ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ

ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍‌ରେ ଜୀବନ କେତେ ଦ୍ରୁତଗାମୀ ଏବଂ କିପରି ଏହା ସମାଲୋଚନାରେ ଭରପୂର ସେ ଉପରେ ନିଜ ପ୍ରତିକ୍ରିୟା ରଖି ତାପସୀ କହିଛନ୍ତି, ଅଭିନୟ ଦୁନିଆ ବେଶ୍‌ ପ୍ରତିଯୋଗିତାପୂର୍ଣ୍ଣ। କ୍ୟାମେରା ସମ୍ମୁଖରେ ଆମେ ଅଭିନୟ କଲାବେଳେ ଲୋକଙ୍କ ପାଇଁ ତାହା ସମାଲୋଚନାର ବିଷୟ ପାଲଟିଯାଏ। ଏଥିଯୋଗୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡେ। ଯେ ଏପରି ଅବସ୍ଥା ଦେଇ ଗତି କରିଥିବେ କେବଳ ସେ ହିଁ ଏ ବିଷୟରେ ଅବଗତ ଥିବେ ବୋଲି ସେ କହିଛନ୍ତି। ନିକଟରେ ତାପସୀଙ୍କ ଫିଲ୍ମ ‘ହସିନ୍‌ ଦିଲ୍‌ରୁବା’ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଛି।

Share