ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ। ତାଙ୍କର ଶେଷ ପରଦା ଉପରେ ଅଭିନୟ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ହୈବନ’ରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଅକ୍ଷୟ କୁମାର ଅସରାନିଙ୍କ ଶେଷ ସଟ୍ର ଏକ କ୍ଲିପ ଶେୟାର କରି ଭାବପ୍ରବଣ ନୋଟ ଲେଖିଛନ୍ତି।
ଅକ୍ଷୟ କହିଛନ୍ତି, ଏହି କିମ୍ବଦନ୍ତୀଙ୍କ ସହିତ କାମ କରିବା ଏବଂ ‘ହୈବନ’ରେ ତାଙ୍କ ସହ ଶେଷ ସଟରେ ଅଭିନୟ କରିବା ମୋର ସୌଭାଗ୍ୟର ବିଷୟ। ଅସରାନି ଜି ଆପଣ ଅମର। ଆପଣଙ୍କ ପରି କେହି ହୋଇପାରିବେ ନାହିଁ।
ଅକ୍ଷୟ କୁମାର ଏବଂ ଅସରାନି ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ। ହେରା ଫେରି (୨୦୦୦), ଆୱାରା ପାଗଲ ଦେୱାନା(୨୦୦୨), ‘ଗରାମ ମସାଲା’ (୨୦୦୫), ଦିୱାନେ ହୁଇ ପାଗଲ (୨୦୦୫), ଭାଗାମ ଭାଗ (୨୦୦୬), ଫିର ହେରା ପେରି(୨୦୦୬), ଭୁଲ ଭୁଲେୟା(୨୦୦୭), ‘ଖଟ୍ଟମିଠା’ (୨୦୧୦), ଏବଂ ‘ଭୁତ ବଙ୍ଗଳା’।
‘ହୈବାନ’ ଫିଲ୍ମଟି ଅସରାନିଙ୍କ ଶେଷ ସ୍କ୍ରିନ ଆପିୟରନ୍ସ ହେବ। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ, ‘ହୈବାନ’ ହେଉଛି ତାଙ୍କର ୨୦୧୬ର ମାଲାୟଲମ ଫିଲ୍ମ ‘ଓପମ’ର ହିନ୍ଦୀ ରିମେକ। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବୋମନ ଇରାନି, ସୈୟାମି ଖେର, ଶ୍ରିଆ ପିଲଗାଓଁକର, ରାଜପାଲ ଯାଦବ ଏବଂ ଶାରିବ ହାସମୀଙ୍କ ଭଳି କଳାକାର ସାମିଲ ଅଛନ୍ତି। ଫିଲ୍ମଟି ସେପ୍ଟେମ୍ବର ୧୧ରେ ଥିଏଟରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।