ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ

କରିଥିଲେ, ଏବେ ସେ ଜଣେ ସଫଳ ଯୁବ ଲେଖକ। ସେ ହେଉଛନ୍ତି ବଲାଙ୍ଗୀର ଜିଲାର ସାଲେଭଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଜିତ୍‌ କୁମାର ଶତପଥୀ। ଏଥିସହ ସେ ମଧ୍ୟ ଜଣେ ଆକାଶବାଣୀ କଳାକାର। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଯୁବବାଣୀରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଜଣେ ଯୁବ ଲେଖକ ତଥା କବି ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ୨୦୧୫ରେ ସୁଜିତ୍‌ଙ୍କର ପ୍ରଥମ କବିତା ସଙ୍କଳନ ‘ଇଚ୍ଛାଭାଟି’ ପ୍ରକାଶିତ ହୋଇଥିଲା। ପରେ ଚତୁର୍ଥ ପୁରୁଷ, ଶବ୍ଦରେ ଶବ୍ଦରେ, ଛୁଟି ଦେବା ସମୟକୁ, ନୁରା ଆଦି କବିତା ସଙ୍କଳନ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ଏଥିପାଇଁ ଅନେକ ପୁରସ୍କାର ହାସଲ କରିଥିବା ସୁଜିତ୍‌ଙ୍କ ସହ ଏଥରର ଧରିତ୍ରୀ ଆଳାପ।

ସାହିତ୍ୟ ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା?
ତୃତୀୟ ଶ୍ରେଣୀରେ ପଢ଼ିବା ସମୟରେ କବିତା ଲେଖା ଆରମ୍ଭ କରିଥିଲି। ସେତେବେଳେ ପାଠ୍ୟପୁସ୍ତକରେ ଥିବା କବିତା, ଗଳ୍ପ ପଢ଼ିବାକୁ ଭଲ ଲାଗୁଥିଲା। ଆମ ଗାଁରେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ମୋର ଜଣେ ଅଗ୍ରଜ ଜ୍ୟୋତିରଞ୍ଜନ ମିଶ୍ର ଥିଲେ। ଗୋଟିଏ ପତ୍ରିକାରେ ତାଙ୍କର ସାକ୍ଷାତ୍‌କାରଟିଏ ଆସିଥିଲା। ସେଥିରେ ତାଙ୍କ ଫଟୋ, ଗାଁ ନାମ, ବାପା, ମାଙ୍କ ନାମ ସବୁ ଉଲ୍ଲେଖ ଥିଲା। ଏହା ଦେଖି ମୋ ମନରେ ଈର୍ଷା ଆସିଥିଲା। ପତ୍ରପତ୍ରିକାରେ ଏପରି ମୋର କେମିତି ବାହାରିବ, ତାହାକୁ ନେଇ ଅନେକ ଦିନ ଘାରି ହୋଇଥିଲି। ଦିନେ ଏମିତି ସମୟ ଆସିଲା। ବାହୁଡ଼ା ଯାତ୍ରାରେ ବର୍ଷା ଜୋର୍‌ ହେଉଥିଲା। ଜଗନ୍ନାଥଙ୍କୁ ଛତା ଘୋଡ଼ା ହୋଇ ରଥ ପର୍ଯ୍ୟନ୍ତ ନିଆଗଲା। ବର୍ଷା ପାଇଁ ଜଗତର ନାଥ ମଧ୍ୟ ବିବଶ ହୋଇଥିଲେ। ଏହାକୁ ନେଇ ମୁଁ ମୋର ପ୍ରଥମ କବିତା ‘ଭକ୍ତି ଝଙ୍କାର’ ଲେଖିଥିଲି।
ପ୍ରଥମ ପ୍ରକାଶିତ କବିତା ପୁସ୍ତକର ଅନୁଭୂତି କିପରି ଥିଲା?
୨୦୧୫ରେ ପ୍ରଥମ କବିତା ପୁସ୍ତକ ‘ଇଚ୍ଛାଭାଟି’ କେନ୍ଦ୍ର ସାହିତ୍ୟ ଏକାଡେମୀ ନବୋଦୟ ଯୋଜନାରେ ପ୍ରକାଶିତ ହୋଇଥିଲା। ଏହି ସମୟର ଅନୁଭୂତି ଅନନ୍ୟ ଥିଲା। ପ୍ରକାଶନକୁ ନେଇ ମୁଁ ମାନସିକ ଅବସାଦରେ ଥିଲି। କାରଣ ଏହାର ଚୟନ ପ୍ରକ୍ରିୟା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ। ପାଖାପାଖି ବର୍ଷେ ପରେ ଏକାଡେମୀ ପାଖରୁ ଚିଠି ପାଇଥିଲି। କିନ୍ତୁ ମୋ ପାଖେ ବହିଟି ପହଞ୍ଚତ୍ ପାରୁ ନ ଥିଲା। ବହିକୁ ଅପେକ୍ଷା କରି ଏମିତି ଭାବେ ଥାଏ ଯେ, କେହି କବାଟ ବାଡ଼େଇଲେ, ମୋତେ ଲାଗେ ମୋ ବହିଟି ଆସିଗଲା। ହେଲେ ୨ ମାସ ପରେ ମୋ କବିତା ପୁସ୍ତକକୁ ପାଇଥିଲି। ସେହି ୨ ମାସ ୨ବର୍ଷ ପରି ଲାଗିଥିଲା।
ବିଜ୍ଞାନ ଶିକ୍ଷକ ଓ ସାହିତି୍ୟକ – କେଉଁ ପରିଚୟ ବେଶି ଖୁସି ଦିଏ?
ଜୀବନକୁ ନେଇ ଆମେ ଯାହା କିଛି ବି କରିପାରିବା। ବୃତ୍ତିରେ ବିଜ୍ଞାନ ଶିକ୍ଷକ ହେଲେ ବି ସାହିତ୍ୟରେ ରହିଛି ଆଗ୍ରହ। ବିଜ୍ଞାନ ଓ ସାହିତ୍ୟକୁ ମୁଁ ମୋ ଜୀବନରେ ବେଶି ପ୍ରଯୋଗ କରିଥାଏ। ମୋ କବିତାରେ ବିଜ୍ଞାନର ଝଲକ ରହିଥାଏ। ସେହିପରି ସ୍କୁଲରେ ବିଜ୍ଞାନରେ ଯଦି କିଛି ପ୍ରାକୃତିକ ସମ୍ପଦକୁ ନେଇ ପଢ଼ାଇଲି, ସେତେବେଳେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁ କବିତାଟି ମନରୁ ଆସିଯାଏ। ତେଣୁ ଉଭୟକୁ ଭିନ୍ନ ବୋଲି ଭାବେନି। ସମାନ୍ତର ଭାବେ ନେଇ କି ଚାଲେ। କିନ୍ତୁ ସାହିତି୍ୟକ ହିସାବରେ ଅଧିକ ପରିଚୟ ମିଳିଛି।
ସମାଜ ଓ ସାହିତ୍ୟ ସମ୍ପର୍କରେ କ’ଣ କହିବେ?
ସାହିତ୍ୟ ଓ ସମାଜ ପରିପୂରକ। ମହାଭାରତ, ରାମାୟଣ ଆମର ଇତିହାସ। ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ସେସବୁ ସାହିତ୍ୟ ମଧ୍ୟ। ସେହି ସାହିତ୍ୟକୁ ନେଇ ଆଜି ଜୀବନ ଓ ସମାଜର ପରିକଳ୍ପନା କରୁଛୁ। ସେଥିରୁ ଆମେ ଅନୁମାନ କରିପାରିବା ଯେ ଆମର ସାହିତ୍ୟ ନିହାତି ଭାବେ ଆମ ସମାଜକୁ ସୁଧାରୁଛି ଓ ଗଠନ ମଧ୍ୟ କରୁଛି। ଯଦି ସେ ସାହିତ୍ୟ ନ ଥାନ୍ତା ଆମେ ଆଜି ଯାହା କଥା ହେଉଛୁ, ଭାଷା ବ୍ୟବହାର କରୁଛୁ ବା ଭାବର ଆଦାନ ପ୍ରଦାନ କରୁଛୁ, ହୁଏତ ସେସବୁ ନ ଥା’ନ୍ତା।
ସାହିତ୍ୟର ପ୍ରଚାରପ୍ରସାରରେ ସାମାଜିକ ଗଣମାଧ୍ୟମ କେତେ ଗୁରୁତ୍ୱପୂର୍ଣ୍ଣ?
ସାମାଜିକ ଗଣମାଧ୍ୟମ ହେଉ କି ଆଉ କେଉଁ କ୍ଷେତ୍ର, ସବୁଠି ଶୃଙ୍ଖଳିତ ବ୍ୟବହାର ଗ୍ରହଣୀୟ। ସାମାଜିକ ଗଣମାଧ୍ୟମରେ ଆମେ ଅନେକ କବିତା ଓ ଗଳ୍ପ ଦେଖୁଛୁ। ତା’ ଭିତରେ କେତୋଟି ପଢ଼ି ପାରୁଛୁ, ଆଉ କିଛି ନୁହେଁ। ଜଣେ ଯଦି ଲେଖା ଆରମ୍ଭ କରୁଛି ପ୍ରଥମେ ସେ ଅନ୍ୟକୁ ପଢିବା ଦରକାର। ଆଉ ପଢ଼ିବା ଯେତିକି ଜରୁରୀ, ଆଜିର ଚଳନ୍ତି ସମୟ ପ୍ରତି ସଚେତନ ହେବା ସେତିକି ଜରୁରୀ। ଯଦି ସାମାଜିକ ଗଣମାଧ୍ୟମକୁ ଧୈର୍ଯ୍ୟହରା ହୋଇ ବ୍ୟବହାର କରିବା, ତାହା ଜୀବନ ହେଉ କି ସାହିତ୍ୟ, ଉଭୟ ହିଁ ତା’ର ନାନ୍ଦନିକତା ହରାଇବ।
ସାହିତ୍ୟ ଓ ପୁରସ୍କାରକୁ ନେଇ କାହିଁକ ଏତେ ବିବାଦ?
ଠିକ୍‌ ନୁହେଁ। କବି କି ଲେଖକ ହେବା ପୂର୍ବରୁ ଆମେ ଜଣେ ମଣିଷ। ମଣିଷର ମାନବୀୟ ସମ୍ବେଦନତା ଅଛି। ତ ପୁରସ୍କାର ପାଇବା ପାଇଁ ସମସ୍ତେ ହକ୍‌ଦାର। କିନ୍ତୁ ପୁରସ୍କାର ପ୍ରତି ବେଶି ଲାଳାୟିତ ହେବା ଉଚିତ ନୁହେଁ। ସ୍ଥିତପ୍ରଜ୍ଞର ଯେମିତି ଏକ ସଂଜ୍ଞା ରହିଛି, ଦୁଃଖରେ କାତର ନ ହେବା ଓ ସୁଖରେ ଅଧୀର ନ ହେବା। ପୁରସ୍କାର କେବଳ ପ୍ରୋତ୍ସାହିତ କରେ। ଦିନେ, ଦୁଇଦିନ ଗଣମାଧ୍ୟମରେ ଚର୍ଚ୍ଚା ହେବ। ତା’ପରେ କିଏ କୁଆଡ଼େ ଭୁଲିଯିବେ ଯେ, ଆପଣ କେବେ ପୁରସ୍କାର ପାଇଥିଲେ ବୋଲି। କିନ୍ତୁ ଯେଉଁ ପାଠକୀୟ ପ୍ରତିକ୍ରିୟା ପାଇଥିବେ ତାହା ସବୁଦିନ ମନେ ରହିବ।
ପାଠକୀୟ ପ୍ରତିକ୍ରିୟାରେ କିଛି ଅଭୁଲା ମୁହୂର୍ତ୍ତ?
ଥରେ ଜଣେ ତରୁଣୀ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେ ତାଙ୍କ ବାପାଙ୍କୁ ଲଗାଇ ମୋତେ ଫୋନ୍‌ କରିଥିଲେ। ମୋ କବିତା ‘ଜୀବନତତ୍ତ୍ୱ’କୁ ସେ ପଢ଼ିଥିଲେ। ସେ ଫୋନ୍‌ କରି କବିତାଟି ମୋ ମୁହଁରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି। ମୋ କବିତା ଏତେ ମାତ୍ରାରେ ପ୍ରଭାବିତ କରୁଛି ଯେ, ଜଣେ ମୃତ୍ୟୁଶଯ୍ୟାରେ ଥାଇ ଫୋନ୍‌ କରୁଛି। ଯିଏ ଦିନେ ମୃତ୍ୟୁର ପାଖାପାଖି ଥିଲେ, ସେ ଏବେ ବଞ୍ଚତ୍ଛନ୍ତି ଓ ଚାକିରି କରି ଆରାମରେ ଅଛନ୍ତି। ସେହିପରି ‘ମୋ ଘର’ ବୋଲି କବିତାଟିଏ ପ୍ରକାଶିତ ହୋଇଥିଲା। ତାକୁ ପଢ଼ି ଜଣେ ବୃଦ୍ଧ ମୋତେ ଫୋନ କଲେ। କହିଲେ, ବୟସ ହେବା ପରେ ପୁଅମାନେ ମୋତେ ବୃଦ୍ଧାଶ୍ରମରେ ଛାଡ଼ି ଯାଇଥିଲେ, କିନ୍ତୁ ତୁମ କବିତା ସେମାନଙ୍କୁ ମେସେଜରେ ପଠାଇବା ପରେ ସେମାନେ ମୋତେ ଆଣି ଏବେ ପାଖରେ ରଖିଛନ୍ତି। ସେ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ସେତେବେଳେ ମୋତେ ଲାଗିଥିଲା କି ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ।
ଏବେ ପଢ଼ି ସାରିଥିବା ପୁସ୍ତକ?
ନେଟ୍‌ରେ ସୁନୀଲ କୁମାର ପୃଷ୍ଟିଙ୍କ ‘ପାଞ୍ଚଟି ପୃଥିବୀ’ ପଢ଼ିଛି।
ପଶ୍ଚିମ ଓଡ଼ିଶାର ବୋଲି କେବେ କିଛି ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି କି?
ନା। ବରଂ ପ୍ରଚୁର ସୁଯୋଗ ପାଇଛି। ସେମିତି କିଛି ଅନୁଭବ କରିନି।
ଆକାଶବାଣୀରେ ଥିବା ସମୟର ଅନୁଭୂତି କିଭଳି ଥିଲା?
ତାହା କେବେ ଭୁଲି ହେବନି। ସ୍ବର ଶୁଣି ଜାଣି ଯାଆନ୍ତି। ତାହା ହିଁ ତ ପରିଚୟ। କିନ୍ତୁ ସମୟ ନ ହେବାରୁ ଛାଡ଼ିବାକୁ ପଡ଼ିଲା।
ପରିବାରକୁ ସମୟ ଦେଇପାରନ୍ତି?
ହଁ, ପରିବାରକୁ ସମୟ ଦେବାକୁ ହିଁ ପ୍ରତ୍ୟେକ ଦିନ ୧୭୦ କି.ମି. ଯାତ୍ରା କରେ। ଗାଁଠୁ ସ୍କୁଲ ପ୍ରାୟ ୮୦ରୁ ୮୫ କିମି। ଘର ପାଇଁ ସବୁବେଳେ ଯିବା ଆସିବା କରେ।
ଅବସର ସମୟରେ କ’ଣ କରନ୍ତି?
ପଢ଼ିବା, ଚିତ୍ର ଆଙ୍କିବା, ପୁରୁଣା ମୁଦ୍ରା ହେଉ କି ସାମଗ୍ରୀ ସଂଗ୍ରହ କରିବାକୁ ଭଲ ଲାଗେ।
ଜଣେ ଯୁବ ଲେଖକ ହିସାବରେ ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ?
ଏବେ ପ୍ରଯୁକ୍ତିବିଦ୍ୟାର ଯୁଗ। ସାହିତ୍ୟକୁ ଏହାଠୁ ଅଲଗା କରି ନେବା ବି ଠିକ୍‌ ହେବନି। ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟାକୁ ସାଙ୍ଗରେ ନେଇପାରିଲେ ଏହା ପରପିଢ଼ି ପାଇଁ ନିହାତି କାମ ଦେବ। ସମୟ ସହ ସାହିତ୍ୟକୁ ଆଗକୁ ନେବାକୁ ହେବ। ପୁରୁଣା ସାହିତ୍ୟକୁ ଧରି ରହିଲେ ଆମେ ପଛରେ ରହିଯିବା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri