ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ

କ୍ୱିଭ୍‌,୫।୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦେଶ ଛାଡ଼ି ପଳାୟନ କରିଥିବା ନେଇ ରୁଷିଆ ପକ୍ଷରୁ ଗୁଜବ ସୃଷ୍ଟି କରାଯାଇଥିବାବେଳେ ଏହାକୁ କ୍ୱିଭ୍‌ ପକ୍ଷରୁ ଖଣ୍ଡନ କରାଯାଇଛି । ଜେଲେନ୍‌ସ୍କି ଶୁକ୍ରବାର ପୋଲାଣ୍ଡକୁ ପଳାୟନ କରିଛନ୍ତି ବୋଲି ରୁଷିଆ ପାର୍ଲାମେଣ୍ଟ ବାଚସ୍ପତି ପ୍ରଚାର ଚଳାଇଥିବାବେଳେ ଦେଶର ଗଣମାଧ୍ୟମଗୁଡ଼ିକରେ ଏହି ଖବର ବହୁଳ ପ୍ରସାରିତ ହୋଇଛି । ଏନେଇ ୟୁକ୍ରେନ୍‌ର ଏମ୍‌ପି ୟେଭ୍‌ହେନିଆ କ୍ରାଭ୍‌ଚୁକ୍‌ କହିଛନ୍ତି, ଏହା ଏକ ଗୁଜବ । ରୁଷିଆ ପକ୍ଷରୁ ଏଭଳି ଫେକ୍‌ ନ୍ୟୁଜ୍‌ ଛଡ଼ାଯାଉଛି। ଜେଲେନ୍‌ସ୍କି ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ସରକାରୀ ଓ ସାମରିକ କାର୍ଯ୍ୟରେ ସେ ସହଯୋଗ କରୁଛନ୍ତି । ଦେଶ ଛାଡ଼ି ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ । ତେଣୁ ୟୁକ୍ରେନ୍‌ବାସୀ ରୁଷିଆର ପ୍ରୋପାଗଣ୍ଡାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ୟେଭ୍‌ହେନିଆ କହିଛନ୍ତି ।

Share