ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା, ୨୬ା୨(ଜଗନ୍ନାଥ ଧଳ):ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, ମାଣ ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ହେବା ସହ ପରିବାର ପ୍ରତିପୋଷଣରେ ସହଯୋଗ କରାଯାଇଛି। ସମ୍ପ୍ରତି ଏହି ହସ୍ତଶିଳ୍ପ ବିଭିନ୍ନ କାରଣରୁ ଏବେ ଅଲୋଡା ହେଲାଣି। ତେବେ ଏହି ବୃତ୍ତିରେ ଆସୁଥିବା ଅର୍ଥ ପାଇଁ ୩ ଝିଅଙ୍କର ବିବାହ ହୋଇଛି ବୋଲି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ସୁନିତି ଗ୍ରାମର ଶାନ୍ତିଲତା ଦାସ କହିଛନ୍ତି। ସେ କହିଛନ୍ତି ଯେ, ନାଳିଆ ଘାସ ବୃତ୍ତିଧାରୀଙ୍କୁ ଏବେ ପ୍ରୋତ୍ସାହିତ କରାଯାଉନାହିଁ। ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ଏ ପ୍ରକାର ହସ୍ତଶିଳ୍ପକୁ ବୁଡାଇ ଦେଇଛି। ସେହିପରି ଏହାର କଞ୍ଚାମାଲ ବିନା ମୂଲ୍ୟରେ ଭିତରକନିକା ଜଙ୍ଗଲ ସହ ଅନ୍ୟ ଅଞ୍ଚଳରେ ମିଳୁଥିଲା। ବନ ବିଭାଗର କଟକଣା କଞ୍ଚାମାଲ ସଂଗ୍ରହରେ ବାଧକ ହୋଇଛି। ବଜାର ମଣ୍ଡି ପାଇଁ ସୁଯୋଗ ସୃଷ୍ଟି ଆବଶ୍ୟକ। ଅଳ୍ପ କେତୋଟି ମେଳା, ମହୋତ୍ସବ, ପଲ୍ଲିଶ୍ରୀ ମେଳାକୁ ଛାଡି ପର୍ଯ୍ୟଟନ ଶିଳ୍ପ ଓ ଅନ୍‌ଲାଇନ ବ୍ୟବସାୟ, ବୈଷୟିକ ତାଲିମ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଏହି ହସ୍ତଶିଳ୍ପ ପାଇଁ ନାଳିଆ ଘାସ ଆବଶ୍ୟକ। ଜିଲାର ସମୁଦ୍ର କୂଳ ଲବଣାକ୍ତ ଜଳବାୟୁର ସନ୍ତସନ୍ତିଆ ସ୍ଥାନ ସହିତ ସ୍ଥାନୀୟ ଉପାନ୍ତ ଅଞ୍ଚଳରେ ନଦୀ ଓ ନାଳରେ ଏହାର ସ୍ବତନ୍ତ୍ର ପ୍ରଜାତି ଅଛି। ଜିଲାର ମହାକାଳପଡା ବ୍ଲକ ଅଧୀନ ବତିଘର, ଖରିନାସୀ, ରାମନଗର, ବରକନ୍ଦା, ଜମ୍ବୁ, ସୁନିତି ଓ ରାଜନଗର ବ୍ଲକର ଗୁପ୍ତି, ମଗରକନ୍ଦା, ଅଢ଼ସଲ, ଡାଙ୍ଗମାଳ, ଈଶ୍ୱରପୁର, ଡେରା, ମହୁଲିଆ ଆଦି ସହିତ ରାଜକନିକା ବ୍ଲକର କେତେକ ଅଞ୍ଚଳରେ ଏହି ପ୍ରଜାତିର ଘାସ ଦେଖିବାକୁ ମିଳିଥାଏ ା ଏଥିସହ ହେନ୍ତାଳବଣ ମଧ୍ୟରେ ପ୍ରଚୁର ପରିମାଣରେ ନାଳିଆ ଘାସ ଉଠିଥାଏ। ଶିଶିର ଋତୁରେ ଏହାକୁ ସଂଗ୍ରହ କରାଯାଇ ଆବଶ୍ୟକ ମୁତାବକ ପାତିଆ କରାଯାଇ ଶୁଖାଯାଏ। ଏହାର ମୂଲ୍ୟବାନ ତନ୍ତୁ ଉତ୍କୃଷ୍ଟ ଘରୋଇ ସାମଗ୍ରୀ ନିର୍ମାଣରେ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏଥିରେ ପ୍ରସ୍ତୁତ ମୋବାଇଲ ଷ୍ଟାଣ୍ଡ, ପେନଷ୍ଟାଣ୍ଡ, ହାତପଙ୍ଖା, ଘରସଜ୍ଜା ଉପକରଣ ବେଶ ଆକର୍ଷଣୀୟ। ତନ୍ତଆପାଳର ପ୍ରମିଳା ଜେନା କହିଛନ୍ତି, ନାଳିଆ ଘାସ ଭିତରକନିକାରେ ପ୍ରଚୁର ପରିମାଣରେ ଅଛି। ଏହି କଞ୍ଚାମାଲ ସଂଗ୍ରହ କରିବାରେ ବନ ବିଭାଗ କଟକଣା ବାଧକ ସାଜିଛି। ଉପାନ୍ତ ଅଞ୍ଚଳରେ ପ୍ରସ୍ତୁତ ସାମଗ୍ରୀ ଘରୋଇ ଆବଶ୍ୟକତାକୁ ପୂରଣ କରିଥାଏ। ସାମ୍ପ୍ରତିକ ସମୟରେ ଏହି କୁଟୀର ଶିଳ୍ପର ଉନ୍ନତୀକରଣ ଓ ବ୍ୟାପକତା ପାଇଁ ବୈଷୟିକ ଜ୍ଞାନ କୌଶଳ ତାଲିମ ଆବଶ୍ୟକ। ତାଲିମ ପ୍ରାପ୍ତ ହୋଇ ନ ଥିବାରୁ ବ୍ୟାଙ୍କରୁ କୁଟୀର ଶିଳ୍ପକୁ ବୃହତ୍‌ ଆକାରର ଋଣ ମିଳୁନାହିଁ। ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର, ଓରମାସ ଓ ନାବାର୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସୁଫଳ ମିଳିନି। ସାମାଜିକ କର୍ମୀ ତଥା ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ନେଇ ପ୍ରଚାର ଜୋରଦାର ହେଉଛି। ସେହିପରି ଏସ୍‌ଏସ୍‌ଜି ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆର୍ଥିକ ଦିଗରୁ ସଶକ୍ତୀକରଣ ହେଉଥିବା କୁହାଯାଉଛି। ଏହାର ବାସ୍ତବତା ହେଉଛି ଯେ, ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଜିଲାରେ ଯେଉଁ ପରିମାଣରେ କାଇଁଛ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି, ସେହିପରି ନାଳିଆ ଘାସ ହସ୍ତଶିଳ୍ପକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଜିଲାରେ କଞ୍ଚାମାଲ ମାଗଣାରେ ମିଳୁଥିବା ସତ୍ତ୍ୱେ ଏହାର ପ୍ରଚାର ନ ଥିବାରୁ ଏହି କୁଟୀର ଶିଳ୍ପ ମରିଯିବାକୁ ବସିଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ନାଳିଆ ଘାସ ହସ୍ତଶିଳ୍ପୀଙ୍କ ପାଇଁ ୨୦୦୯ ମସିହାରୁ ତାଲିମ ପ୍ରଦାନ କରାଯାଉଛି। ତେବେ ଏଥିରେ ତାଲିମ ପାଇଁ ବେଶି ଆଗ୍ରହ ନ ଥିବାରୁ ଆବଶ୍ୟକ ଅନୁଯାୟୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri