ରାଜଧାନୀରେ ଥଣ୍ଡା ପାନୀୟ, ରାସ୍ତାକଡ଼ ଖାଦ୍ୟର ଯାଞ୍ଚ ନାହିଁ

ଭୁବନେଶ୍ୱର, ୨୧।୪ (ବନ୍ଦନା ସେଠୀ)ରାଜଧାନୀରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ ହୋଇଥିବାବେଳେ ମନ ଖୋଜୁଛି ଥଣ୍ଡା ପାନୀୟ। ଖରାରେ ପାଣି ଅପେକ୍ଷା ଲସି, ସରବତ, ଫଳଜୁସ୍‌, ଆଖୁରସ, ଚୁସ୍‌କି/ଗୋଲା ଆଦିର ବେଶି ଚାହିଦା ରହୁଥିବାରୁ ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ସବୁଆଡ଼େ ଲସି/ଜୁସ୍‌ ସେଣ୍ଟର ଖୋଲିଛି। ତା’ ସାଙ୍ଗକୁ ଛକଛକରେ ଆଖୁରସ, ଚୁସ୍‌କି ବିକ୍ରି ହେଉଛି। ଛତୁ ଫୁଟିବା ଭଳି ଏବେ ସହରରେ ଥଣ୍ଡା ପାନୀୟ ବିକ୍ରି ହେଉଥିବାବେଳେ ଏହାର କ୍ୱାଲିଟି ବା ଗୁଣବତ୍ତା ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଲୋକଙ୍କ ଚାହିଦାର ସୁଯୋଗ ଉଠାଇ କେତେଜଣ ଅସାଧୁ ବ୍ୟବସାୟୀ ଶସ୍ତା ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରସରେ ଅଧିକାଂଶ ସମୟରେ ପଚା ଫଳ ବ୍ୟବହାର କରାଯାଉଥିବାବେଳେ ଲସି ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟରେ ବ୍ୟବହୃତ ହେଉଥିବା ବରଫ ଖରାପ ପାଣିରେ ତିଆରି ହେଉଥିବାବେଳେ ଅପରିଷ୍କାର ପରିବେଶରେ ରଖାଯାଉଥିବା ଦେଖାଯାଇଛି। ସେହିପରି ଆଖୁରୁ ଯେପରି ଅଧିକ ରସ ବାହାରିବ ସେଥିପାଇଁ ତାକୁ ବିଭିନ୍ନ ନାଳପାଣିରେ ପକାଇ ଭିଜାଇ ରଖାଯାଉଛି। ଅତୀତରେ ରାଜଧାନୀରେ ଅପମିଶ୍ରିତ ଥଣ୍ଡାପାନୀୟ କାରଖାନା ମଧ୍ୟ ଠାବ କରାଯାଇଛି। ମାତ୍ର ଏତେ ପରେ ବି ସହରରେ ମାଳମାଳ ହୋଇ ଖୋଲିଥିବା ଏହି ଦୋକାନଗୁଡିକ ଉପରେ ବିଏମ୍‌ସି କୌଣସି ନଜର ଦେଉନାହିଁ। ଥଣ୍ଡାପାନୀୟର ଗୁଣବତ୍ତାକୁ ଠିକ୍‌ ଭାବେ ଯାଞ୍ଚ କରାଯାଉନାହିଁ। କେବଳ ସେତିକି ନୁହେଁ, ସହରରେ ଏଭଳି କେତେ ଫଳରସ, ଲସି, ଜୁସ୍‌ ସେଣ୍ଟର ଖୋଲିଛି ତାହାର ତାଲିକା ମଧ୍ୟ ବିଏମ୍‌ସି ପାଖରେ ନାହିଁ। କାରଣ ଅଧିକାଂଶ ବ୍ୟବସାୟୀ ବିଏମ୍‌ସିରେ ଏନେଇ ରେଜିଷ୍ଟ୍ରେଶନ କରିନାହାନ୍ତି।
ସେହିପରି ଖରା ପାଇଁ ଅଧିକାଂଶ ଲୋକେ ଦିନରେ ଘରେ ରହୁଥିବାବେଳେ ସନ୍ଧ୍ୟାରେ ବାହାରକୁ ବାହାରୁଛନ୍ତି। ରାସ୍ତାକଡ଼ରେ ଭିଡ଼ ଲଗାଇ ଖିଆପିଆ କରୁଛନ୍ତି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ବାସି ଓ ନଷ୍ଟ ଖାଦ୍ୟକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ହେଲେ ରାସ୍ତାକଡ଼ରେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଜଳଖିଆ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଉନାହିଁ। ଖରାଦିନେ ସାଧାରଣତଃ ଖାଦ୍ୟଗୁଡିକ ଶୀଘ୍ର ନଷ୍ଟ ହୋଇଯାଇ ଥାଏ। କେତେଜଣ ଅସାଧୁ ବ୍ୟବସାୟୀ ଏହାକୁ ଖାତିର ନ କରି ଗ୍ରାହକଙ୍କୁ ସେହି ଖରାପ ହୋଇଥିବା ଖାଦ୍ୟ ପରଷିଥାନ୍ତି, ଯାହାକୁ ଖାଇ ପରେ ସେମାନଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥାଏ। ତେଣୁ ଏହା ଉପରେ ମଧ୍ୟ ବିଏମ୍‌ସିର ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।ତେବେ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ସହରରେ ଥିବା ପ୍ରାୟ ସମସ୍ତ ଲସି, ଜୁସ୍‌ ସେଣ୍ଟରଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠାରେ କିଛି ସନ୍ଦେହ ହେଉଛି ତାହାର ମାନ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ସାମ୍ପଲ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ସବୁ ଠିକ୍‌ ଅଛି। ଆଗାମୀ ଦିନରେ ନିୟମିତ ଭାବେ ଚେକ୍‌ଅପ୍‌ କରାଯିବ। ଯେଉଁମାନେ ରେଜଷ୍ଟ୍ରେଶନ କରିନାହାନ୍ତି, ତୁରନ୍ତ ରେଜିଷ୍ଟ୍ରେଶନ କରିବାକୁ ତାଗିଦ କରାଯାଉଛି। ଆବଶ୍ୟକ ପଡିଲେ ଜରିମାନା ମଧ୍ୟ କରାଯାଉଛି। ପାଣି ବୋତଲର ଗୁଣବତ୍ତା ଯାଞ୍ଚ କରିବା ସହ ପରିଷ୍କାର ପରିଚ୍ଛନ୍ନତାର ସହ ଆଖୁରସ ପ୍ରଦାନ କରିବା ପାଇଁ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri