ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଚିନ୍ତା ନାହିଁ

ଖଣ୍ଡପଡ଼ା,୧୧ା୫(ସ୍ବ.ପ୍ର.): ମହାନଦୀ ତଟରେ ନୟାଗଡ଼ ଜିଲାର ଏକାଧିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଶେଷ କରି କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର, ସିଧମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିର ଓ ଭାପୁର ବ୍ଳକ ଅଧୀନ ପଦ୍ମାବତୀ ନିକଟ ହନୁମନ୍ତପ୍ରସାଦସ୍ଥିତ ପ୍ରଭୁ ଶ୍ରୀରାମାଶ୍ରମ ରହିଛି। ଏ ସମସ୍ତ ପର୍ଯ୍ୟଟନସ୍ଥଳୀ ମହାନଦୀ କୂଳ ପାହାଡ଼ ଉପରେ ଠିଆ ହୋଇଛି। ଅନ୍ୟପକ୍ଷେ କଂସା ପିତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ନୀଳମାଧବଙ୍କ ଦର୍ଶନ କରିବା ସହିତ ଆଖପାଖ ପର୍ଯ୍ୟଟନସ୍ଥଳୀ ବୁଲି ଥାଆନ୍ତି। ସେଥିପାଇଁ ବର୍ଷ ସାରା ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ବିଶେଷ କରି ବର୍ଷର ପ୍ରାୟ ସବୁ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେହ ଶତାଧିକ ପର୍ଯ୍ୟଟକ ନୀଳମାଧବ ଓ ଗୋକୁଳାନନ୍ଦଙ୍କ ପୀଠକୁ ଆସିଥାଆନ୍ତି। ଅଧିକାଂଶ ସମୟରେ ନିକଟସ୍ଥ ମହାନଦୀରେ ସ୍ନାନ ଶୌଚାଦି କରୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ କେତେଜଣ ଅସାବଧାନତା ଯୋଗୁ ନଦୀର ପ୍ରଖରସ୍ରୋତରେ ଭାସିଯାଇ ଅକାଳରେ ପ୍ରାଣ ହରଇଥାଆନ୍ତି। ଏପରି ଦୁଃଖଦ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରାୟ ପ୍ରତିବର୍ଷ ମହାନଦୀରେ ଏମିତି ଦୁଃଖଦ ଘଟଣା ଘଟିଥାଏ। ତଥାପି ଏଦିଗରେ ପ୍ରଶାସନ ଚେତୁ ନ ଥିବା ଅଭିଯୋଗହୋଇଛି।
ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ ସିଧାମୂଳା ଗ୍ରାମ ନିକଟ ମହାନଦୀ କୂଳରେ ଗୋକୁଳାନନ୍ଦଜୀଉ ପୀଠ ଅବସ୍ଥିତ। ଉକ୍ତ ପୀଠ ନୟାଗଡ଼ ଓ କଟକ ଜିଲା ସୀମାନ୍ତ ସିଧାମୂଳା ପଞ୍ଚାୟତର ମହାନଦୀ ତଟବର୍ତ୍ତୀ ମଧୁକର୍ଣ୍ଣିକା ପାହାଡ ଉପରେ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପୀଠ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ସେମାନଙ୍କ ରହଣି ପାଇଁ ବନ ବିଭାଗ ପକ୍ଷରୁ ପ୍ରାୟ ୫୩ ଲକ୍ଷ ଟଙ୍କା ବ୍ୟୟରେ ପାହାଡ଼ ଉପରେ ଏକ ମହାନଦୀ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ମହୁକୋଣ ପାହାଡ଼ ଉପର ପାର୍ଶ୍ୱ ଏହି ବିସ୍ତୃତ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହଣି ତଥା ରାତ୍ରୀ ଯାପନ ପାଇଁ ୨ କଟେଜ୍‌ ଓ ଅନ୍ୟାନ୍ୟ ଗୃହ ନିର୍ମାଣ କରାଯାଇଛି। ଏପରି ପରିବେଶ ଦୃଷ୍ଟିରୁ ଏଠାରେ ରାତ୍ରୀ ରହଣି, ସିନେମା ସୁଟିଂ, ଠାକୁର ଦର୍ଶନ, ବିବାହ ଓ ବଣ ଭୋଜି କରିବା ପାଇଁ ପ୍ରତ୍ୟେହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଯାନବାହନରେ ହଜାର ହଜାର ପର୍ଯ୍ୟଟକ ଉକ୍ତ ପୀଠକୁ ଆସିଥାନ୍ତି। ଏହାଛଡା କଣ୍ଟିଲୋ ଆସି କଂସା ପିତଳ ବାସନ କ୍ରୟ କରିବା ସହିତ ଶ୍ରୀ ନୀଳମାଧବଙ୍କ ଦର୍ଶନ କରିଥାଆନ୍ତି।
ସେହିପରି ହନୁମନ୍ତପ୍ରସାଦ ରାମାଶ୍ରମରେ ବି ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ଏହି ପୀଠଗୁଡ଼ିକ ମହାନଦୀ ତଟଦେଶରେ ଅବସ୍ଥିତ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସୁଥିବା ଛାତ୍ରୀଛାତ୍ରମାନେ ଏପରି ପ୍ରାକୃତିକ ମନଲୋଭା ପରିବେଶରେ ମହାନଦୀରେ ସ୍ନାନ କରିବାର ଲୋଭ ସମ୍ବରଣ କରି ପାରି ନ ଥାଆନ୍ତି। ହେଲେ ମହାନଦୀର ନୀଳ ଜଳରାଶିର ସ୍ଥିତି ଓ ଏହାର ଗଭୀରତା ସମ୍ପର୍କରେ ସେମାନେ ନ ଜାଣି ସ୍ନାନ କରିଥାନ୍ତି। ପୁରୀ ସମୁଦ୍ର ବେଳାଭୂମିରେ ସ୍ନାନ କରିବା ଭଳି ଏଠାରେ ପର୍ଯ୍ୟଟକ ଓ ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ସ୍ନାନ କରିଥାଆନ୍ତି। ହେଲେ ସ୍ନାନ କରିବାର ମଜା ଉଠାଉ ଥିବା ବେଳେ ଅଧିକାଂଶ ନଦୀର ଗଭୀର ସ୍ରୋତରେ ଭାସି ଯାଇ ପ୍ରାଣ ହରାଉଥିବା ନଜିର ରହିଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ୨ରୁ ୩ଜଣ ପର୍ଯ୍ୟଟକ କିମ୍ବା ଛାତ୍ରୀଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଥାଆନ୍ତି। ଏପରି ଅଘଟଣ ବାରମ୍ବାର ଘଟୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ସତର୍କତା ଅବଲମ୍ବନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ସୂଚନା ଫଳକ ଅଦ୍ୟାବଧି ଲଗାଯାଇନାହିଁ। ୨୦୨୨ ଡ଼ିସେମ୍ବର ୨୮ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ କଣ୍ଟିଲୋ ଅଞ୍ଚଳକୁ ବୁଲି ଆସି ମହାନଦୀ ଘାଟରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହି ଘଟଣାର ୩ ମାସ ପରେ ମହାନଦୀ ଘାଟରେ ଗାଧୋଉଥିବା ବେଳେ କଣ୍ଟିଲୋ ଅଞ୍ଚଳର ବୃଦ୍ଧ ସାରଙ୍ଗଧର ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାଛଡା ମହାନଦୀର ଉପରମୁଣ୍ଡ ସାତକୋଶିଆ ଗଣ୍ଡରୁ ବିଭିନ୍ନ ସମୟରେ କୁମ୍ଭୀରମାନ ମହାନଦୀର ତଳିଆ ଅଞ୍ଚଳକୁ ଆସି ବିପଦ ସୃଷ୍ଟି କରିଥାନ୍ତି। ଅପରପକ୍ଷେ ଶ୍ରାବଣ ମାସରେ ମହାନଦୀରେ ବନ୍ୟା ସୃଷ୍ଟି ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ କାଉଡିଆ ମହାନଦୀ ଘାଟରୁ ଜଳ ନେଇ ବିଭିନ୍ନ ଶୈବପୀଠକୁ ଯାଇଥାଆନ୍ତି। ମହାନଦୀର ପ୍ରଖର ସ୍ରୋତରେ ଏକାଧିକ କାଉଡ଼ିଆ ଭାସିଯାଇଥିବାରୁ ନଜିର ରହିଛି। ଜିଲା ପର୍ଯ୍ୟଟନ ବିଭାଗ, ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ କଣ୍ଟିଲୋ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?