ଗାଁକୁ ନାହିଁ ରାସ୍ତା, ଭଗ୍ନ ଅବସ୍ଥାରେ ସ୍କୁଲ ଗୃହ

ଭବାନୀପାଟଣା,୮।୨(ସ୍ବ.ପ୍ର,): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଆଜି ବି ଉପାନ୍ତ ଇଲାକାରେ ଅପହଞ୍ଚ ସରକାରୀ ଯୋଜନା। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। ବଣଜଙ୍ଗଲ ମଧ୍ୟରେ ଥିବା କିଛି ଗାଁର ଲୋକେ ଆଜି ବି ଜିଉଁଛନ୍ତି ଅଭିଶପ୍ତ ଜୀବନ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ତୁମୁଣିଖୋଲଗାଁରେ। ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ଦୁଇଟି ପାହାଡ଼। ଅବଡାଖବଡା ପଥର ରାସ୍ତା ଦେଇ ୩ କି.ମି. ପାଦରେ ଚାଲି ଗଲେ ପଡେ ଏହି ଗାଁ। ଆଉ ଗାଁ ଦେଖିଲେ ଲାଗେ ସତେଯେମିତି ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ଗ୍ରାମବାସୀ। ତୁମୁଣିଖୋଲ ଗାଁର ଜନସଂଖ୍ୟା ପ୍ରାୟ ୨ ଶହ। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କି.ମି. ଦୂରରେ ରହିଛି। ମୁଖ୍ୟ କଥା ହେଉଛି ଥୁଆମୂଳ ରାମପୁର ବ୍ଲକରେ ଏହି ଗାଁ ଆସୁଥିବା ବେଳେ ଗାଁକୁ ଯିବାକୁ ହେଲେ କଲମପୁର ବ୍ଲକ ଦେଇ ଯିବାକୁ ପଡେ। ଏହି ଗାଁକୁ ନାହିଁ ସିଧାସଳଖ ରାସ୍ତା। ଗାଁକୁ ସଂଯୋଗ କରୁଥିବା ଅଙ୍କାବଙ୍କା ପାହାଡିଆ ରାସ୍ତାରେ ୩ କି.ମି. ଚାଲି ଯିବାଆସିବା କରନ୍ତି ଗ୍ରାମବାସୀ। ନିତିଦିନିଆ କାମ ହେଉ ଅବା ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ ସାମଗ୍ରୀ ପାଇଁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ପ୍ରଥମେ ରାସ୍ତାରେ ଚାଲି ଚାଲି ଯିବାକୁ ପଡେ। ଗାଁକୁ ଭଲ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୋହି କର୍ଲାପଡା ପର୍ଯ୍ୟନ୍ତ ନେଇ ସେଠାରୁ ଆମ୍ବୁଲାନ୍ସରେ କଲମପୁର ମେଡ଼ିକାଲକୁ ନେଇଥାନ୍ତି। ଗାଁରେ ଥିବା ଏହି ବିଦ୍ୟାଳୟ ଗୃହ ଗତ ୫ ବର୍ଷ ତଳେ ବର୍ଷାରେ ଭାଙ୍ଗି ଯାଇଛି। ସ୍କୁଲରେ ନିଯୁକ୍ତ ଶିକ୍ଷକ ୮ ବର୍ଷ ହେଲା ସ୍କୁଲ ବାରଣ୍ଡା ମାଡିନାହାନ୍ତି। ଫଳରେ ଶିକ୍ଷାରୁ ବଞ୍ଚତ୍ତ ଏଠାକାର ଛାତ୍ରୀଛାତ୍ର। ସେପଟେ ଗ୍ରାମବାସୀ ପିଇବା ପାଣି ପାଇଁ ବର୍ଷତମାମ ହନ୍ତସନ୍ତ ହୋଇପଡନ୍ତି। ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ। ଫଳରେ ନାଳର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ପାଣି ପାଇଁ ମୁଣ୍ଡରେ ଗରା ଧରି ୨ କି.ମି. ଦୂର ନାଳକୁ ଯାଇ ଆଣିଥାନ୍ତି। ଏ ହେଉଛି ବିକାଶର ଚିତ୍ର। ସେପଟେ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚତ୍ ପାରିନାହିଁ। ଫଳରେ ମୌଳିକ ସୁବିଧାରୁ ବଞ୍ଚତ୍ତ ଗ୍ରାମବାସୀ। ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ ଗାଁକୁ ଚାଲ-ଗାଁକୁ ଗଢ ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଫିକା ଲାଗୁଛି। ଗାଁରେ ପ୍ରାୟ ୩୦ଜଣ ପିଲା ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ଥିଲେ ହେଁ ସ୍କୁଲ ସାଜିଛି ବାଧକ। କଳାହାଣ୍ଡିର ଏହି ଗୋଟିଏ ଗାଁ ନୁହେଁ, ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ରହିଛି। ଏ ପ୍ରସଙ୍ଗ ନେଇ ଲାଞ୍ଜିଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେହି ଚିରାଚରିତ ଉତ୍ତର ଦେଇ କହିଲେ ବିକାଶ ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ତେବେ ତୁମୁଣିଖୋଲବାସୀ ବିକାଶ ସ୍ରୋତରେ କେବେ ସାମିଲ ହେବେ ତାକୁ ହିଁ ଅପେକ୍ଷା।
ରିପୋର୍ଟ: ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri