‘ଗୋଷ୍ଠୀ ସଂକ୍ରମଣର ପ୍ରାମାଣିକ ତଥ୍ୟ ନାହିଁ’

ଭୁବନେଶ୍ୱର,୧।୧(ବ୍ୟୁରୋ): କୋଭିଡର  ଗୋଷ୍ଠୀ ସଂକ୍ରମଣ ପ୍ରାମାଣିକ ତଥ୍ୟ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆମ ରାଜ୍ୟରେ ସଂକ୍ରମଣ ବଢୁଛି, ଏଥିପାଇଁ ସତର୍କ ରହିବାକୁ ପଡିବ। ଖୋର୍ଦ୍ଧା ଜିଲା ମେଡିକାଲ ହବ୍‌ ହୋଇଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ୍‌ ହେଲେ ଜିନମ୍‌ ସିକ୍ୟୁଏନ୍ସିଂ କରାନ୍ତୁ। ଦେଶ ତୁଳନାରେ ରାଜ୍ୟରେ ପଜିଟିଭ୍‌ ହାର କମ୍‌ ରହିଛି।