ନାହିଁ ଶୀତଳଭଣ୍ଡାର, କ୍ଷତି ସହୁଛନ୍ତି ସୀତାଫଳ ଚାଷୀ

ରାୟଗଡ଼ା,୩।୯ (ଆଶିଷ ରଞ୍ଜନ ପଣ୍ଡା)ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳର ବେଶ୍‌ ଚାହିଦା ରହିଛି। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉପତ୍ାଦନ ଅଧିକ ହୋଇଥାଏ ା ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ ଉଚିତ ମୂଲ୍ୟ ପାଇ ନ ପାରି କ୍ଷତି ସହୁଥିବା ଅଭିଯୋଗ ହେଉଛି ା ଅନ୍ୟପକ୍ଷେ ସୀତାଫଳକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ନିମନ୍ତେ ଜିଲାରେ ଶୀତଳ ଭଣ୍ଡାର ସୁବିଧା ଏବଂ ବିକ୍ରି ନିମନ୍ତେ ଆବଶ୍ୟକ ବଜାର ଏବଂ ଉଚିତ ଦର ଧାର୍ଯ୍ୟର ବ୍ୟବସ୍ଥା ନ ଥିବାରୁ ଆଦିବାସୀ ଚାଷୀ ଅଭାବୀ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ା ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଏଠାରୁ କମ୍‌ ମୂଲ୍ୟରେ ଫଳ ନେଇ ଉଚ୍ଚ ଦରରେ ବିକ୍ରି କରି ଲାଭବାନ୍‌ ହେଉଥିବା ବେଳେ ସ୍ଥାନୀୟ ଚାଷୀ ଏହାର ଉପଯୁକ୍ତ ମୂଲ୍ୟ ପାଇ ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି।

ରାୟଗଡ଼ା ଜିଲାର ସୀତାଫଳ ବେଶ୍‌ ସ୍ବାଦିଷ୍ଟ ହୋଇଥିବାରୁ ବଜାରରେ ଏହାର ଚାହିଦା ଅଧିକ ା ମୁଖ୍ୟତଃ ରାୟଗଡ଼ା ସଦର ଓ କୋଲନରା ବ୍ଲକ ଅଞ୍ଚଳରେ ଅଧିକ ସୀତାଫଳ ଉପତ୍ାଦନ ହୋଇଥାଏ ା ରାୟଗଡ଼ା ବ୍ଲକର ମିରାବାଲି, କାରୁବାଇ, ଡାଙ୍ଗଲୋଡ଼ି, ବାଇସିଂ, ବୈରାଗିହାଲୁଆ, ପିପଲଗୁଡ଼ା ଅଞ୍ଚଳ ଏବଂ କୋଲନରା ବ୍ଲକର ଭୋଇମଡ଼ା, ମୁକୁନ୍ଦପୁର, ରୁପୁଣି, କୈଳାସପୁର, ବଡ଼ଖିଲାପଦର ଆଦି ଅଞ୍ଚଳର ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ସୀତାଫଳ ଗଛ ରହିଛି ା ତେଣୁ ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇଥାଏ। ଅଞ୍ଚଳବାସୀ ସୀତାଫଳକୁ ଝୁଡ଼ିରେ ସଂଗ୍ରହକରି ରାୟଗଡ଼ା, ଗୁଣପୁର ଏବଂ ଜେକେପୁର ବଜାରକୁ ନେଇ ବିକ୍ରି କରିଥାନ୍ତି। ଏହା ସେମାନଙ୍କ ପରିବାର ଚଳିବାରେ ସାମାନ୍ୟ ସହାୟକ ହୋଇଥାଏ। ପରିତାପର ବିଷୟ ହେଲା, ଜିଲାରେ ଅଧିକ ପରିମାଣରେ ଏହି ଫଳ ଉପତ୍ାଦନ ହେଉଥିଲେ ମଧ୍ୟ ଚାଷୀ ସେମାନଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରୁ ନ ଥିବା କହିଛନ୍ତି ା ଜିଲା ବାହାରେ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରେ ସୀତାଫଳ କେଜି ପ୍ରତି ୧୫୦ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଠାରେ ସୀତାଫଳ ଝୁଡ଼ି ମାତ୍ର ୧୨୦ ରୁ ୧୩୦ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ଝୁଡ଼ିରେ ପ୍ରାୟ ୫୦ ରୁ ୬୦ ସୀତାଫଳ ରହୁଛି ା ଜିଲାରେ ଆବଶ୍ୟକ ବଜାର ସୁବିଧାର ଅଭାବ ଏବଂ ଏହି ଫଳ ଅଧିକ ଦିନ ବାହାରେ ରଖିବା ସମ୍ଭବ ହେଉ ନ ଥିବାରୁ ଚାଷୀ ନିରୁପାୟ ହୋଇ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ା ସୀତାଫଳ ପାଇଁ କୌଣସି ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନ ଥିବାରୁ ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଗରିବ ଆଦିବାସୀମାନେ ବସି ସୀତାଫଳ ବିକ୍ରି କରୁଛନ୍ତି ା ବିଶେଷକରି ସହରର କପିଳାସ ଛକଠାରୁ ସ୍ବାଗତ ହୋଟେଲ ଛକ ପର୍ଯ୍ୟନ୍ତ ସୀତାଫଳ ବିକ୍ରେତା ବସୁଥିବାରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତା ଗହଳି ରହୁଛି ା ଜିଲାରେ ଏଥିପାଇଁ ସ୍ବତନ୍ତ୍ର ବଜାର ସୁବିଧା, ସରକାରୀ ମୂଲ୍ୟ ଧାର୍ଯ୍ୟ ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଗଲେ ସ୍ଥାନୀୟ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଅଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି ା ଆଦିବାସୀଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟ ସହ ବଜାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓର୍‌ମାସ୍‌ ସଂସ୍ଥା ରହିଛି ା ଏ ନେଇ ଓର୍‌ମାସ୍‌ ସଂସ୍ଥା ଡେପୁଟି ସିଇଓ ମନୋଜ ପାତ୍ରଙ୍କୁ ପଚାରିବାରୁ ସୀତାଫଳ ପାଇଁ କୌଣସି ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ସୀତାଫଳ ସାଇଜ୍‌ ଭଲ ନ ଥିବାରୁ ଏହାକୁ ବାହାରେ ବ୍ୟବସାୟୀମାନେ ନାପସନ୍ଦ କରିଛନ୍ତି ା ଚଳିତ ଥର ୨ ଟ୍ରକ୍‌ ସୀତାଫଳ ବାରିପଦା ପଠାଯାଇଥିଲା। ହେଲେ ସୀତାଫଳ ଆକାର ଛୋଟ ରହିଥିବାରୁ ବ୍ୟବସାୟୀ ଏହାକୁ କିଣିବାକୁ ମନା କରିଦେଇଛନ୍ତି ା ଫଳରେ ଆର୍ଥିକ କ୍ଷତି ଘଟୁଛି ା ତେବେ ସୀତାଫଳ ଗଛରେ ଭଲଭାବେ ବଢ଼ିବା ପୂର୍ବରୁ ଏହାକୁ ତୋଳି ଦେଉଥିବାରୁ ଏହା ଛୋଟ ଆକାରର ରହୁଛି ଏବଂ ପାଚିବାରେ ବିଳମ୍ବ ହେଉଛି ବୋଲି ମନୋଜ ପାତ୍ର କହିଛନ୍ତି ା ତେବେ ଋତୁଜନିତ ଏହି ସୀତାଫଳ ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଗଲେ ଗରିବ ଆଦିବାସୀଙ୍କ ଜୀବନ ଜୀବିକା ନିର୍ବାହରେ ଏହି ଫଳ କିଛି ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri