ନାହିଁ ଶୀତଳଭଣ୍ଡାର, କ୍ଷତି ସହୁଛନ୍ତି ସୀତାଫଳ ଚାଷୀ

ରାୟଗଡ଼ା,୩।୯ (ଆଶିଷ ରଞ୍ଜନ ପଣ୍ଡା)ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳର ବେଶ୍‌ ଚାହିଦା ରହିଛି। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉପତ୍ାଦନ ଅଧିକ ହୋଇଥାଏ ା ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ ଉଚିତ ମୂଲ୍ୟ ପାଇ ନ ପାରି କ୍ଷତି ସହୁଥିବା ଅଭିଯୋଗ ହେଉଛି ା ଅନ୍ୟପକ୍ଷେ ସୀତାଫଳକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ନିମନ୍ତେ ଜିଲାରେ ଶୀତଳ ଭଣ୍ଡାର ସୁବିଧା ଏବଂ ବିକ୍ରି ନିମନ୍ତେ ଆବଶ୍ୟକ ବଜାର ଏବଂ ଉଚିତ ଦର ଧାର୍ଯ୍ୟର ବ୍ୟବସ୍ଥା ନ ଥିବାରୁ ଆଦିବାସୀ ଚାଷୀ ଅଭାବୀ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ା ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଏଠାରୁ କମ୍‌ ମୂଲ୍ୟରେ ଫଳ ନେଇ ଉଚ୍ଚ ଦରରେ ବିକ୍ରି କରି ଲାଭବାନ୍‌ ହେଉଥିବା ବେଳେ ସ୍ଥାନୀୟ ଚାଷୀ ଏହାର ଉପଯୁକ୍ତ ମୂଲ୍ୟ ପାଇ ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି।

ରାୟଗଡ଼ା ଜିଲାର ସୀତାଫଳ ବେଶ୍‌ ସ୍ବାଦିଷ୍ଟ ହୋଇଥିବାରୁ ବଜାରରେ ଏହାର ଚାହିଦା ଅଧିକ ା ମୁଖ୍ୟତଃ ରାୟଗଡ଼ା ସଦର ଓ କୋଲନରା ବ୍ଲକ ଅଞ୍ଚଳରେ ଅଧିକ ସୀତାଫଳ ଉପତ୍ାଦନ ହୋଇଥାଏ ା ରାୟଗଡ଼ା ବ୍ଲକର ମିରାବାଲି, କାରୁବାଇ, ଡାଙ୍ଗଲୋଡ଼ି, ବାଇସିଂ, ବୈରାଗିହାଲୁଆ, ପିପଲଗୁଡ଼ା ଅଞ୍ଚଳ ଏବଂ କୋଲନରା ବ୍ଲକର ଭୋଇମଡ଼ା, ମୁକୁନ୍ଦପୁର, ରୁପୁଣି, କୈଳାସପୁର, ବଡ଼ଖିଲାପଦର ଆଦି ଅଞ୍ଚଳର ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ସୀତାଫଳ ଗଛ ରହିଛି ା ତେଣୁ ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇଥାଏ। ଅଞ୍ଚଳବାସୀ ସୀତାଫଳକୁ ଝୁଡ଼ିରେ ସଂଗ୍ରହକରି ରାୟଗଡ଼ା, ଗୁଣପୁର ଏବଂ ଜେକେପୁର ବଜାରକୁ ନେଇ ବିକ୍ରି କରିଥାନ୍ତି। ଏହା ସେମାନଙ୍କ ପରିବାର ଚଳିବାରେ ସାମାନ୍ୟ ସହାୟକ ହୋଇଥାଏ। ପରିତାପର ବିଷୟ ହେଲା, ଜିଲାରେ ଅଧିକ ପରିମାଣରେ ଏହି ଫଳ ଉପତ୍ାଦନ ହେଉଥିଲେ ମଧ୍ୟ ଚାଷୀ ସେମାନଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରୁ ନ ଥିବା କହିଛନ୍ତି ା ଜିଲା ବାହାରେ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରେ ସୀତାଫଳ କେଜି ପ୍ରତି ୧୫୦ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଠାରେ ସୀତାଫଳ ଝୁଡ଼ି ମାତ୍ର ୧୨୦ ରୁ ୧୩୦ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ଝୁଡ଼ିରେ ପ୍ରାୟ ୫୦ ରୁ ୬୦ ସୀତାଫଳ ରହୁଛି ା ଜିଲାରେ ଆବଶ୍ୟକ ବଜାର ସୁବିଧାର ଅଭାବ ଏବଂ ଏହି ଫଳ ଅଧିକ ଦିନ ବାହାରେ ରଖିବା ସମ୍ଭବ ହେଉ ନ ଥିବାରୁ ଚାଷୀ ନିରୁପାୟ ହୋଇ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ା ସୀତାଫଳ ପାଇଁ କୌଣସି ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନ ଥିବାରୁ ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଗରିବ ଆଦିବାସୀମାନେ ବସି ସୀତାଫଳ ବିକ୍ରି କରୁଛନ୍ତି ା ବିଶେଷକରି ସହରର କପିଳାସ ଛକଠାରୁ ସ୍ବାଗତ ହୋଟେଲ ଛକ ପର୍ଯ୍ୟନ୍ତ ସୀତାଫଳ ବିକ୍ରେତା ବସୁଥିବାରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତା ଗହଳି ରହୁଛି ା ଜିଲାରେ ଏଥିପାଇଁ ସ୍ବତନ୍ତ୍ର ବଜାର ସୁବିଧା, ସରକାରୀ ମୂଲ୍ୟ ଧାର୍ଯ୍ୟ ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଗଲେ ସ୍ଥାନୀୟ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଅଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି ା ଆଦିବାସୀଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟ ସହ ବଜାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓର୍‌ମାସ୍‌ ସଂସ୍ଥା ରହିଛି ା ଏ ନେଇ ଓର୍‌ମାସ୍‌ ସଂସ୍ଥା ଡେପୁଟି ସିଇଓ ମନୋଜ ପାତ୍ରଙ୍କୁ ପଚାରିବାରୁ ସୀତାଫଳ ପାଇଁ କୌଣସି ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ସୀତାଫଳ ସାଇଜ୍‌ ଭଲ ନ ଥିବାରୁ ଏହାକୁ ବାହାରେ ବ୍ୟବସାୟୀମାନେ ନାପସନ୍ଦ କରିଛନ୍ତି ା ଚଳିତ ଥର ୨ ଟ୍ରକ୍‌ ସୀତାଫଳ ବାରିପଦା ପଠାଯାଇଥିଲା। ହେଲେ ସୀତାଫଳ ଆକାର ଛୋଟ ରହିଥିବାରୁ ବ୍ୟବସାୟୀ ଏହାକୁ କିଣିବାକୁ ମନା କରିଦେଇଛନ୍ତି ା ଫଳରେ ଆର୍ଥିକ କ୍ଷତି ଘଟୁଛି ା ତେବେ ସୀତାଫଳ ଗଛରେ ଭଲଭାବେ ବଢ଼ିବା ପୂର୍ବରୁ ଏହାକୁ ତୋଳି ଦେଉଥିବାରୁ ଏହା ଛୋଟ ଆକାରର ରହୁଛି ଏବଂ ପାଚିବାରେ ବିଳମ୍ବ ହେଉଛି ବୋଲି ମନୋଜ ପାତ୍ର କହିଛନ୍ତି ା ତେବେ ଋତୁଜନିତ ଏହି ସୀତାଫଳ ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଗଲେ ଗରିବ ଆଦିବାସୀଙ୍କ ଜୀବନ ଜୀବିକା ନିର୍ବାହରେ ଏହି ଫଳ କିଛି ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri