ବିଜେଡି ନେତାଙ୍କ ଭିତରେ ରହୁନି ତାଳମେଳ

ବାରିପଦା,୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବିଜେଡି ସଂଗଠନରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଆଗଧାଡ଼ିର ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ବେଳେ କର୍ମୀ ହତାଶ ହେବାରେ ଲାଗିଛନ୍ତି। କେହି ଦଳ ଛାଡ଼ି ଭାଜପା ଶିବିରକୁ ଲମ୍ଫ ଦେଇଥିବା ବେଳେ ଆଉ କେହି ବିଜେଡି ହାତ ଛାଡ଼ିବା ପାଇଁ ସଜବାଜ ହେଉଛନ୍ତି। ଏହାରି ମଧ୍ୟରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନା ଓ ବୈଠକ ମାଧ୍ୟମରେ କେତେଜଣ ନେତା ଏକାଠି ହେଉଥିବା ବେଳେ ଛାମୁଆ ନେତା ଅନୁପସ୍ଥିତ ରହୁଛନ୍ତି। ପୁଣି ଛାମୁଆ ନେତା ଡାକିଥିବା ବୈଠକକୁ ଜିଲାର ଆଉ କେତେକ ନେତା ଯାଉନାହାନ୍ତି। ଏହାଦ୍ୱାରା ଦଳୀୟ କନ୍ଦଳ ସ୍ପଷ୍ଟ ହେବାରେ ଲାଗିଛି।
୨୦୨୪ ନିର୍ବାଚନରେ ଜିଲାରେ ବିଜେଡି ଧରାଶାୟୀ ହେବା ପରେ ଏବେ ସମସ୍ତଙ୍କୁ ସଙ୍ଗଠନ ସଜାଡ଼ିବା ଚିନ୍ତା ଘାରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଜିଲା ବିଜେଡି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ତାଙ୍କ ଅନୁଗତମାନଙ୍କୁ ଦେଖିବାକୁ ମିଳି ନ ଥିଲା। ଏ ସମ୍ପର୍କରେ ଦଳର ନେତା ମୁହଁ ଖୋଲୁ ନ ଥିବା ବେଳେ କର୍ମୀ ମହଲରେ ଜୋରଦାର ଆଲୋଚନା ହେଉଛି।
ଜିଲାର ୯ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ଭାଜପା ହାତେଇବାର ୪୦ ଦିନ ପରେ ବିଜେଡି ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ ଦଳ ଓ ପଦରୁ ଇସ୍ତଫା ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ସେ ଭାଜପା ଶିବିରରେ ଯୋଗଦେବା ପରେ ବିଜେଡି ଅନ୍ତଃକନ୍ଦଳ ପଦାକୁ ଆସିଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨ରେ ଭୁବନେଶ୍ୱର ଡାକି ଜିଲାର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ମମତାଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜିଲାର ନେତାମାନେ ସଭାପତିଙ୍କୁ ଜଣାଇଥିଲେ। ତେବେ ସୋମବାର ଜିଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ରାଜକିଶୋର ଦାସ, ଶ୍ରୀନାଥ ସୋରେନ, ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ଅନସୂୟା ପାତ୍ର, ପ୍ରୀତିନନ୍ଦା କାନୁନ୍‌ଗୋ, ଡା.ଦେବାଶିଷ ମାରାଣ୍ଡି ପ୍ରମୁଖ ଜିଲାସ୍ତରୀୟ ନେତୃୃବୃନ୍ଦ ଉପସ୍ଥିତ ରହି ଆଲୋଚନା କରିଥିଲେ। ହେଲେ ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜିଲା ସଭାପତି ସୁଦାମ ମାର୍ଣ୍ଡି, ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାର୍ଣ୍ଡି, ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ଓ କରଞ୍ଜିଆ ବିଧାୟିକା ପ୍ରାର୍ଥତ୍ନୀ ତଥା ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ଅନୁଗତମାନେ ଯୋଗଦେଇ ନ ଥିଲେ। ଉଲ୍ଲେଖଯୋଗ୍ୟ, ଜୁଲାଇ ୩୦ ତାରିଖରେ ସୁଦାମ ଏକ ବୈଠକ ଡାକିଥିବା ବେଳେ ମୟୂରଭଞ୍ଜ ସାଂଗଠନିକ ଜିଲା-୧ର ମାତ୍ର ୨/୩ ଜଣଙ୍କ ବ୍ୟତୀତ ଅନ୍ୟ ଜିଲା ନେତୃବୃନ୍ଦଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା। ଏହାର ଠିକ୍‌ ୩ ଦିନ ପରେ ନବୀନ ନିବାସକୁ ଜିଲା ବିଜେଡି ନେତୃବୃନ୍ଦ ଯାଇଥିବା ବେଳେ ସେଠାରେ ମଧ୍ୟ ସୁଦାମଙ୍କ ଦେଖା ନ ଥିଲା। ସୋମବାର ଅନୁଷ୍ଠିତ ବିଜେଡି ବୈଠକକୁ ସୁଦାମ ଆସି ନ ଥିଲେ। ଏଥିରୁ ଦଳୀୟ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ହେବାରେ ଲାଗିଛି। ଆଗାମୀ ଦିନରେ ମୟୂରଭଞ୍ଜ ଜିଲାରେ ଦଳର ମଙ୍ଗ କିଏ ଧରିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri