୫ ଆସନରୁ ହୋଇନାହାନ୍ତି ବିଧାୟିକା

ବ୍ରହ୍ମପୁର,୨୦ା୧୦(ନରସିଂହ ସାହୁ): ରାଜ୍ୟରେ ୧୯୫୧-୧୯୫୨ରୁ ୨୦୧୯ ସୁଦ୍ଧା ୧୬ ବିଧାନସଭା ନିର୍ବାଚନ ହୋଇଛି। ବୃହତ୍ତମ ଜିଲା ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଯଥା ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, ଭଞ୍ଜନଗର ଓ ପୋଲସରାରୁ ବିଧାୟିକା ନିର୍ବାଚିତ ହୋଇନାହାନ୍ତି। ୨୦୨୪ସାଧାରଣ ନିର୍ବାଚନ ନିକଟତର ହୋଇଛି। ତେଣୁ ଏହି ଆସନଗୁଡ଼ିକରେ ବିଜେଡି ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବାକୁ ଦଳର ମହିଳା ସଂଗଠନର ନେତ୍ରୀ ଓ ସକ୍ରିୟ କର୍ମୀଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ନାମ ଗୋପନ ରଖି କେତେଜଣ ନେତ୍ରୀ କହିଛନ୍ତି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ତେଣୁ ସୁଯୋଗ ମିଳିବା ଆଶା ଥିବା କହିଛନ୍ତି।
ଜିଲାର ୮ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଅଣକଂଗ୍ରେସ ଓ କଂଗ୍ରେସରୁ ଲଢ଼ି ମହିଳାମାନେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନୀ ତଥ୍ୟ ଅନୁସାରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଆସନରୁ ସୁଜ୍ଞାନ କୁମାରୀ ଦେଓ ବିଭିନ୍ନ ସମୟରେ ଅଣ କଂଗ୍ରେସ ଦଳରୁ ୯ଥର ବିଧାୟିକା ହୋଇଛନ୍ତି। ଚିକିଟିରୁ ଉଷାଦେବୀ ଜନତା ଦଳ ଓ ବିଜେଡିରୁ ୬ ଥର ଜିତିଛନ୍ତି। ଅତୀତରେ ସୋରଡ଼ାରୁ ଶାନ୍ତି ଦେବୀ, ଆସିକା ଓ ସୋରଡ଼ାରୁ କଂଗ୍ରେସରୁ ଲଢ଼ି ଉଷାରାଣୀ ପଣ୍ଡା ଦୁଇଥର ବିଧାୟିକା ହୋଇଥିଲେ। ୨୦୧୪ ନିର୍ବାଚନରେ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀ ନିର୍ବାଚିତ ହୋଇଥିଲେ। ୧୯୫୭ ନିର୍ବାଚନରେ ବଡ଼ଖେମୁଣ୍ଡି ତଥା ବର୍ତ୍ତମାନର ଦିଗପହଣ୍ଡି କ୍ଷେତ୍ରରୁ ଅନଙ୍ଗ ମଞ୍ଜରୀ ବିଧାୟିକା ହୋଇଥିଲେ। ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ଖଲ୍ଲିକୋଟରୁ ଏବଂ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ବିଧାୟିକା ହୋଇଛନ୍ତି। ଆସିକାରୁ ମଞ୍ଜୁଳା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ୧୯୭୭ ନିର୍ବାଚନରେ ରତ୍ନମଞ୍ଜରୀ ଦେବୀ ବ୍ରହ୍ମପୁର ବିଧାୟିକା ହୋଇଥିଲେ।
ସୂଚନାଯୋଗ୍ୟ, ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ସମର୍ଥନ ନିମନ୍ତେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ ଲୋଡ଼ିଥିଲେ। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ରା ଏନଡିଏ ସରକାର ଆଇନ ପ୍ରଣୟନ କରିଛନ୍ତି। ଅନ୍ୟପକ୍ଷରେ ମହିଳା ବିଧାୟିକା ହୋଇ ନ ଥିବା ଉପରୋକ୍ତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରୁ ଅନ୍ତତଃପକ୍ଷେ ବିଜେଡି ସୁଯୋଗ ସୃଷ୍ଟି କରିବା ନିମନ୍ତେ ମହିଳା ସଂଗଠନ ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri