ଶିକ୍ଷା ନାହିଁ ଇସ୍ତାହାରରେ

ଆର୍ଥିକ, ସାମାଜିକ, ବୌଦ୍ଧିକ ତଥା ବିଜ୍ଞାନ ଆଧାରିତ ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଭୂମିକା ମହତ୍ତ୍ୱପୂର୍ଣ୍ଣ। ଏହାକୁ ଲକ୍ଷ୍ୟକରି ଛାତ୍ରୀଛାତ୍ରମାନଙ୍କ ଶିକ୍ଷାର ମୂଳଦୁଆ ସ୍କୁଲରୁ ପକାଯାଏ। ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଷୟରେ ସେମାନେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ହାସଲକରି ନିଜ ଜୀବନରେ ଉନ୍ନତି କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏବେ ସେମାନଙ୍କ ଉଚ୍ଚଶିକ୍ଷା ଧାରାରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ବିଶେଷକରି ଓଡ଼ିଶାର କେତୋଟି ଡିଗ୍ରୀ କଲେଜରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ଛାତ୍ରୀଛାତ୍ରମାନେ ନାମ ଲେଖାଇ ନ ଥିବା ଘଟଣା ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ଲାଗି ଚିଠି ଜାରି କରାଯାଇଥିଲା । ପରେ ମେ ଦ୍ୱିତୀୟ ସପ୍ତାହରେ ଏହିସବୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ପାଖାପାଖି ୫୦ଟି ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ, ସରକାରୀ ଏବଂ ସେଲ୍‌ଫ ଫାଇନାନ୍ସିଂ ଡିଗ୍ରୀ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରେ କଳା, ବିଜ୍ଞାନ ଓ ସାହିତ୍ୟର କେତେକ ନିଦ୍ଦିଷ୍ଟ ବିଷୟରେ ଛାତ୍ରୀଛାତ୍ର ନାମ ଲେଖାଇ ନ ଥିବା ଜଣାପଡ଼ିଛି। ଏହିସବୁ ବିଷୟ ମଧ୍ୟରେ ରହିଛି ଗଣିତ, ଇଂଲିଶ, ରସାୟନ ବିଜ୍ଞାନ, ଅର୍ଥନୀତି, ସାହିତ୍ୟ ଓ ଅଦ୍ୱୈତ ବେଦାନ୍ତ। ଅବଶ୍ୟ ଅଦ୍ୱୈତ ବେଦାନ୍ତରେ ପିଲା ନାମ ନ ଲେଖାଇବାର କାରଣ ବୁଝିବା କଷ୍ଟକର ନୁହେଁ। ସେହି ପାଠ ପଢ଼ିଥିବା ପିଲାଙ୍କର ଭବିଷ୍ୟତ ନିଶ୍ଚିତ ଭାବେ ଅନ୍ଧକାରମୟ ହେବ, କାରଣ ସେହି ବିଷୟକୁ ନେଇ ନିଯୁକ୍ତି ପାଇବା କିମ୍ବା ଅନ୍ୟ କୌଣସି ବାଟରେ ରୋଜଗାର କରିବା ଅସମ୍ଭବ ବୋଲି ସମସ୍ତେ ଜାଣନ୍ତି। ତେବେ ଇଂଲିଶ ଓ ଗଣିତରେ ଭବିଷ୍ୟତ ଉଜ୍ଜ୍ୱଳ ହେବାର ସବୁ ସମ୍ଭାବନା ଥିବା ସତ୍ତ୍ୱେ ପିଲାଙ୍କ ମଧ୍ୟରେ ସେହିସବୁ ବିଷୟ ପ୍ରତି ଆଗ୍ରହ ଆସୁନାହିଁ, କାରଣ ସ୍କୁଲ ସ୍ତରରୁ ଏହିସବୁ ବିଷୟକୁ ଓଡ଼ିଶାରେ ଗୁରୁତ୍ୱ ଦିଆଯାଉ ନାହିଁ।
ଉଲ୍ଲେଖନୀୟ ଯେ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (ଆର୍‌ଡିଇ), ଭୁବନେଶ୍ୱର ଅଧୀନରେ ଥିବା ପାଖାପାଖି ୩୫ଟି କଲେଜରେ ନିର୍ଦ୍ଦିଷ୍ଟ ଭାବେ ୩୯ଟି ବିଷୟରେ ଛାତ୍ରୀଛାତ୍ର ନାମ ଲେଖାଇ ନ ଥିବା ସ୍ପଷ୍ଟ କରାଯାଇଛି । ଏଥି ମଧ୍ୟରୁ ୯ଟି କଲେଜରେ କୌଣସି ଛାତ୍ରୀଛାତ୍ର ଗଣିତରେ ଏବଂ ୫ଟି କଲେଜରେ ଇଂଲିଶରେ ନାମଲେଖାଇ ନ ଥିବା କୁହାଯାଇଛି। ଅତୀତରେ ବିଭିନ୍ନ କଲେଜରେ ଓଡ଼ିଆ ସାହିତ୍ୟ (ସମ୍ମାନ) ବିଷୟ ଖାଲି ପଡ଼ିଥିବା ଖବର ପ୍ରକାଶ ପାଇଥିଲା ଓ ଏବେ ମଧ୍ୟ ଏହା ସେହି ପରିସ୍ଥିତିରେ ରହିଛି। ତେବେ ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏଭଳି ଏକ ପ୍ରସଙ୍ଗକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ସକ୍ରିୟତା ପ୍ରକାଶ କରିଥିଲେ ମଧ୍ୟ ଲଗାତର ଦୁଇଟି ଶିକ୍ଷା ବର୍ଷରେ ୬ଟି ସେଲ୍‌ଫ ଫାଇନାନ୍ସିଂ ଡିଗ୍ରୀ କଲେଜରେ ଆଦୌ ନାମ ଲେଖାଯାଇ ନ ଥିବା ଘଟଣା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଅଧୋଗତିର ସଙ୍କେତ ଦେଉଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ଅତ୍ୟନ୍ତ ବିଚିତ୍ର। ଶିକ୍ଷୟିତ୍ରୀ ଓ ଶିକ୍ଷକ ଚାକିରି ଖୋଜିବା ପାଇଁ ଅନେକ ଲକ୍ଷ ଆବେଦନକାରୀ ବାହାରୁଛନ୍ତି। କିନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କେବଳ ମାତ୍ର ଡିଗ୍ରୀରେ ସୀମିତ ରହିଯାଉଛି। ଏହା ଫଳରେ ସର୍ବନିମ୍ନସ୍ତରରୁ ପିଲାଙ୍କୁ ଉଚିତ ଶିକ୍ଷା ଦେବାର ବାତାବରଣ ସୃଷ୍ଟି କରାଯାଇପାରୁ ନାହିଁ। ଏହାର ଦୀର୍ଘମିଆଦୀ କୁଫଳ ରାଜ୍ୟକୁ ଭୋଗିବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାକୁ ଆକର୍ଷଣୀୟ କରିବା ଦାୟିତ୍ୱ ସେହି ଶିକ୍ଷକଙ୍କର। ଅଧିକ ସଂଖ୍ୟାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକରୁଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କର ପାଠପଢ଼ାଇବାରେ ସାଧାରଣ ରୁଚି ଥିବା ଭଳି ମନେହେଉ ନାହିଁ। ଅରୁଚିକର କାର୍ଯ୍ୟ କରୁଥିବା ଶିକ୍ଷୟିତ୍ରୀଶିକ୍ଷକ ତାଙ୍କ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଘୃଣା କିମ୍ବା ଭୟ କରିବାର ସୂତ୍ର ଦେଉଥିବା ଭଳି ମନେହୁଏ। ସେଥିପାଇଁ ପରବର୍ତ୍ତୀ ସମୟରେ ଯେତେବେଳେ ସେହି ପିଲାମାନେ କଲେଜ କିମ୍ବା ଉଚ୍ଚଶିକ୍ଷା ହାସଲ କରିବାକୁ ଚେଷ୍ଟା କରନ୍ତି, ତାଙ୍କ ଭିତରେ ଭୟ କାମ କରିବା ସ୍ବାଭାବିକ। ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ନେଇ ଯେଉଁ ସଂଗଠନଗୁଡ଼ିକ ଆନ୍ଦୋଳନ କରି ଦରମା ବଢ଼ାଇବା ପାଇଁ ଦାବି କରୁଛନ୍ତି ଏବଂ ସ୍କୁଲ କଲେଜ ଆନ୍ଦୋଳନ ଯୋଗୁ ବଳ ଖଟାଉଛନ୍ତି, ସେହି ସଂଗଠନଗୁଡ଼ିକର ନେତାମାନେ ଶିକ୍ଷାର ମାନ ବୃଦ୍ଧି କରାଇବାର ଦାୟିତ୍ୱ ନେବା କଥା। ଓଡ଼ିଶାର ସମାଜ ସେହି ନେତାମାନଙ୍କୁ ଉତ୍ତରଦାୟୀ କରାଇବା ଉଚିତ ହେବ। ସେହି ସଂଗଠନଗୁଡ଼ିକ ଓଡ଼ିଶାବାସୀଙ୍କୁ ଜଣାଇବା ଦରକାର କାହିଁକି ଇଂଲିଶ ଏବଂ ଗଣିତ ଭଳି ବିଷୟଗୁଡ଼ିକରେ ନାମ ଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି। ଯେଉଁ ସମାଜରେ ଶିକ୍ଷା ଭୁଶୁଡ଼ି ପଡ଼ିବ ସେଠାରେ ସାମାଜିକ ନ୍ୟାୟ ଏବଂ ଅର୍ଥନୈତିକ ଉନ୍ନତି ବନ୍ଦ ହୋଇଯିବ।
ଆଶ୍ଚର୍ଯ୍ୟର ବିଷୟ ହେଉଛି ପାଣି, ପବନ ଏବଂ ବିଜୁଳି ଭଳି ସବୁ କଥାରେ ସବୁ ନେତା ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଦେଉଥିବାବେଳେ ଶିକ୍ଷାର ଅବନତି ରୋକିବା ପାଇଁ କୌଣସି ଦଳ ପକ୍ଷରୁ ନିର୍ବାଚନ ଇସ୍ତାହାର ବା ମାନିଫେଷ୍ଟୋରେ ଉଲ୍ଲେଖ କରାଯାଇନାହିଁ। ଏହାର କୁଫଳ ଭବିଷ୍ୟତ ପିଢ଼ି ଭୋଗିବାକୁ ବାଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri