ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ

ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ ଅନେକ ପ୍ରଶ୍ନ ଉଠିସାରିଥିବା ବେଳେ ଶୁକ୍ରବାର ଏକ ସୂଚନା ଅଧିକାର ରିପୋର୍ଟ ଏହି ଚର୍ଚ୍ଚାକୁ ପୁଣି ଖୋରାକ୍‌ ଯୋଗାଇଛି। ଚାବି ହଜିବା ଘଟଣାରେ ପୁରୀ ଜିଲା କୋଷାଗାରରୁ ୨ଟି ଭିନ୍ନ ଭିନ୍ନ ତଥ୍ୟ ନେଇ ପ୍ରଶାସନର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସେପ୍ଟେମ୍ବର ୨୪ରେ ଜିଲା ଟ୍ରେଜେରି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯୬୦ ମସିହାରୁ ରତ୍ନଭଣ୍ଡାର ଭିତର ଘର ଚାବି ଟ୍ରେଜେରିରୁ ମିଳୁନାହିଁ। ମାତ୍ର ସୂଚନା ଅଧିକାର ଆଇନ ବଳରେ ପୁରୀର ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳଙ୍କୁ ଗତ ୧୮ ତାରିଖରେ ପ୍ରାପ୍ତ ହୋଇଥିବା ତଥ୍ୟରେ ୧୯୬୦ ମସିହା ପରଠାରୁ ଚାବି ହଜିବା ସମ୍ପର୍କରେ ଉଲ୍ଲେଖ ନାହିଁ। ବରଂ ୧୯୭୦ ମସିହା ପରଠାରୁ ଚାବି ହଜିଥିବା ଟ୍ରେଜେରୀ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ତେବେ ବାସ୍ତବରେ ଚାବି ୧୯୬୦ରୁ ମିଳୁନାହିଁ କିମ୍ବା ୧୯୭୦ରୁ ମିଳୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଚାବି କେବେ ହଜିଲା ସେସମ୍ପର୍କରେ ପ୍ରଶାସନ କାହିଁକି ସ୍ପଷ୍ଟ ଭାବେ କହିପାରୁନାହିଁ ତାହା ବୁଝାପଡୁନାହିଁ। ଭିନ୍ନ ଭିନ୍ନ ସୂଚନା ଅଧିକାର ତଥ୍ୟରେ ଭିନ୍ନ ଭିନ୍ନ ମସିହା ଉଲ୍ଲେଖ ହୋଇଛି।
ତଥ୍ୟ ଅନୁଯାୟୀ, ୨୦୧୮ ଏପ୍ରିଲ ୪ରେ ଚାବି ନ ଥିବା କଥା ଟ୍ରେଜେରି କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ୧୯୭୦ ପରଠାରୁ ଚାବି ହଜିଥିବା କଥା ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଅବଗତ କରାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ୧୭ଜଣ ପ୍ରାଧିକୃତ ସଦସ୍ୟ ଭିତରଭଣ୍ଡାର ଚାବି ନ ଥିବା କଥା ଜାଣିଥିଲେ। ୧୯୭୦ ମସିହା ପରଠାରୁ ବାସ୍ତବରେ ଯଦି ଚାବି ହଜିସାରିଛି ତେବେ ସଦସ୍ୟମାନେ ରତ୍ନଭଣ୍ଡାର ଖୋଲିବାକୁ ଗଲେ କାହିଁକି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳି ଚାବି ଖୋଲିବାର ମିଛ ନାଟକ କାହିଁକି କରାଗଲା। ଅନ୍ୟପକ୍ଷରେ ଗତ ସେପ୍ଟେମ୍ବର ୨୪ରେ ଟ୍ରେଜେରି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୯୬୦ ପରଠାରୁ ଚାବି ନାହିଁ। ଏକଥା ଯଦି ସତ ତେବେ ୧୯୭୦ ମସିହା ଉଲ୍ଲେଖ କରାଗଲା କାହିଁକି। ଏହି ପ୍ରସଙ୍ଗରେ କିଏ କାହାକୁ ମିଛ କହୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ଟ୍ରେଜେରି କାର୍ଯ୍ୟାଳୟ ଜଗନ୍ନାଥପ୍ରେମୀଙ୍କୁ ମିଛ କହୁଛନ୍ତି ନା ଟ୍ରେଜେରୀ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ମିଛ କହିଛନ୍ତି ତାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ୧୯୬୦ ମସିହା ପରଠାରୁ ଚାବି ହଜିଯାଇଥିବା ତଥ୍ୟ ଯଦି ସତ୍ୟ ତେବେ ୧୯୭୩, ୧୯୭୮ ଓ ୧୯୮୫ ମସିହାରେ ଚାବି କେଉଁଠାରୁ ଆସିଥିଲା ଓ କେଉଁ ଅଧିକାରୀ ଚାବି ଆଣି ରତ୍ନଭଣ୍ଡାର ଭିତର ଘର ଖୋଲିଥିଲେ ସେସମ୍ପର୍କରେ ମଧ୍ୟ ସ୍ପଷ୍ଟ ଚିତ୍ର ମିଳୁନାହିଁ। ସୂଚନା ଅଧିକାର କର୍ମୀ ବରାଳ କହିଛନ୍ତି, ଚାବି ନ ଥିବା ସ୍ଥଳେ ରତ୍ନଭଣ୍ଡାର ରେଜିଷ୍ଟ୍ରରରେ ଏକଥା ଉଲ୍ଲେଖ କରାଗଲା ନାହିଁ କାହିଁକି। ରେଜିଷ୍ଟ୍ରରରେ ଭିତରଭଣ୍ଡାର ଘରକୁ ଯିବାର ଆବଶ୍ୟକତା ନ ଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବତା ହେଉଛି ୧୭ ଜଣିଆ ଟିମ୍‌ଙ୍କ ପାଖରେ ଚାବିଁ ନ ଥିଲା। ଏ ସମ୍ପର୍କରେ ରତ୍ନଭଣ୍ଡାର ରେଜିଷ୍ଟ୍ରରରେ ଉଲ୍ଲେଖ ନ କରି ସଦସ୍ୟମାନେ ବେଆଇନ କାର୍ଯ୍ୟ କରିଛନ୍ତି। ଏହାପରେ ସେଠାରୁ ଫେରି ଅଧିକାରୀମାନେ ମନଗଢ଼ା କାହାଣୀ କହି ଲୋକଙ୍କୁ ଭୁତେଇବାରେ ଲାଗିଥିଲେ। ଜଗନ୍ନାଥପ୍ରେମୀଙ୍କ ଭାବନା ପ୍ରତି ଏହା ଏକ କୁଠାରାଘାତ। ଅନ୍ୟପକ୍ଷରେ ଭିତରଭଣ୍ଡାର ଚାବି ପରବର୍ତ୍ତୀ ସମୟରେ ରେକର୍ଡ ରୁମ୍‌ରୁ ମିଳିଥିବା ନେଇ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଥିଲେ। ସେ ୨୦୧୮ ଅଗଷ୍ଟ ୬ରେ ଟ୍ରେଜେରିରେ ଚାବି ଦାଖଲ କରିଥିଲେ। ଅର୍ଥାତ୍‌ ଏବେ ଚାବି ମହଜୁଦ ରହିଛି। ଏକଥା ଯଦି ସତ୍ୟ ତେବେ ଏବେ ଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଇ ସ୍ଥିତି ଯାଞ୍ଚ କରାଯିବା ଦରକାର। ଫଳରେ ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ଆଶଙ୍କା ଦୂର ହୋଇପାରିବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ତୁରନ୍ତ ଏନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri