ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ରୋଗୀ

ବସ୍ତା,୧୧ା୯(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲା ବସ୍ତା ବ୍ଲକର ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଖଟିଆରେ ୧ କି.ମି. ରାସ୍ତାରେ ଖଟିଆରେ ବୁହା ହୋଇ ୧୦୮ ଆମ୍ବୁଲାନ୍ସରେ ରୋଗୀ ଯିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଏହି ବ୍ଲକ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର ଅଭୟ ମଣି ଦାସଙ୍କ ଦେହ ରବିବାର ସକାଳେ ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ୧କି.ମି ଦୂରରେ ରହିଯାଇଥିଲା। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ୧ କି. ମି. ଦୂରକୁ ଦଉଡ଼ିଆ ଖଟିଆରେ ବୁହାଇ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।