Posted inଭଦ୍ରକ

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା

ଭଦ୍ରକ ଅଫିସ, ୧୨।୪-  ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ ଜାଗାରେ ଲୋକଙ୍କ ମାଡ଼ରେ ପୋଲିସ ଲହୁଲୁହାଣ ହୋଇଥିବା ନଜିର ରହିଛି। ଗତ କିଛିଦିନ ହେବ ବନ୍ତ ତହସିଲ ଅଧୀନରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ବିବାଦ ମୁଣ୍ଡ ଟେକିଛି। ପ୍ରଶାସନ ଦ୍ୱାରା କେତେକ ନୂତନ ବାଲିଘାଟ ନିଲାମକୁ ବିରୋଧ କରି ବିରୋଧାଭାଷ ଓ ଗଣଧାରଣା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ପ୍ରଶାସନ ସବୁ କିଛି ଠିକ୍‌ ଥିବା କହି ଚୁପ୍‌ ବସିଥିବା ଲୋକେ ଅଭିଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଜିଲା ସର୍ଭେ ରିପୋର୍ଟରେ ପୂର୍ବରୁ ୨୦ଟି ବାଲିଘାଟ ନିଲାମ ଦିଆଯାଇଥିଲା। ନୂଆ କରି ଭଣ୍ଡାରିପୋଖରୀରେ ୩ ଓ ବନ୍ତ ତହସିଲରେ ୬ ବାଲିଘାଟ ନିଲାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନୂତନ ବାଲିଘାଟ ନିକଟରେ ରହୁଥିବା ଅଧିବାସୀମାନେ ଗତ ଜାନୁୟାରୀରୁ ନିଲାମକୁ ବିରୋଧ କରି ଆସୁଥିଲେ। ଏହାକୁ କେନ୍ଦ୍ରକରି ଉକ୍ତ ଗଁାଗୁଡ଼ିକରେ ବିବାଦ ଦେଖାଦେଇଛି। ବନ୍ତ ତହସିଲର ମହାନ୍ତିପଡ଼ା ନିକଟ ମୋରମ ଉତ୍ତୋଳନକୁ ନେଇ ମଧ୍ୟ ପ୍ରଶାସନକୁ ଅନ୍ଧାରରେ ରଖାଯାଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ରାଜସ୍ବ ଲୁଟି ଚାଲିଛନ୍ତି। ସରକାରୀ ନିୟମ ମୁତାବକ ଲିଜ୍‌ଧାରୀମାନେ ବାଲି ଉତ୍ତୋଳନ କରିବା ପରିବର୍ତ୍ତେ ନିଜସ୍ବ ଇଚ୍ଛାରେ ଜେସିବିରେ ବାଲି ଉତ୍ତୋଳନ କରୁଛନ୍ତି। ଫଳରେ ନଈକୂଳିଆ ଗଁା ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି। କାଣ୍ଡବାଠାରେ ଭଦ୍ରକ ଓ ବାଲେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍‌ର ସ୍ଥାୟିତ୍ୱକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ୨୦୧୬ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନରେ ବ୍ରିଜ୍‌ର ୨୦୦ରୁ ୫୦୦ ମିଟର ମଧ୍ୟରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯାଇପାରିବ ନାହିଁ। ଏହି ନିୟମ ଉଲ୍ଲଂଘନ କରି ଏଠାରେ ବ୍ରିଜ୍‌ ନିକଟରେ ବାଲି ଉତ୍ତୋଳନ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିପରି ହରିପୁର ବାଲିଘାଟ ନିକଟରେ ନଦୀ ଲୋକଙ୍କ ବ୍ୟକ୍ତିଗତ ଜମିରେ ମାଡ଼ିଯାଇ ଆଗରପଡ଼ା ଗୋପୀନାଥପୁର ମୁଖ୍ୟ ପିଚୁ ରାସ୍ତା ଖାଇ ଖାଇ ଚାଲିଛି। ସେଠାରେ ପରିବେଶ ସୁରକ୍ଷାକୁ ଧ୍ୟାନ ନ ଦେଇ ବାଲିଘାଟ ନିଲାମ ଦିଆଯିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା। ପରିବେଶ ୱେବସାଇଟ୍‌ରେ ବାଲିଘାଟ ପାଇଁ ପରିବେଶ ଅନୁମତି ବିଚାରାଧୀନ ଥିବାବେଳେ କିପରି ଏହାକୁ ନିଲାମ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ବେଆଇନ ବାଲି ଓ ମୋରମ ଉତ୍ତୋଳନ ହେଉଥିବା ଜଣାପଡ଼ିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri