Posted inଭଦ୍ରକ

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା

ଭଦ୍ରକ ଅଫିସ, ୧୨।୪-  ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ ଜାଗାରେ ଲୋକଙ୍କ ମାଡ଼ରେ ପୋଲିସ ଲହୁଲୁହାଣ ହୋଇଥିବା ନଜିର ରହିଛି। ଗତ କିଛିଦିନ ହେବ ବନ୍ତ ତହସିଲ ଅଧୀନରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ବିବାଦ ମୁଣ୍ଡ ଟେକିଛି। ପ୍ରଶାସନ ଦ୍ୱାରା କେତେକ ନୂତନ ବାଲିଘାଟ ନିଲାମକୁ ବିରୋଧ କରି ବିରୋଧାଭାଷ ଓ ଗଣଧାରଣା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ପ୍ରଶାସନ ସବୁ କିଛି ଠିକ୍‌ ଥିବା କହି ଚୁପ୍‌ ବସିଥିବା ଲୋକେ ଅଭିଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଜିଲା ସର୍ଭେ ରିପୋର୍ଟରେ ପୂର୍ବରୁ ୨୦ଟି ବାଲିଘାଟ ନିଲାମ ଦିଆଯାଇଥିଲା। ନୂଆ କରି ଭଣ୍ଡାରିପୋଖରୀରେ ୩ ଓ ବନ୍ତ ତହସିଲରେ ୬ ବାଲିଘାଟ ନିଲାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନୂତନ ବାଲିଘାଟ ନିକଟରେ ରହୁଥିବା ଅଧିବାସୀମାନେ ଗତ ଜାନୁୟାରୀରୁ ନିଲାମକୁ ବିରୋଧ କରି ଆସୁଥିଲେ। ଏହାକୁ କେନ୍ଦ୍ରକରି ଉକ୍ତ ଗଁାଗୁଡ଼ିକରେ ବିବାଦ ଦେଖାଦେଇଛି। ବନ୍ତ ତହସିଲର ମହାନ୍ତିପଡ଼ା ନିକଟ ମୋରମ ଉତ୍ତୋଳନକୁ ନେଇ ମଧ୍ୟ ପ୍ରଶାସନକୁ ଅନ୍ଧାରରେ ରଖାଯାଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ରାଜସ୍ବ ଲୁଟି ଚାଲିଛନ୍ତି। ସରକାରୀ ନିୟମ ମୁତାବକ ଲିଜ୍‌ଧାରୀମାନେ ବାଲି ଉତ୍ତୋଳନ କରିବା ପରିବର୍ତ୍ତେ ନିଜସ୍ବ ଇଚ୍ଛାରେ ଜେସିବିରେ ବାଲି ଉତ୍ତୋଳନ କରୁଛନ୍ତି। ଫଳରେ ନଈକୂଳିଆ ଗଁା ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି। କାଣ୍ଡବାଠାରେ ଭଦ୍ରକ ଓ ବାଲେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍‌ର ସ୍ଥାୟିତ୍ୱକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ୨୦୧୬ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନରେ ବ୍ରିଜ୍‌ର ୨୦୦ରୁ ୫୦୦ ମିଟର ମଧ୍ୟରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯାଇପାରିବ ନାହିଁ। ଏହି ନିୟମ ଉଲ୍ଲଂଘନ କରି ଏଠାରେ ବ୍ରିଜ୍‌ ନିକଟରେ ବାଲି ଉତ୍ତୋଳନ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିପରି ହରିପୁର ବାଲିଘାଟ ନିକଟରେ ନଦୀ ଲୋକଙ୍କ ବ୍ୟକ୍ତିଗତ ଜମିରେ ମାଡ଼ିଯାଇ ଆଗରପଡ଼ା ଗୋପୀନାଥପୁର ମୁଖ୍ୟ ପିଚୁ ରାସ୍ତା ଖାଇ ଖାଇ ଚାଲିଛି। ସେଠାରେ ପରିବେଶ ସୁରକ୍ଷାକୁ ଧ୍ୟାନ ନ ଦେଇ ବାଲିଘାଟ ନିଲାମ ଦିଆଯିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା। ପରିବେଶ ୱେବସାଇଟ୍‌ରେ ବାଲିଘାଟ ପାଇଁ ପରିବେଶ ଅନୁମତି ବିଚାରାଧୀନ ଥିବାବେଳେ କିପରି ଏହାକୁ ନିଲାମ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ବେଆଇନ ବାଲି ଓ ମୋରମ ଉତ୍ତୋଳନ ହେଉଥିବା ଜଣାପଡ଼ିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri