ନୂଆଗାଁ,୨।୭(ଧନେଶ୍ୱର ସାହୁ)ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ସକାଳ ୧୦ଟାରେ ପହଞ୍ଚତ୍ କାର୍ଯ୍ୟାରମ୍ଭ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଦିନ ୧୧ଟା ସୁଦ୍ଧା କର୍ମଚାରୀଙ୍କ ଦେଖା ମିଳୁନି। ଫଳରେ କୌଣସି କାମରେ ଆସି ଲୋକେ ହଇରାଣ ହେଉଛନ୍ତି ା ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ଅଧିକାଂଶ କର୍ମଚାରୀ ଆସି ନ ଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ ସରକାରଙ୍କ ଆଇନ୍‌ କାନୁନରେ ପରିଚାଳିତ ନ ହୋଇ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଇଚ୍ଛା ମୁତାବକ ଚାଲୁଥିବା ଅଭିଯୋଗ ହେଉଛି। ସମସ୍ତ ସରକାରୀ କର୍ମଚାରୀମାନେ ସକାଳ ୧୦ରେ କାର୍ଯ୍ୟାଳୟରେ ପହଞ୍ଚତ୍ ନିଜର କାର୍ଯ୍ୟାରମ୍ଭ କରିବେ। ଏଥିରେ ଯେଭଳି ବ୍ୟତିକ୍ରମ ନ ହେବ ସେଥିପାଇଁ କାର୍ଯ୍ୟାଳୟରେ ଉପସ୍ଥାନ ପକାଇବାର ବ୍ୟବସ୍ଥା କରାଯିବା ସହ ବାଇଓମେଟ୍ରିକ ମେଶିନ ମଧ୍ୟ ଲଗା ଯାଇଛି। ତେବେ ଏତେ ସବୁ ପରେ ବି କୌଣସି ନିୟମ କାନୁନକୁ ଖାତିର ନ କରି କର୍ମଚାରୀମାନେ ନିଜ ଇଚ୍ଛାରେ କାର୍ଯ୍ୟାଳୟ ଆସୁଛନ୍ତି। ଏପରି କି ଦିନ ୧୧ଟା ସୁଦ୍ଧା ଅନେକ କର୍ମଚାରୀ ଆସି ନ ଥିବା ଦେଖିବାକୁ ମିଳୁଛି। ଗୁରବାର ଭତ୍ତା ସମ୍ପର୍କିତ କୌଣସି କାର୍ଯ୍ୟରେ ଦୁର୍ଦ୍ଦୁରା ପଞ୍ଚାୟତର କେତେଜଣ ଲୋକ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ବିଭାଗକୁ ଆସିଥିଲେ, କିନ୍ତୁ ୧୦.୪୫ ସୁଦ୍ଧା ଅଫିସ୍‌କୁ କେହି ନ ଆସିବାରୁ ବାରଣ୍ଡାରେ ଲୋକେ ଅପେକ୍ଷା କରିଥିଲେ। ସେହିପରି ପ୍ରତିଷ୍ଠାନ ଉପବିଭାଗ (ଏଷ୍ଟାବ୍ଳିସମେଣ୍ଟସେକ୍ସନ) ଖୋଲା ଥିଲେ ମଧ୍ୟ ଅଧିକାରୀ ନ ଥିଲେ। ବୈଷୟିକ ବିଭାଗ ଓ ମଙ୍ଗଳ ବିଭାଗ ଅଧିକାରୀ ୧୧ ଟା ସୁଦ୍ଧା ଆସି ନ ଥିଲେ। ବ୍ଲକର ମୂଖ୍ୟ କିରାଣୀଙ୍କ ପ୍ରକୋଷ୍ଠ ଖୋଲା ଥାଇ ଫ୍ୟାନ ବୁଲୁଥିଲେ ମଧ୍ୟ ଚେୟାର ଖାଲି ପଡିଥିଲା। ତେବେ ମୂଖ୍ୟ କିରାଣୀ କୌଣସି କାର୍ଯ୍ୟରେ ମୂଖ୍ୟାଳୟକୁ ଯାଇଥିବା ସୂଚନା ମିଳିଥିଲା। ବିଡିଓ ନୂଆଗାଁ ବ୍ଲକ ସଂପର୍କିତ କୌଣସି କାର୍ଯ୍ୟରେ କଟକ ଯାଇଥିବା ବେଳେ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣଙ୍କ ଲୋକଙ୍କୁ ହଇରାଣ ହେବାକୁ ପଡିଥିଲା। କେତେଜଣ କର୍ମଚାରୀ ଘରେ ରହି ଫିଲଡ କାମରେ ଯାଇଥିବା ଦର୍ଶାଉଛନ୍ତି। ନୂଆଗାଁ ବିଡିଓଙ୍କ ସରଳତାର ସୁଯୋଗ ନେଇ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ତେବେ ବିଡିଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କଲେ କିଛି ଫରକ ପଡିବନି ବୋଲି ଜଣେ କର୍ମଚାରୀ କହୁଛନ୍ତି ା କର୍ମଚାରୀ ଠିକ ସମୟରେ କାର୍ଯ୍ୟାଳୟକୁ ନ ଆସିବା ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଯେଉଁମାନେ ବିଳମ୍ବରେ ଆସୁଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ା