ଗାଁକୁ ନାହିଁ ରାସ୍ତା, ଭଗ୍ନ ଅବସ୍ଥାରେ ସ୍କୁଲ ଗୃହ

ଭବାନୀପାଟଣା,୮।୨(ସ୍ବ.ପ୍ର,): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଆଜି ବି ଉପାନ୍ତ ଇଲାକାରେ ଅପହଞ୍ଚ ସରକାରୀ ଯୋଜନା। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। ବଣଜଙ୍ଗଲ ମଧ୍ୟରେ ଥିବା କିଛି ଗାଁର ଲୋକେ ଆଜି ବି ଜିଉଁଛନ୍ତି ଅଭିଶପ୍ତ ଜୀବନ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ତୁମୁଣିଖୋଲଗାଁରେ। ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ଦୁଇଟି ପାହାଡ଼। ଅବଡାଖବଡା ପଥର ରାସ୍ତା ଦେଇ ୩ କି.ମି. ପାଦରେ ଚାଲି ଗଲେ ପଡେ ଏହି ଗାଁ। ଆଉ ଗାଁ ଦେଖିଲେ ଲାଗେ ସତେଯେମିତି ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ଗ୍ରାମବାସୀ। ତୁମୁଣିଖୋଲ ଗାଁର ଜନସଂଖ୍ୟା ପ୍ରାୟ ୨ ଶହ। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କି.ମି. ଦୂରରେ ରହିଛି। ମୁଖ୍ୟ କଥା ହେଉଛି ଥୁଆମୂଳ ରାମପୁର ବ୍ଲକରେ ଏହି ଗାଁ ଆସୁଥିବା ବେଳେ ଗାଁକୁ ଯିବାକୁ ହେଲେ କଲମପୁର ବ୍ଲକ ଦେଇ ଯିବାକୁ ପଡେ। ଏହି ଗାଁକୁ ନାହିଁ ସିଧାସଳଖ ରାସ୍ତା। ଗାଁକୁ ସଂଯୋଗ କରୁଥିବା ଅଙ୍କାବଙ୍କା ପାହାଡିଆ ରାସ୍ତାରେ ୩ କି.ମି. ଚାଲି ଯିବାଆସିବା କରନ୍ତି ଗ୍ରାମବାସୀ। ନିତିଦିନିଆ କାମ ହେଉ ଅବା ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ ସାମଗ୍ରୀ ପାଇଁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ପ୍ରଥମେ ରାସ୍ତାରେ ଚାଲି ଚାଲି ଯିବାକୁ ପଡେ। ଗାଁକୁ ଭଲ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୋହି କର୍ଲାପଡା ପର୍ଯ୍ୟନ୍ତ ନେଇ ସେଠାରୁ ଆମ୍ବୁଲାନ୍ସରେ କଲମପୁର ମେଡ଼ିକାଲକୁ ନେଇଥାନ୍ତି। ଗାଁରେ ଥିବା ଏହି ବିଦ୍ୟାଳୟ ଗୃହ ଗତ ୫ ବର୍ଷ ତଳେ ବର୍ଷାରେ ଭାଙ୍ଗି ଯାଇଛି। ସ୍କୁଲରେ ନିଯୁକ୍ତ ଶିକ୍ଷକ ୮ ବର୍ଷ ହେଲା ସ୍କୁଲ ବାରଣ୍ଡା ମାଡିନାହାନ୍ତି। ଫଳରେ ଶିକ୍ଷାରୁ ବଞ୍ଚତ୍ତ ଏଠାକାର ଛାତ୍ରୀଛାତ୍ର। ସେପଟେ ଗ୍ରାମବାସୀ ପିଇବା ପାଣି ପାଇଁ ବର୍ଷତମାମ ହନ୍ତସନ୍ତ ହୋଇପଡନ୍ତି। ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ। ଫଳରେ ନାଳର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ପାଣି ପାଇଁ ମୁଣ୍ଡରେ ଗରା ଧରି ୨ କି.ମି. ଦୂର ନାଳକୁ ଯାଇ ଆଣିଥାନ୍ତି। ଏ ହେଉଛି ବିକାଶର ଚିତ୍ର। ସେପଟେ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚତ୍ ପାରିନାହିଁ। ଫଳରେ ମୌଳିକ ସୁବିଧାରୁ ବଞ୍ଚତ୍ତ ଗ୍ରାମବାସୀ। ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ ଗାଁକୁ ଚାଲ-ଗାଁକୁ ଗଢ ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଫିକା ଲାଗୁଛି। ଗାଁରେ ପ୍ରାୟ ୩୦ଜଣ ପିଲା ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ଥିଲେ ହେଁ ସ୍କୁଲ ସାଜିଛି ବାଧକ। କଳାହାଣ୍ଡିର ଏହି ଗୋଟିଏ ଗାଁ ନୁହେଁ, ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ରହିଛି। ଏ ପ୍ରସଙ୍ଗ ନେଇ ଲାଞ୍ଜିଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେହି ଚିରାଚରିତ ଉତ୍ତର ଦେଇ କହିଲେ ବିକାଶ ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ତେବେ ତୁମୁଣିଖୋଲବାସୀ ବିକାଶ ସ୍ରୋତରେ କେବେ ସାମିଲ ହେବେ ତାକୁ ହିଁ ଅପେକ୍ଷା।
ରିପୋର୍ଟ: ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?