ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ

ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ କଷ୍ଟରେ ଚାଷ ଆରମ୍ଭ କରିଥିଲେ ମଧ୍ୟ ଅମଳ ବେଳକୁ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କେନାଲରେ ବି ପାଣି ଆସୁ ନ ଥିବାରୁ ଜମି ଫାଟି ଆଁ କରିଛି। ଧାନର ଥୋଡ଼ ବାହାରିବା ସମୟରେ ପାଣି ଅଭାବ ଯୋଗୁ ବିଲ ଫାଟିଛି। ଏଥିପାଇଁ ଉପରୋକ୍ତ ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଗତ ଜୁନ୍‌ମାସଠାରୁ ରାଜ୍ୟକୁ ମୌସୁମୀ ଆସିଥିଲା। ହେଲେ ରଣପୁର ଅଞ୍ଚଳରେ ଆବଶ୍ୟକ ବର୍ଷା ହେଲାନାହିଁ। ରଣପୁର, ସୁନାଖଳା, ଗୋପାଳପୁର, ଦର୍ପନାରଣପୁର ଓ ଚାନ୍ଦପୁର ଅଞ୍ଚଳରେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀମାନେ ଚାଷ ପାଇଁ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭୟ କରିଥାନ୍ତି। ହେଲେ ସରକାରଙ୍କ ତରଫରୁ ଜଳସେଚନ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀମାନଙ୍କ କାମରେ ଲାଗୁନାହିଁ। କେନାଲ ଓ ଚେକ୍‌ ଡ୍ୟାମ ନାମରେ ଲକ୍ଷାଧିକ ଟଙ୍କାର ଫଲ୍‌ସ ବିଲ କରାଯାଇ ସେହି ଅର୍ଥକୁ ବାଟମାରଣା କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଆବଶ୍ୟକ ପାଣି ଅଭାବରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେଉଁଠି ବିଲ ଆଁ କରିଛି ତ ଆଉ କେଉଁଠି ବିଲ ପଡ଼ିଆ ପଡିଛି। ଦେଶୀ କିସମଠାରୁ ହାଇବ୍ରିଡ୍‌ ଧାନ ଓ ସରକାରୀ ଧାନ ଗୁଣାତ୍ମକ ଭାବେ ଅଧିକ ଅମଳ ହୋଇଥାଏ। ସେଥିପାଇଁ ଶତାଧିକ ଚାଷୀ ସମବାୟ ସମିତି ଓ କୃଷି ବିଭାଗରୁ ଧାର କରଜ ଓ ସୁନା ବନ୍ଧକ ରଖି ବିହନ କିଣି ଧାନ ଚାଷ କରିଥିଲେ। ହେଲେ ବର୍ଷା ନ ହେବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।
ରଣପୁର ଏନ୍‌ଏସି ଓ ବ୍ଲକର ୩୭ ପଞ୍ଚାୟତରେ ୧୯,୯୨୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ଧାନ ଚାଷ ୧୭,୩୨୫ ହେକ୍ଟର ଜମିରେ କରାଯାଉଥିବା ବେଳେ ୨୬ ହଜାର ହେକ୍ଟର ଜମିରେ ଅଣଧାନଚାଷ କରାଯାଏ। ଏହି ଦୃଷ୍ଟିରୁ ଉପରୋକ୍ତ ୩୭ ପଞ୍ଚାୟତକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଜଳସେଚିତ, ଅଣଜଳସେଚିତ ଜମି ଥିଲା ବେଳେ ଚାଷ କାର୍ଯ୍ୟ କେବଳ ବର୍ଷାଜଳ ଉପରେ ନିର୍ଭର କରିଥାଏ। ୧o% ଜମି ଜଳସେଚିତ ଥିଲା ବେଳେ ଅବଶିଷ୍ଟ ୯୦% କେବଳ ମୌସୁମି ବର୍ଷାକୁ ଭରସା କରି ଚାଷୀମାନେ ଚାଷ କରିଥାନ୍ତି। ଚାଷୀଙ୍କ ଉପରୋକ୍ତ ସମସ୍ୟାର ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଚାଷୀମାନଙ୍କ ପାଇଁ ଜମିରେ ଥିବା ବୋରୱେଲଗୁଡିକରେ ଠିକ୍‌ ସମୟରେ ବିଦ୍ୟୁତ୍‌ ସଂଯୋଗ ନ କରିବା ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ବୋରଓ୍ବେଲରୁ ପାଣି ବାହାରୁ ନାହିଁ। ବିଭିନ୍ନ ନଦୀ, ବନ୍ଧ ଓ କେନାଲ ଦ୍ୱାରା କରାଯାଇଥିବା ଚେକ୍‌ଡ୍ୟାମ୍‌ଗୁଡିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ସେଥିରେ ଜଳ ରୁହେ ନାହିଁ। କେନାଲ ଖୋଲା ଯାଇଥିଲେ ମଧ୍ୟ ତାହା ଚାଷ କାମରେ ଲାଗେନାହିଁ। ଫଳରେ ଏହି ଅଞ୍ଚଳ ଚାଷକାର୍ଯ୍ୟରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଥାଏ। ଅପରପକ୍ଷେ ପ୍ରତିବର୍ଷ ଅକ୍ଷୟତୃତୀୟା ପୂର୍ବରୁ ଚାଷୀମାନେ ଅଧିକ ଉତ୍ପାଦନ ନେଇ ଆକଳନ କରିଥାନ୍ତି। ୩ ବର୍ଷ ତଳେ ମରୁଡ଼ି, ଲଗାଣ ବର୍ଷାକୁ ଚାଷୀମାନେ ଭୁଲିନାହାନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଚାଷୀ ଗୋପାଳ ପ୍ରଧାନ, ଏକାଦଶିଆ ନାୟକ, ମଣିଆ ରଣା, ବାଉରୀ ପ୍ରଧାନ, ପ୍ରକାଶ ସେଠୀ, ବାଦଲ ନାୟକ, ଜାଗା ନାୟକ ପ୍ରମୁଖ ଚାଷୀ କୁହନ୍ତି, ରଣପୁର ଅଞ୍ଚଳରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଯାହା ଅଛି ତାହା ଚାଷୀଙ୍କ କାମରେ ଲାଗୁନାହିଁ। ତେଣୁ ଚଳିତବର୍ଷ ଉପରୋକ୍ତ ବ୍ଲକ୍‌ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ତୁରନ୍ତ ଏହି ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ଆନ୍ଦୋନକୁ ଓହ୍ଳାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri