ଗାଁକୁ ରାସ୍ତା ନାହିଁ, ଲୋକଙ୍କୁ ଆବାସ ମିଳିନି

କେନ୍ଦୁଝର,୨୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମାଲଦା ପଞ୍ଚାୟତ ଅନ୍ତର୍ଗତ ବଣଜଙ୍ଗଲ ପାହାଡ଼ ପର୍ବତଘେରା ଜମିରିଡ଼ିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍କୁଲ, ପର୍ଯ୍ୟଟନସ୍ଥଳ, ସହରଠାରୁ ଗାଁର ଉନ୍ନତୀକରଣ କରୁଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଗ୍ରାମର ଅନେକେ ଭତ୍ତା, ଆବାସ ଘରରୁ ମଧ୍ୟ ବଞ୍ଚତ୍ତ ରହିଛନ୍ତି। ବ୍ଲକ୍‌ର ଶେଷ ସୀମାରେ ଗ୍ରାମ ରହିଥିବାରୁ ବିକାଶର ଆଲୋକ ପହଞ୍ଚତ୍ ପାରୁନାହିଁ। ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଛିି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
କେନ୍ଦୁଝର ଜିଲା ମୁଖ୍ୟାଳୟରୁ ପ୍ରାୟ ୪୦ କି.ମି. ଓ ପଞ୍ଚାୟତଠାରୁ ୧୮ କି.ମି. ବ୍ୟବଧାନରେ ଉକ୍ତ ଗ୍ରାମ ଅବସ୍ଥିତ। ଗ୍ରାମରେ ୫୩ ଭୂୟାଁ ଓ ୬୦ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରିଆସୁଛନ୍ତି। ଗ୍ରାମକୁ ଗମନାଗମନର ସୁବିଧା ନାହିଁ। ଏଣୁ ପିଡିଏସ୍‌ ଚାଉଳ, ଭତ୍ତା ଓ ବିଭିନ୍ନ କାମରେ ପଞ୍ଚାୟତକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବହୁ ଆଦିବାସୀଙ୍କ ବୟସ ୬୦ରୁ ଊଦ୍ଧର୍‌ବ ହୋଇଥିଲେ ହେଁ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ସେହିପରି ଅନେକ ଆବାସ ଯୋଜନାରେ ଘର ଖଣ୍ଡେ ପାଇ ନ ଥିବାରୁ ଭଙ୍ଗା ଦଦରା ଘରେ ବର୍ଷା, ଶୀତ କାକରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଜଙ୍ଗଲରୁ ସଂଗୃହୀତ କାଠି, ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବିକି ଚଳନ୍ତି। ଅନେକ ଓଳିଏ ଖାଇ ଓଳିଏ ଉପବାସରେ ଜୀବନ ଅତିବାହିତ କରୁଥିବା ଗ୍ରାମର ଶିବ ଦେହୁରୀ, ମୁକୁନ୍ଦ ମୁଣ୍ଡା, ଚୈତନ୍ୟ ନାୟକ ପ୍ରମୁଖ କହିଛନ୍ତି। ଏଣୁ ତୁରନ୍ତ ପିଡିଏସ୍‌ ସାମଗ୍ରୀ ନିମନ୍ତେ ଏହି ଗ୍ରାମରେ ବ୍ୟବସ୍ଥା କରିବା ସହିତ ଭତ୍ତା, ଚାଉଳ ଓ ମୋ କୁଡ଼ିଆ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ସାମିଲ କରି ଉକ୍ତ ଗ୍ରାମର ଗରିବ ପରିବାରକୁ ସହାୟତା କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଜିଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି। ଏ ନେଇ ଉକ୍ତ ଗ୍ରାମର ସମସ୍ୟା ଅନୁଧ୍ୟାନ କରି ସାମାଜିକ କର୍ମୀ ରଞ୍ଜନ ବେହେରା, ଜୟକୃଷ୍ଣ ନାୟକ ଜିଲା ପ୍ରଶାସନଙ୍କୁ ସହାୟତା ଦେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri