କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ

ଡେରାବିଶ,୩୦ା୧୧(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ। ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର। ଶିକ୍ଷାର ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୂଳଠାରେ ୨୦୧୦ରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟ। ୫ ଏକର ପରିମିତ ଏହି ବିଦ୍ୟାଳୟରେ ବାଲବାଟିକା-୩ଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ରହିଥିବା ବେଳେ ବର୍ତ୍ତମାନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୯୯୬।ବିଦ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ରାସ୍ତାଟିଏ ନ ଥିବାରୁ ଛାତ୍ରୀଛାତ୍ରମାନେ ଦୈନିକ ଆସୁଥିବା ଯାନବାହାନରୁ ଓହ୍ଲାଇ ଅଧ କି.ମି. ଚାଲିବାକୁ ପଡ଼ୁଛି।
କେନ୍ଦ୍ରାପଡ଼ା -ଇନ୍ଦପୁର ରାସ୍ତାର ପାର୍ଶ୍ୱରେ ଅବସ୍ଥିତ ଏହି ବିଦ୍ୟାଳୟ ଦେଇ ବାରିମୂଳ ଜେଲ୍‌କୁ ଯାଇଥିବା ଏକ ଅଣଓସାରିଆ ପୁରୁଣା ରାସ୍ତାକୁ ବ୍ୟବହାର କରୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କୁ ନେଇ ଆସୁଥିବା ବିଭିନ୍ନ ଯାନବାହାନ ବିଦ୍ୟାଳୟ ନିକଟକୁ ଯାଇ ନ ପାରି କେନ୍ଦ୍ରାପଡ଼ା-ଇନ୍ଦୁପର ରାସ୍ତାର ବାରିମୂଳ ଛକଠାରେ ଉଭୟ ପାର୍ଶ୍ୱରେ ରହିବାକୁ ପଡ଼ୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ପାଇଁ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷେ ବିଦ୍ୟାଳୟ ଦେଇ ଯାଇଥିବା ବାରିମୂଳ ଜେଲ୍‌ ରାସ୍ତାରେ ଜେଲକୁ ଯାଉଥିବା ବିଭିନ୍ନ ଯାନବାହାନ ପିଲାଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି। ଏପରି କି ଜେଲ୍‌ ରାସ୍ତାରେ ବଡ଼ବଡ଼ ଚାଖୁଣ୍ଡା ଗଛ ଥିବାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସୁଥିବା ବିଦ୍ୟାଳୟ ବସ୍‌ ଇନ୍ଦୁପୁର ରାସ୍ତାରେ ଅଟକିବାକୁ ପଡ଼ୁଛି ା ଗାଡ଼ିରୁ ଓହ୍ଲାଇ ପିଲାମାନେ ଚାଲିଚାଲି ଆସୁଛନ୍ତି।
କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସୁଥିବା ପ୍ରଦର୍ଶନୀ ବସ୍‌ ମଧ୍ୟରେ ବିଜ୍ଞାନ, ଓ ବୈଷୟିକ ଜ୍ଞାନକୌଶଳ ବିଦ୍ୟାଳୟ ପରିସର ମଧ୍ୟକୁ ଯାଇ ନ ପାରି ଇନ୍ଦୁପୁର ରାସ୍ତା ଉପରେ ପ୍ରଦର୍ଶିତ ହେଉଛି। ଏହି ପ୍ରଦର୍ଶନୀ ଦେଖିଇବା ପାଇଁ ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଇନ୍ଦୁପୁର ରାସ୍ତା ନିକଟକୁ ଆଣିଥାନ୍ତି। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଏହି ବିଦ୍ୟାଳୟକୁ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ରାସ୍ତା ନିର୍ମାଣ କରାଗଲେ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମୁଖାର୍ଜୀ କହିଛନ୍ତି। ମୁଖାର୍ଜୀଙ୍କ ସୂଚନା ଅନୁଯାୟୀ, ଏହି ୫୦୦ ମିଟର ରାସ୍ତା ଆଗରୁ ମଧ୍ୟ ରହିଛି ା ମାତ୍ର ନିର୍ମାଣ ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ଅନାବନା ଜଙ୍ଗଲରେ ଭର୍ତ୍ତି ହୋଇଯାଇଛି ା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶଶିକୌଶଳଙ୍କୁ ପଚାରିବାରୁ ସେ କହିଲେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟବସ୍ଥା ପ୍ରତି ଏହି ବିଦ୍ୟାଳୟ ଗୁରୁତ୍ୱ ଦେଇଆସିଛି ା ଶିକ୍ଷା ବ୍ୟବସ୍ଥା କିପରି ସମୃଦ୍ଧ ହେବ ସେନେଇ ସେ ଓ ଅନ୍ୟଶିକ୍ଷକମାନେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ା ହେଲେ ରାସ୍ତା ସମସ୍ୟା ଚିନ୍ତାର କାରଣ ହୋଇଛି ା ଏ ବିଷୟରେ ବାରିମୂଳ ସରପଞ୍ଚ କଳ୍ପନା ବେହେରାଙ୍କୁ ପଚାରିବାରୁ ସେ କହିଲେ ଏହି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଡେରାବିଶ ବିଡ଼ିଓ ଓ ପିଡ଼ିଙ୍କୁ ପଞ୍ଚାୟତ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଛି ା ଅର୍ଥ ମଞ୍ଜୁର ହେଲେ ଏହି ରାସ୍ତା ନିର୍ମାଣ ହେବ ବୋଲି ସରପଞ୍ଚ ବେହେରା କହିଥିଲେ ା ଏ ବିଷୟରେ ବିଡ଼ିଓ ଦାଶରଥି ଜେନାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ କହିଲେ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri