ରାଜଧାନୀରେ ଥଣ୍ଡା ପାନୀୟ, ରାସ୍ତାକଡ଼ ଖାଦ୍ୟର ଯାଞ୍ଚ ନାହିଁ

ଭୁବନେଶ୍ୱର, ୨୧।୪ (ବନ୍ଦନା ସେଠୀ)ରାଜଧାନୀରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ ହୋଇଥିବାବେଳେ ମନ ଖୋଜୁଛି ଥଣ୍ଡା ପାନୀୟ। ଖରାରେ ପାଣି ଅପେକ୍ଷା ଲସି, ସରବତ, ଫଳଜୁସ୍‌, ଆଖୁରସ, ଚୁସ୍‌କି/ଗୋଲା ଆଦିର ବେଶି ଚାହିଦା ରହୁଥିବାରୁ ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ସବୁଆଡ଼େ ଲସି/ଜୁସ୍‌ ସେଣ୍ଟର ଖୋଲିଛି। ତା’ ସାଙ୍ଗକୁ ଛକଛକରେ ଆଖୁରସ, ଚୁସ୍‌କି ବିକ୍ରି ହେଉଛି। ଛତୁ ଫୁଟିବା ଭଳି ଏବେ ସହରରେ ଥଣ୍ଡା ପାନୀୟ ବିକ୍ରି ହେଉଥିବାବେଳେ ଏହାର କ୍ୱାଲିଟି ବା ଗୁଣବତ୍ତା ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଲୋକଙ୍କ ଚାହିଦାର ସୁଯୋଗ ଉଠାଇ କେତେଜଣ ଅସାଧୁ ବ୍ୟବସାୟୀ ଶସ୍ତା ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରସରେ ଅଧିକାଂଶ ସମୟରେ ପଚା ଫଳ ବ୍ୟବହାର କରାଯାଉଥିବାବେଳେ ଲସି ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟରେ ବ୍ୟବହୃତ ହେଉଥିବା ବରଫ ଖରାପ ପାଣିରେ ତିଆରି ହେଉଥିବାବେଳେ ଅପରିଷ୍କାର ପରିବେଶରେ ରଖାଯାଉଥିବା ଦେଖାଯାଇଛି। ସେହିପରି ଆଖୁରୁ ଯେପରି ଅଧିକ ରସ ବାହାରିବ ସେଥିପାଇଁ ତାକୁ ବିଭିନ୍ନ ନାଳପାଣିରେ ପକାଇ ଭିଜାଇ ରଖାଯାଉଛି। ଅତୀତରେ ରାଜଧାନୀରେ ଅପମିଶ୍ରିତ ଥଣ୍ଡାପାନୀୟ କାରଖାନା ମଧ୍ୟ ଠାବ କରାଯାଇଛି। ମାତ୍ର ଏତେ ପରେ ବି ସହରରେ ମାଳମାଳ ହୋଇ ଖୋଲିଥିବା ଏହି ଦୋକାନଗୁଡିକ ଉପରେ ବିଏମ୍‌ସି କୌଣସି ନଜର ଦେଉନାହିଁ। ଥଣ୍ଡାପାନୀୟର ଗୁଣବତ୍ତାକୁ ଠିକ୍‌ ଭାବେ ଯାଞ୍ଚ କରାଯାଉନାହିଁ। କେବଳ ସେତିକି ନୁହେଁ, ସହରରେ ଏଭଳି କେତେ ଫଳରସ, ଲସି, ଜୁସ୍‌ ସେଣ୍ଟର ଖୋଲିଛି ତାହାର ତାଲିକା ମଧ୍ୟ ବିଏମ୍‌ସି ପାଖରେ ନାହିଁ। କାରଣ ଅଧିକାଂଶ ବ୍ୟବସାୟୀ ବିଏମ୍‌ସିରେ ଏନେଇ ରେଜିଷ୍ଟ୍ରେଶନ କରିନାହାନ୍ତି।
ସେହିପରି ଖରା ପାଇଁ ଅଧିକାଂଶ ଲୋକେ ଦିନରେ ଘରେ ରହୁଥିବାବେଳେ ସନ୍ଧ୍ୟାରେ ବାହାରକୁ ବାହାରୁଛନ୍ତି। ରାସ୍ତାକଡ଼ରେ ଭିଡ଼ ଲଗାଇ ଖିଆପିଆ କରୁଛନ୍ତି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ବାସି ଓ ନଷ୍ଟ ଖାଦ୍ୟକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ହେଲେ ରାସ୍ତାକଡ଼ରେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଜଳଖିଆ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଉନାହିଁ। ଖରାଦିନେ ସାଧାରଣତଃ ଖାଦ୍ୟଗୁଡିକ ଶୀଘ୍ର ନଷ୍ଟ ହୋଇଯାଇ ଥାଏ। କେତେଜଣ ଅସାଧୁ ବ୍ୟବସାୟୀ ଏହାକୁ ଖାତିର ନ କରି ଗ୍ରାହକଙ୍କୁ ସେହି ଖରାପ ହୋଇଥିବା ଖାଦ୍ୟ ପରଷିଥାନ୍ତି, ଯାହାକୁ ଖାଇ ପରେ ସେମାନଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥାଏ। ତେଣୁ ଏହା ଉପରେ ମଧ୍ୟ ବିଏମ୍‌ସିର ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।ତେବେ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ସହରରେ ଥିବା ପ୍ରାୟ ସମସ୍ତ ଲସି, ଜୁସ୍‌ ସେଣ୍ଟରଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠାରେ କିଛି ସନ୍ଦେହ ହେଉଛି ତାହାର ମାନ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ସାମ୍ପଲ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ସବୁ ଠିକ୍‌ ଅଛି। ଆଗାମୀ ଦିନରେ ନିୟମିତ ଭାବେ ଚେକ୍‌ଅପ୍‌ କରାଯିବ। ଯେଉଁମାନେ ରେଜଷ୍ଟ୍ରେଶନ କରିନାହାନ୍ତି, ତୁରନ୍ତ ରେଜିଷ୍ଟ୍ରେଶନ କରିବାକୁ ତାଗିଦ କରାଯାଉଛି। ଆବଶ୍ୟକ ପଡିଲେ ଜରିମାନା ମଧ୍ୟ କରାଯାଉଛି। ପାଣି ବୋତଲର ଗୁଣବତ୍ତା ଯାଞ୍ଚ କରିବା ସହ ପରିଷ୍କାର ପରିଚ୍ଛନ୍ନତାର ସହ ଆଖୁରସ ପ୍ରଦାନ କରିବା ପାଇଁ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri