ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ

ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ କଷ୍ଟରେ ଚାଷ ଆରମ୍ଭ କରିଥିଲେ ମଧ୍ୟ ଅମଳ ବେଳକୁ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କେନାଲରେ ବି ପାଣି ଆସୁ ନ ଥିବାରୁ ଜମି ଫାଟି ଆଁ କରିଛି। ଧାନର ଥୋଡ଼ ବାହାରିବା ସମୟରେ ପାଣି ଅଭାବ ଯୋଗୁ ବିଲ ଫାଟିଛି। ଏଥିପାଇଁ ଉପରୋକ୍ତ ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଗତ ଜୁନ୍‌ମାସଠାରୁ ରାଜ୍ୟକୁ ମୌସୁମୀ ଆସିଥିଲା। ହେଲେ ରଣପୁର ଅଞ୍ଚଳରେ ଆବଶ୍ୟକ ବର୍ଷା ହେଲାନାହିଁ। ରଣପୁର, ସୁନାଖଳା, ଗୋପାଳପୁର, ଦର୍ପନାରଣପୁର ଓ ଚାନ୍ଦପୁର ଅଞ୍ଚଳରେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀମାନେ ଚାଷ ପାଇଁ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭୟ କରିଥାନ୍ତି। ହେଲେ ସରକାରଙ୍କ ତରଫରୁ ଜଳସେଚନ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀମାନଙ୍କ କାମରେ ଲାଗୁନାହିଁ। କେନାଲ ଓ ଚେକ୍‌ ଡ୍ୟାମ ନାମରେ ଲକ୍ଷାଧିକ ଟଙ୍କାର ଫଲ୍‌ସ ବିଲ କରାଯାଇ ସେହି ଅର୍ଥକୁ ବାଟମାରଣା କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଆବଶ୍ୟକ ପାଣି ଅଭାବରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେଉଁଠି ବିଲ ଆଁ କରିଛି ତ ଆଉ କେଉଁଠି ବିଲ ପଡ଼ିଆ ପଡିଛି। ଦେଶୀ କିସମଠାରୁ ହାଇବ୍ରିଡ୍‌ ଧାନ ଓ ସରକାରୀ ଧାନ ଗୁଣାତ୍ମକ ଭାବେ ଅଧିକ ଅମଳ ହୋଇଥାଏ। ସେଥିପାଇଁ ଶତାଧିକ ଚାଷୀ ସମବାୟ ସମିତି ଓ କୃଷି ବିଭାଗରୁ ଧାର କରଜ ଓ ସୁନା ବନ୍ଧକ ରଖି ବିହନ କିଣି ଧାନ ଚାଷ କରିଥିଲେ। ହେଲେ ବର୍ଷା ନ ହେବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।
ରଣପୁର ଏନ୍‌ଏସି ଓ ବ୍ଲକର ୩୭ ପଞ୍ଚାୟତରେ ୧୯,୯୨୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ଧାନ ଚାଷ ୧୭,୩୨୫ ହେକ୍ଟର ଜମିରେ କରାଯାଉଥିବା ବେଳେ ୨୬ ହଜାର ହେକ୍ଟର ଜମିରେ ଅଣଧାନଚାଷ କରାଯାଏ। ଏହି ଦୃଷ୍ଟିରୁ ଉପରୋକ୍ତ ୩୭ ପଞ୍ଚାୟତକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଜଳସେଚିତ, ଅଣଜଳସେଚିତ ଜମି ଥିଲା ବେଳେ ଚାଷ କାର୍ଯ୍ୟ କେବଳ ବର୍ଷାଜଳ ଉପରେ ନିର୍ଭର କରିଥାଏ। ୧o% ଜମି ଜଳସେଚିତ ଥିଲା ବେଳେ ଅବଶିଷ୍ଟ ୯୦% କେବଳ ମୌସୁମି ବର୍ଷାକୁ ଭରସା କରି ଚାଷୀମାନେ ଚାଷ କରିଥାନ୍ତି। ଚାଷୀଙ୍କ ଉପରୋକ୍ତ ସମସ୍ୟାର ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଚାଷୀମାନଙ୍କ ପାଇଁ ଜମିରେ ଥିବା ବୋରୱେଲଗୁଡିକରେ ଠିକ୍‌ ସମୟରେ ବିଦ୍ୟୁତ୍‌ ସଂଯୋଗ ନ କରିବା ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ବୋରଓ୍ବେଲରୁ ପାଣି ବାହାରୁ ନାହିଁ। ବିଭିନ୍ନ ନଦୀ, ବନ୍ଧ ଓ କେନାଲ ଦ୍ୱାରା କରାଯାଇଥିବା ଚେକ୍‌ଡ୍ୟାମ୍‌ଗୁଡିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ସେଥିରେ ଜଳ ରୁହେ ନାହିଁ। କେନାଲ ଖୋଲା ଯାଇଥିଲେ ମଧ୍ୟ ତାହା ଚାଷ କାମରେ ଲାଗେନାହିଁ। ଫଳରେ ଏହି ଅଞ୍ଚଳ ଚାଷକାର୍ଯ୍ୟରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଥାଏ। ଅପରପକ୍ଷେ ପ୍ରତିବର୍ଷ ଅକ୍ଷୟତୃତୀୟା ପୂର୍ବରୁ ଚାଷୀମାନେ ଅଧିକ ଉତ୍ପାଦନ ନେଇ ଆକଳନ କରିଥାନ୍ତି। ୩ ବର୍ଷ ତଳେ ମରୁଡ଼ି, ଲଗାଣ ବର୍ଷାକୁ ଚାଷୀମାନେ ଭୁଲିନାହାନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଚାଷୀ ଗୋପାଳ ପ୍ରଧାନ, ଏକାଦଶିଆ ନାୟକ, ମଣିଆ ରଣା, ବାଉରୀ ପ୍ରଧାନ, ପ୍ରକାଶ ସେଠୀ, ବାଦଲ ନାୟକ, ଜାଗା ନାୟକ ପ୍ରମୁଖ ଚାଷୀ କୁହନ୍ତି, ରଣପୁର ଅଞ୍ଚଳରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଯାହା ଅଛି ତାହା ଚାଷୀଙ୍କ କାମରେ ଲାଗୁନାହିଁ। ତେଣୁ ଚଳିତବର୍ଷ ଉପରୋକ୍ତ ବ୍ଲକ୍‌ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ତୁରନ୍ତ ଏହି ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ଆନ୍ଦୋନକୁ ଓହ୍ଳାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri