ଶ୍ରଦ୍ଧାଳୁଙ୍କୁ ମିଳିବନି ସୁଯୋଗ

ତାଳଚେର,୨୬ା୪(ନି.ପ୍ର.):  ମା’ ହିଙ୍ଗୁଳାଙ୍କ ବାର ମାସରେ ତେର ଯାତ୍ରା। ସେଥିରୁ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ଯାହାକୁ ହିଙ୍ଗୁଳା ଯାତ୍ରା କୁହାଯାଏ। ତାଳଚେରର ଇଷ୍ଟଦେବୀ ଗୋପାଳପ୍ରସାଦର ମା’ ହିଙ୍ଗୁଳା ବର୍ଷର ଅନ୍ୟ ସମୟରେ ନିରାକାର ରୂପରେ ପୂଜା ପାଉଥିବା ବେଳେ ଚୈତ୍ରମାସରେ ଅଗ୍ନି ରୂପରେ ଉଭାହୋଇ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ଠାରୁ ନବଦିନ ବ୍ୟାପୀ ପୂଜା ପାଇଥାନ୍ତି। ଏପ୍ରିଲ ୨୬ ସୋମବାରଠାରୁ ମା’ଙ୍କ ଏହି ସ୍ବତନ୍ତ୍ର ପୂଜା ଆରମ୍ଭ ହେବ। ପୂର୍ବାହ୍ନରେ ଦେହୁରୀ ପୂଜାର୍ଚ୍ଚନା କରିବେ। ଅପରାହ୍ନରେ ମା’ଙ୍କ ଆଲମକୁ ଉଭାସ୍ଥଳକୁ ନିଆଯିବ। ମେ’ ୪ ତାରିଖରେ ଶୀତୁଳା ପର୍ବ ସହ ମା’ଙ୍କ ସ୍ବତନ୍ତ୍ର ପୂଜା ସମାପନ ହେବ। ପ୍ରତିବର୍ଷ ଅଗ୍ନିରୂପୀ ମା’ଙ୍କ ଏହି ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିସହ ୯ ଦିନ ଧରି ଲୋକ ମହୋତ୍ସବ ଏହାକୁ ଅଧିକ ଆକର୍ଷଣୀୟ କରିଥାଏ। ସ୍ଥାନୀୟ କଳାକାରଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ଏଠାକୁ ଆସି କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ସ୍ଥାନୀୟ ଓ ବାହାରର ବହୁ ବ୍ୟବସାୟୀ ଏହି ୯ ଦିନରେ ଭଲ ରୋଜଗାର କରିଥାନ୍ତି। କିନ୍ତୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମା’ଙ୍କ ପୂଜାବିଧି କରାଯିବ। କୌଣସି ଶ୍ରଦ୍ଧାଳୁ ପୀଠ କି ଉଭାସ୍ଥଳକୁ ଯାଇପାରିବେ ନାହିଁ। ଏ ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିବା ସହ ପୋଲିସ ମୁତୟନ କରାଯାଇଛି। ଫଳରେ ଦର୍ଶନରୁ ବଞ୍ଚିତ ହେବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି।

ଭକ୍ତ, ଅଞ୍ଚଳବାସୀ ସହଯୋଗ କରନ୍ତୁ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କଟକଣା ଲଗାଇଛି। ଯେପରି କୌଣସି ଭକ୍ତ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ, ସେଥିପାଇଁ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଭକ୍ତ ଓ ଅଞ୍ଚଳବାସୀ ସହଯୋଗ କରନ୍ତୁ।
-ରଜନୀକାନ୍ତ ସ୍ବାଇଁ, ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି

କେବଳ ନୀତିକାନ୍ତିରେ ସୀମିତ
ମହାମାରୀ ବ୍ୟାପୁଥିବାରୁ ମା’ଙ୍କ ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରହିବ। ତେଣୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ ନାହିଁ। ଏଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଆସନ୍ତା ବର୍ଷ ହିଙ୍ଗୁଳା ଯାତ୍ରା ଭଲରେ ହେଉ, ଏତିକି କାମନା କରାଯାଉଛି।
-ରାଜେନ୍ଦ୍ର ପ୍ରସାଦ ସିଂହ, ଟ୍ରଷ୍ଟ ସଦସ୍ୟ ତଥା ରାଜାଙ୍କ ପ୍ରତିନିଧି

୨ ବର୍ଷ ହେଲା ବେପାର ବନ୍ଦ
ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ବହୁ ବ୍ୟବସାୟୀଙ୍କ ଭାତହାଣ୍ଡି। ଏହି ୯ଦିନ ବ୍ୟବସାୟୀମାନେ ଭଲ ବେପାର କରିଥାନ୍ତି। କିନ୍ତୁ ୨ବର୍ଷ ହେଲା କରୋନା କାରଣରୁ ଭକ୍ତଙ୍କ ସମାଗମ କି ବ୍ୟବସାୟକୁ ଅନୁମତି ନାହିଁ। ଏଥିଯୋଗୁ ବହୁ କ୍ଷତି ସହୁଛୁ।
-ରୋହିତ କୁମାର ସାହୁ, ବ୍ୟବସାୟୀ, ତାଳଚେର

ଅଗଣିତ ଶ୍ରଦ୍ଧାଳୁ ମର୍ମାହତ
କୋଭିଡ୍‌ ପାଇଁ ବିନା ଭକ୍ତରେ ମା’ଙ୍କ ବାର୍ଷିକ ଯାତ୍ରା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି। କିନ୍ତୁ ପରିସ୍ଥିତି ଯାହା ପ୍ରଶାସନର ନିଷ୍ପତ୍ତିକୁ ସମସ୍ତେ ମାନିବା ଦରକାର। ତେବେ ପ୍ରଶାସନ ଯାତ୍ରାର ସିଧାପ୍ରସାରଣ କଲେ ଭକ୍ତମାନେ ଆନନ୍ଦିତ ହୁଅନ୍ତେ।
-ବିଭୂତି ଭୂଷଣ ସ୍ବାଇଁ, ଶ୍ରଦ୍ଧାଳୁ, ତାଳଚେର

ରଥଯାତ୍ରା ପରି ସିଧା ପ୍ରସାରଣ କରାଯାଉ
ପ୍ରତିବର୍ଷ ହିଙ୍ଗୁଳା ଯାତ୍ରାକୁ ହଜାର ହଜାର ଭକ୍ତ ଅପେକ୍ଷା କରିଥାନ୍ତି। କୋଭିଡ୍‌ କାରଣରୁ ଦୁଇବର୍ଷ ହେଲା ମା’ଙ୍କ ସ୍ବତନ୍ତ୍ର ପୂଜା ଦର୍ଶନରୁ ସମସ୍ତେ ବଞ୍ଚିତ ହେଉଛନ୍ତି। ରଥଯାତ୍ରା ପରି ହିଙ୍ଗୁଳା ଯାତ୍ରାର ସିଧା ପ୍ରସାରଣ କରାଗଲେ ଅଗ୍ନିରୂପାଙ୍କ ଦିବ୍ୟଦର୍ଶନ ମିଳିପାରନ୍ତା।
-ନରେନ୍ଦ୍ର କୁମାର ପାଇକରାୟ, ଶ୍ରଦ୍ଧାଳୁ, ତାଳଚେର

ଆଗାମୀ ବର୍ଷକୁ ଅପେକ୍ଷା
ପିଲାବେଳୁ ମା’ଙ୍କ ଯାତ୍ରା ଦେଖି ଆସୁଛୁ। କିନ୍ତୁ କରୋନା ଯୋଗୁ ୨ ବର୍ଷ ହେଲା ଏହି ନବଦିନ ବ୍ୟାପୀ ସ୍ବତନ୍ତ୍ର ପୂଜା ଦେଖିବାରୁ ବଞ୍ଚିତ ହେବାକୁ ପଡ଼ୁଛି। ଏହା ସମସ୍ତଙ୍କ ପାଇଁ ନୈରାଶ୍ୟଜନକ। ମା’ ଏହି ମହାମାରୀରୁ ରକ୍ଷା କରନ୍ତୁ। ଆଗାମୀ ବର୍ଷକୁ ଅପେକ୍ଷା।
-ସସ୍ମିତା ପ୍ରଧାନ, ଶ୍ରଦ୍ଧାଳୁ, ତାଳଚେର

ଘରେ ରହି ମା’ଙ୍କୁ ପ୍ରାର୍ଥନା କରିବା
ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପ୍ରଶାସନ କଟକଣା ଲଗାଇବାକୁ ବାଧ୍ୟ ହୋଇଛି। ତେଣୁ ସରକାରଙ୍କ ନିୟମ ମାନି ଭକ୍ତମାନେ ଘରେ ସୁରକ୍ଷିତ ରହି ମା’ଙ୍କୁ ସ୍ମରଣ କରନ୍ତୁ। ଏହି ଜଟିଳ ପରିସ୍ଥିତିରୁ ମା’ ସମସ୍ତଙ୍କୁ ରକ୍ଷା କରନ୍ତୁ ଏହା ପ୍ରାର୍ଥନା କରନ୍ତୁ।
– ସୁଧାକର ସାହୁ, ଶ୍ରଦ୍ଧାଳୁ, ତାଳଚେର

ଉଭାସ୍ଥଳରେ ଦର୍ଶନ କରିପାରୁନୁ
ଦୁଇ ବର୍ଷ ହେଲା ମା’ ଅଗ୍ନିରୂପ ଅନ୍ୟ ସ୍ଥାନରେ ଉଭା ହେଉଥିଲେ ମଧ୍ୟ ସେଠାକୁ ଯାଇ ଦର୍ଶନ କରିପାରୁନୁ। ଗତବର୍ଷ ଏଥିରୁ ବଞ୍ଚିତ ହୋଇଥିବାରୁ ଚଳିତବର୍ଷ ଆଶା ଥିଲା। ହେଲେ କୋଭିଡ୍‌ ଦ୍ୱିତୀୟ ଲହର ତାହା ମଧ୍ୟ କରାଇ ଦେଲାନି। ପୁଣି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ।
-ପାର୍ବତୀ ବାଘ, ବଡ଼ହୀରା, କଣିହଁା


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri