ନାକ ତଳକୁ ମାସ୍କ, ସାମାଜିକ ଦୂରତା ବି ରହୁନି

ଭୁବନେଶ୍ୱର,୧୪।୧୦ (ବ୍ୟୁରୋ): କରୋନାର ଦୁଇଟି ଲହରରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଏପରି କି ଅନେକ ଜୀବନ ମଧ୍ୟ ଗଲାଣି। ଏଭଳି ସ୍ଥିତିରେ ତୃତୀୟ ଲହରକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ସାମାଜିକ ଦୂରତା, ଠିକ୍‌ ଭାବେ ମାସ୍କ ପରିଧାନ ହିଁ କରୋନା ପ୍ରଭାବରୁ ଦୂରେଇ ରଖିବାରେ ସହାୟକ ହେବ। କ୍ରମାଗତ ଦୁଇଦିନ ଧରି ରାଜ୍ୟର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ ରହିଛି। ଏଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସଂକ୍ରମଣ ହାର ସର୍ବାଧିକ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ କେବଳ ଭୁବନେଶ୍ୱରରୁ ହିଁ ପ୍ରାୟ ୪୦ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ପାର୍ବଣ ସମୟ। ଲୋକଙ୍କୁ ସଚେତନ ହୋଇ ରହିବା ସହ ଗହଳି ନ କରିବାକୁ କୁହାଯାଉଛି। ହେଲେ ପାର୍ବଣ ଥିବାରୁ ଲୋକମାନେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁନାହାନ୍ତି। ଫଳରେ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ମହାପାତ୍ର କହିଛନ୍ତି। ହସ୍ପିଟାଲ ପରିସରରେ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ହେଲେ ରାଜ୍ୟର ଅନ୍ୟତମ ବଡ଼ ମେଡିକାଲ ଭାବେ ଗଣାଯାଉଥିବା କ୍ୟାପିଟାଲ ହସ୍ପିଟାଲରେ ଖୁଲମଖୁଲା କରୋନା ନିୟମକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ତ ଦୂରର କଥା, ଏଠାରେ ଅଧିକାଂଶ ଲୋକେ ବିନା ମାସ୍କରେ ଯିବାଆସିବା କରୁଛନ୍ତି। ଏପରି କି, କେତେକ ମାସ୍କକୁ ନାକ ତଳକୁ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରୋଗୀ ପଞ୍ଜୀକରଣ କେନ୍ଦ୍ର ଏବଂ ନିରାମୟ ଔଷଧ ବିତରଣ କେନ୍ଦ୍ର ନିକଟରେ ଅଧିକ ଗହଳି ରହୁଛି। ସେହିପରି କେତେକ ବିଭାଗର ସାମ୍ନାରେ ମଧ୍ୟ ଚିକିତ୍ସା ପାଇଁ ଆସିଥିବା ରୋଗୀ ଏବଂ ସାଙ୍ଗରେ ଆସିଥିବା ସମ୍ପର୍କୀୟଙ୍କ ଭିଡ଼ ରହୁଛି। ହସ୍ପିଟାଲର ଗହଳି ସ୍ଥାନରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ହସ୍ପିଟାଲ୍‌ରେ କୋଭିଡ୍‌ର ସମସ୍ତ ନିୟମ ପାଳନ କରାଯାଉଛି। ହେଲେ ଏଠାକୁ ଅଧିକ ଲୋକ ଆସୁଥିବାରୁ ଗହଳି ହେଉଛି। ଆମକୁ ଯେପରି ନିର୍ଦ୍ଦେଶ ରହିଛି ସେହିପରି ଆମେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ। ଯେତେ କହିଲେ ବି ଲୋକେ ମାସ୍କ ଠିକ୍‌ ଭାବରେ ପିନ୍ଧୁନାହାନ୍ତି। ରୋଗୀଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଛି, ତା’ସତ୍ତ୍ୱେ ମଧ୍ୟ ଲୋକ ଗହଳି ହେଉଥିବା ସେ କହିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲ