ସହଜ ରାସ୍ତା ନାହିଁ

ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍‌ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ୧୧ ରାଜ୍ୟର ଅଣ-ଭାଜପା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି। ରାଜ୍ୟଗୁଡ଼ିକ ନିଜସ୍ବ ଖର୍ଚ୍ଚରେ ଟିକା କିଣି ଲୋକଙ୍କୁ ଦେଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଦୁର୍ବଳ ହୋଇଯିବ। ପୁଣି ବିଦେଶୀ ଟିକା ନିର୍ମାଣକାରୀ ସଂସ୍ଥା ରାଜ୍ୟଗୁଡ଼ିକ ସହ ଚୁକ୍ତି କରିବାକୁ ମନା କରିଦେଉଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଭିଡ୍‌-୧୯ ଟିକା ଯୋଗାଇ ଦେଇ ସେଗୁଡ଼ିକ କିଭଳି ମାଗଣାରେ ବଣ୍ଟାଯାଇପାରିବ ସେହି ବନ୍ଦୋବସ୍ତ କରୁ ବୋଲି ବିଜୟନ କହିଛନ୍ତି। ତେବେ ଟିକାକରଣ ନେଇ କେରଳ ମୁଖ୍ୟମନ୍ତ୍ରୀ ଯେଭଳି ଅଣ-ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏହାର ଦୁଇ ମାସ ପୂର୍ବରୁ ଅର୍ଥାତ୍‌ ୨୮ ମାର୍ଚ୍ଚରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଅନୁରୂପ ଚିଠି ଲେଖି କେନ୍ଦ୍ର ବିରୋଧରେ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। ସେହି ପତ୍ରରେ ମମତା କେନ୍ଦ୍ର ସରକାର କିଭଳି ରାଜନୈତିକ ଅଭିସନ୍ଧି ରଖି ଅଣ-ଭାଜପା ଶାସିତ ରାଜ୍ୟକୁ ନୂ୍ୟନ ଦୃଷ୍ଟିରେ ଦେଖୁଛନ୍ତି ତାହା ଉପରେ ଗୁରୁତ୍ୱ ଦେଇଥିଲେ। ନରେନ୍ଦ୍ର ମୋଦି ସରକାର ବିରୋଧୀ ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡ଼ିକୁ ଲଗାଇ ହଇରାଣହରକତ କରିବା ଏବଂ ପ୍ରତି କଥାରେ ରାଜ୍ୟର ସ୍ବାୟତ୍ତତାରେ ହସ୍ତକ୍ଷେପ କରିବା ଦ୍ୱାରା ସଂଘୀୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବା ବିଷୟ ସେ ଦର୍ଶାଇଥିଲେ। ଉଲ୍ଲେଖ କରାଯାଇପାରେ ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏଏପି ମୁଖ୍ୟ ଅରବିନ୍ଦ୍‌ କେଜ୍‌ରିଓ୍ବାଲ, ଏନ୍‌ସିପିର ଶରଦ ପାଓ୍ବାର, ବିଜେଡି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆର୍‌ଜେଡିର ତେଜସ୍ବୀ ଯାଦବ, ଶିବସେନାର ଉଦ୍ଧବ ଠାକ୍‌ରେ, ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌, ଏସ୍‌ପି ନେତା ଅଖିଳେଶ ଯାଦବ, ଜମ୍ମୁ ଓ କଶ୍ମୀର ନ୍ୟଶନାଲ କନ୍‌ଫରେନ୍ସର ଓମାର ଅବଦୁଲ୍ଲାଙ୍କ ଭଳି ନେତାଙ୍କ ନିକଟକୁ ମମତା ଚିଠି ଲେଖି ସେମାନଙ୍କ ସହଯୋଗ ଚାହିଁଥିଲେ। ହେଲେ ସେହି ଦିଗରେ ଏପ୍ରିଲରେ କେହି କିଛି କଲେ ନାହିଁ। ହୁଏତ ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରି ଏହି ନେତାମାନେ ଭାବିନେଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ପରାଜୟ ଘଟିବ। ତେଣୁ ମୋଦିଙ୍କ ସହିତ କେହି ଅପଡ଼ ହେବାକୁ ଚାହିଁଲେ ନାହିଁ। ଏଭଳି ସୁବିଧାବାଦୀ ଅଣ-ଭାଜପା ନେତାମାନଙ୍କର ବିଭିନ୍ନ ଦୁର୍ବଳତାକୁ ମୋଦି ଠଉରାଇ ନେଇ ଉଚିତ ବ୍ୟବହାର କଲେ। ଯେତେବେଳେ ମମତା ବିପୁଳ ଆସନ ପାଇ ପୁନର୍ବାର କ୍ଷମତାକୁ ଆସିଲେ ସେତେବେଳେ ଅଧିକାଂଶ ଜାତୀୟ ଗଣମାଧ୍ୟମର ମୁଖା ଖୋଲିଯିବା ସହିତ ସାଧାରଣ ଭୋଟରର ମାନସିକତାକୁ ବୁଝିବା ସହଜ ହେଉଛି।
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଏବେ ରାଷ୍ଟ୍ରୀୟ ରାଜନୀତିକୁ ପ୍ରଭାବିତ କରିଛି। ମମତାଙ୍କ ଭାବମୂର୍ତ୍ତି ବର୍ତ୍ତମାନ ଜାତୀୟ ସ୍ତରରେ ବଢ଼ିଯାଇଛି। ଏହାକୁ ଲକ୍ଷ୍ୟକରି ବର୍ତ୍ତମାନ କେନ୍ଦ୍ର ବିରୋଧୀ ଶିବିରରେ ଥିବା ବିରୋଧୀ ନେତାଙ୍କ ମନରେ ଆଶା ସଞ୍ଚାର ହେଉଥିବ ଯେ, ସେମାନେ ଏକଜୁଟ ହେଲେ ଭାଜପାକୁ ହରେଇ ହେବ। ତେବେ ଏବର ସ୍ଥିତି ଦେଖିଲେ ଟିକା ସବୁଠାରୁ ଏକ ବଡ଼ ରୂପ ଧାରଣ କଲାଣି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅତି ବିଳମ୍ବରେ ଏବେ ଆମେରିକା ଯାଇ ସେଠାରୁ ଟିକା କିଣିବାର ଉଦ୍ୟମ ଆରମ୍ଭ ମାତ୍ର କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତର ଏହି ଉଦ୍ୟମ ପୂର୍ବରୁ ପୃଥିବୀର ପ୍ରାୟ ସବୁ ଦେଶ ଆମେରିକାର ଦୁଇ ମୁଖ୍ୟ ଫାର୍ମା କମ୍ପାନୀ ଯଥା-ଫାଇଜର ଓ ମଡର୍ନା ସହ ସିଧାସଳଖ କଥାବାର୍ତ୍ତା କରି ବ୍ୟବସାୟିକ ଚୁକ୍ତି ସମ୍ପନ୍ନ କରିସାରିଲେଣି। ଏଥିଯୋଗୁ ଏହି ଦୁଇ କମ୍ପାନୀର ଉତ୍ପାଦନ କ୍ଷମତା ଆସନ୍ତା କିଛିବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କିଣା ହୋଇଗଲାଣି। ବର୍ତ୍ତମାନ ଯେଉଁ ଚୁକ୍ତି କରାଯିବାର ସମ୍ଭାବନା ରହୁଛି, ତାହା ଫଳପ୍ରଦ ହେବା ସକାଶେ ଦୀର୍ଘ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଭାରତର ନିଜସ୍ବ ଟିକା କୁହାଯାଉଥିବା କୋଭାକ୍ସିନ୍‌ର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇପାରିଲେ ହୁଏତ ବିଦେଶଠାରୁ ଶୀଘ୍ର ମିଳିପାରନ୍ତା। କିନ୍ତୁ ସମସ୍ୟା ପ୍ରତ୍ୟେକ ଦିନ ଜଟିଳ ହେବାରେ ଲାଗିଛି ଓ କୌଣସି ସହଜ ରାସ୍ତା ଦେଖାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri