ପେଟ୍ରୋଲ ପମ୍ପଗୁଡ଼ିକରେ ନାହିଁ ତେଲ: ଲୋକେ ହନ୍ତସନ୍ତ

ପାଟଣା,୧୫।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଥିବା ଶିବ କୃପା ପେଟ୍ରୋଲ ପମ୍ପ ,ବିଶ୍ୱକର୍ମା ପେଟ୍ରୋଲ ପମ୍ପ ଓ ସାହାରପଡା ବ୍ଲକ ସଞ୍ଜୁ କ୍ରୀଷ୍ଣା ଫିଲିଙ୍ଗ ଷ୍ଟେଶନ ଓ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ନଥିବା ଦେଖିବକୁ ମିଳିଛି। କେତେକ ପେଟ୍ରୋଲ ପମ୍ପ ମାଲିକମାନେ ନୋ ଷ୍ଟକ ଲେଖିଥିବା ବେଳେ କେତେକ ମାଲିକ ଇରାନ ଆମେରିକା ଯୁଦ୍ଧ ପାଇଁ ପେଟ୍ରୋଲ ଉପଲବ୍ଧ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଫଳରେ ଉପଭେକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠିଛି ପ୍ରକୃତରେ ପମ୍ପ ଗୁଡ଼ିକରେ ତେଲ ନାହିଁ ନା ତେଲ ବୃଦ୍ଧିକୁ ଆଖି ଆଗରେ ରଖି ପମ୍ପ ମାଲିକମାନେ ତେଲ ଆଣୁ ନାହାନ୍ତି ନା ତେଲ ବର୍ଦ୍ଧିତ ଦରରେ ବିକ୍ରିପାଇଁ ଏଭଳି କରିଛନ୍ତି ତାହା ସାଧାରଣରେ ପ୍ରଶ୍‌ନ ଉଠିଛି।

Odisha’s No.1 Odia Daily

Share