ଭତ୍ତିଭୂମି ଅଛି, ଘୋଷଣା ହୋଇପାରୁନାହିଁ : ଘୁମୁସର ଜିଲା ଦାବିରେ ତହସିଲଦାରଙ୍କୁ ଦାବିପତ୍ରଭ

ଞ୍ଜନଗର,୧୨।୯(ବାବୁଲା ପ୍ରଧାନ): ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ ସୀମା ପୁନଃ ନିର୍ଧାରଣ କରିବାକୁ ସରକାର ଯାଉଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କିଛି ନୂଆ ମ୍ୟୁନିସିପାଲଟି ଓଏନଏସି ଘୋଷଣା କରିଛନ୍ତି। ଆଗକୁ ପଞ୍ଚାୟତ ଓ ବ୍ଲକ ସଂଖ୍ୟା ବଢିବ। ଏଥିସହ ସୀମା ପୁନଃ ନିର୍ଦ୍ଧାରଣ
ପୂର୍ବରୁ କିମ୍ବା ପରେ ଜିଲା ସଂଖ୍ୟା ବଢିବା ଦୃଢ଼ ସମ୍ଭାବନା ରହିଛି। ଇତିମଧ୍ୟରେ  ଜିଲା ଘୋଷଣା କରିବା ନେଇ ମଧ୍ୟ ଜଣେ ମନ୍ତ୍ରୀ ସବୁଜ ସଙ୍କେତ ଦେଇଛନ୍ତି। ତେଣୁ ବିଭିନ୍ନ ଅଞ୍ଚଳରେ ବ୍ଲକ, ଉପଖଣ୍ଡ, ଜିଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଧିରେ ଧିରେ ବୃଦ୍ଧି ପାଉଛି। ଏହିଭଳି ଭଞ୍ଜନଗର ଉପଖଣ୍ଡ ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଜିଲା ମାନ୍ୟତାରୁ ବଞ୍ଚିତ ହୋଇଛି। ତେଣୁ ଆଗକୁ ଏହି ସୁଯୋଗ ପୁନର୍ବାର ଯେଭଳି ହାତ ଛଡା ନହେବ ସେଥିପାଇଁ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସତର୍କ ହୋଇ ଆନ୍ଦୋଳନ ଆରମ୍ଭ କରିଦେଲେଣି। ଏହିଭଳି ଶୁକ୍ରବାର ଏ ସଂକ୍ରାନ୍ତରେ ଘୁମୁସର ବାହିନୀ ପକ୍ଷରୁ ବିଭିନ୍ନ ସଂଗଠନକୁ ସାମିଲ କରି ଜିଲାଦାବି ସମ୍ପର୍କିତ ଯଥାର୍ଥତା ନେଇ ଏକ ତଥ୍ୟ ସମ୍ବଳିତ ଦାବିପତ୍ର ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କୁ ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ରାଜସ୍ବ, ଅର୍ଥ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଦକ୍ଷିଣାଞ୍ଚଳ ଆୟୁକ୍ତ, ଜିଲାପାଳ ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଗଞ୍ଜାମ ଜିଲାର ବଡ଼ ଭୂଖଣ୍ଡ ଭାବେ ପରିଚିତ ଭଞ୍ଜନଗର ଉପଖଣ୍ଡକୁ ସ୍ବତନ୍ତ୍ର ଘୁମୁସର ଜିଲା ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିବା ବେଳେ ରାଜସ୍ବ  ମନ୍ତ୍ରୀଙ୍କ ନୂତନ ଜିଲା ଗଠନ ସମ୍ପର୍କରେ ସବୁଜ ସଙ୍କେତ  ସଂଗଠନ ଗୁଡିକୁ ସ୍ବର ଉତ୍ତୋଳନ ପାଇଁ ଇନ୍ଧନ ଯୋଗାଇଛି। ସାମାଜିକ,ସାଂସ୍କୃତିକ,ରାଜନୈତିକ ଓ ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ଉପଖଣ୍ଡ ଅଧିନ ୮ ଟି ବ୍ଲକ ଓ ୫ ଟି ଏନଏସିସ୍‌କୁ ନେଇ ସ୍ବତନ୍ତ୍ର ଘୁମୁସର ଜି୍ଲାପାଇଁ ଯୋଗ୍ୟ ଅଟେ । ଏଥି ସହିତ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରୁ ଜିଲା ମୁଖ୍ୟାଳୟ ଛତ୍ରପୁର ୧୫୦ କି.ମି । ଜିଲାପାଳଙ୍କ କାଯ୍ୟାଳୟକୁ କୌଣସି କାର୍ଯ୍ୟରେ ଯାଇ ପୁଣି ସେହି ଦିନ ଫେରିବା କୌଣସି ବ୍ୟକ୍ତି ବିଶେଷ ପକ୍ଷରେ ସମ୍ଭବ ନୁହେଁ । ଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଲା ଗଠନ ନିମନ୍ତେ ଜନସାଧାରଣଙ୍କ ଆନ୍ତରିକତା ଓ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ଜିଲା ଘୋଷଣା କରିବା ସମୟରେ ଘୁମୁସର ଜଲାଗଠନକୁ ପ୍ରାଥମିକତା ଦେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ପାଇଁ ତହସିଲଦାର ମାନଙ୍କୁ ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ତହସିଲଦାର ମାନଙ୍କୁ ଅବଗତ କରାଯାଇଥିବା ବେଳେ ଅନ୍ୟ ତହସିଲଦାରମାନଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ଘୁମୁସର ବାହିନୀ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ବେଳେ ବିପଦର ବନ୍ଧୁ,ରାଧାକୃଷ୍ଣ ପାଠାଗାର, କବି ସମ୍ରାଟ ମିଡିଆ କ୍ଳବ,ଘୁମୁସର ଲେଖିକା ସଂସଦ,ରାଧାକୃଷ୍ଣ ନଦିଆ ସଂଘ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ, ରୋଟାରୀ କ୍ଳବ,ଓଡ୍ର କାଳଞ୍ଜି ସମାଜ,ସାମ୍ବାଦିକ ସଂଘ, ବେଲଗୁଣ୍ଠା ବଣିକ ସଂଘ, ମିଡିଆ କ୍ଳବ, ଅଟୋ ଆସୋସିଏଶନ,ଗୋପବନ୍ଧୁ ଚାରି ଟ୍ରେବଲ ଟ୍ରଷ୍ଟ ସମେତ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା  ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri