ସହରରେ ନାହିଁ ବଜାର ବ୍ୟବସ୍ଥା : କାଦୁଅରେ ବସି ପରିବା ବିକୁଛନ୍ତି ଚାଷୀ

ଯୋଡ଼ା,୨୪।୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ବଜାର ବ୍ୟବସ୍ଥା ନାହିଁ। ଫ୍ଲାଏଓଭର କାର୍ଯ୍ୟ ମନ୍ଥରତା ଓ ସର୍ଭିସ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ ଯୋଗୁ ରାସ୍ତା ତମାମ କାଦୁଅ ପଙ୍କରେ ଭର୍ତ୍ତି ହୋଇଛି। ବଜାର ମଧ୍ୟରେ ସ୍ଥାନ ମିଳି ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକ ଜାତୀୟ ରାଜପଥରେ ନିର୍ମାଣାଧୀନ ଫ୍ଲାଏ ଓଭର ତଳେ କାଦୁଅ ରାସ୍ତାରେ ବସି ନିଜ ଉତ୍ପାଦିତ ପରିବା ବିକ୍ରି କରୁଛନ୍ତି।
ପ୍ରତିଦିନ ବିଭିନ୍ନ ଅଞ୍ଚଳର ଚାଷୀ ତଥା ବ୍ୟବସାୟୀମାନେ ଋତୁ ଅନୁସାରେ ବାଡ଼ିରୁ ଆଣି ବିକ୍ରି କରିଥାନ୍ତି। ବିଜୁ କୃଷକ ବଜାର ନାମରେ ରାଜ୍ୟବ୍ୟାପୀ ବ୍ୟବସାୟସ୍ଥଳ ସୃଷ୍ଟି ହୋଇଥିବା ବେଳେ ଯୋଡ଼ା ପୌରାଞ୍ଚଳରେ ଏଯାବତ କାର୍ଯ୍ୟକାରୀ ହୋଇପାରିନାହିଁ। ଏପରିକି ପରିବା ବିକ୍ରେତାଙ୍କୁ ବଜାର ମଧ୍ୟରେ କୌଣସି ସ୍ଥାନ ମିଳିନାହିଁ। ତଥାପି ସେମାନଙ୍କଠାରୁ ନିତିଦିନ ମାସୁଲ ଆଦାୟ କରାଯାଉଛି। ନାରଦପୁରରୁ ଆସିଥିବା ଚାଷୀ ଆରତୀ ମହାନ୍ତ କହିଛନ୍ତି, ପରିବା ବିକ୍ରୟ ନିମନ୍ତେ ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ବର୍ଷାଦିନେ କାଦୁଅ, ଆବର୍ଜନା ସହ ନିର୍ମାଣାଧୀନ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଛନ୍ତି। ଏଭଳି ପରିବେଶ ଦେଖି ଗ୍ରାହକ ଆଖିଫେରାଇ ନେଉଥିବା ସ୍ଥାନୀୟ ବାସିନ୍ଦା ବିଦେଶୀ ଗିରି କହିଛନ୍ତି। ଏ ବାବଦରେ ଯୋଡ଼ା ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ପୌରପାଳିକା ଦୃଷ୍ଟିଦେଇ ସେମାନଙ୍କୁ ସବୁଦିନ ପାଇଁ ସ୍ଥାୟୀଭାବେ ଏକ ମାର୍କେଟ କମ୍ପ୍ଲେକ୍ସ ଯୋଗାଇଦେବାକୁ ପରିବା ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri