ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ

ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଏକ ଦଶନ୍ଧିରୁ ଅଧିକ ହେଲାଣି। ଏବେ ବି ଆତଙ୍କବାଦ ଓ ମୌଳବାଦ ସାରା ବିଶ୍ୱ ପାଇଁ ବିପଦ ହୋଇ ରହିଥିବା ମୋଦି କହିଛନ୍ତି। ଏହିସବୁ ବିଚାରଧାରା ସେମାନଙ୍କୁ ନୂଆ ପରିଚୟ ଦେଇଥିଲେ ମଧ୍ୟ ଉଦ୍ଦେଶ୍ୟ ସମାନ ରହିଛି। ଆତଙ୍କବାଦ ସାରା ମାନବଜାତିର ଶତ୍ରୁ। ଆତଙ୍କବାଦର ପ୍ରାୟୋଜକ ଏବଂ ରପ୍ତାନିକାରୀ ଶକ୍ତିଙ୍କୁ ପରାଜିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିବା ବେଳେ କଂଗ୍ରେସ ସଦସ୍ୟମାନେ ‘ମୋଦି, ମୋଦି’ ସ୍ଲୋଗାନ ଦେଇଥିଲେ।
ସେହିପରି ଚାଇନା ନାଁ ନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ବୈଶ୍ୱିକ ଶୃଙ୍ଖଳା ଆମେରିକା ଚାର୍ଟରର ନିୟମାବଳୀ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସାର୍ବଭୌମତ୍ୱକୁ ସମ୍ମାନ ଏବଂ ଆଞ୍ଚଳିକ ସଂହତି ଆଧାରରେ ଚାଲୁଛି। ବଳପ୍ରୟୋଗ ଓ ବିରୋଧର କଳାବାଦଲ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଘୋଡ଼ାଇ ରଖିଛି। ଆଞ୍ଚଳିକ ସ୍ଥାୟିତ୍ୱ ଆମ ବନ୍ଧୁତ୍ୱ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହୋଇଛି ବୋଲି ମୋଦି ଚାଇନାର ଆକ୍ରମଣାତ୍ମକ ଆଚରଣକୁ ଆକ୍ଷେପ କରି କହିଛନ୍ତି। ଇଣ୍ଡୋ-ପାସିଫିକ୍‌ ସମେତ ଏକ ମୁକ୍ତ ଓ ଉନ୍ମୁକ୍ତ ସୁରକ୍ଷିତ ଜଳରାଶି ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଦେଶଗୁଡ଼ିକର ବିକାଶ ଋଣ ବୋଝର ଚାପରେ ଶ୍ୱାସରୁଦ୍ଧ ନ ହେଉ ଏବଂ ଯୋଗାଯୋଗରୁ ରଣନୀତିକ ଉଦ୍ଦେଶ୍ୟର ଫାଇଦା ଉଠା ନ ଯାଉ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେରିକାର ଆଇନ ପ୍ରଣେତାମାନେ ମୋଦିଙ୍କ ଉଦ୍‌ବୋଧନକୁ ଉଚ୍ଚ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri