ଭତ୍ତିଭୂମି ଅଛି, ଘୋଷଣା ହୋଇପାରୁନାହିଁ : ଘୁମୁସର ଜିଲା ଦାବିରେ ତହସିଲଦାରଙ୍କୁ ଦାବିପତ୍ରଭ

ଞ୍ଜନଗର,୧୨।୯(ବାବୁଲା ପ୍ରଧାନ): ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ ସୀମା ପୁନଃ ନିର୍ଧାରଣ କରିବାକୁ ସରକାର ଯାଉଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କିଛି ନୂଆ ମ୍ୟୁନିସିପାଲଟି ଓଏନଏସି ଘୋଷଣା କରିଛନ୍ତି। ଆଗକୁ ପଞ୍ଚାୟତ ଓ ବ୍ଲକ ସଂଖ୍ୟା ବଢିବ। ଏଥିସହ ସୀମା ପୁନଃ ନିର୍ଦ୍ଧାରଣ
ପୂର୍ବରୁ କିମ୍ବା ପରେ ଜିଲା ସଂଖ୍ୟା ବଢିବା ଦୃଢ଼ ସମ୍ଭାବନା ରହିଛି। ଇତିମଧ୍ୟରେ  ଜିଲା ଘୋଷଣା କରିବା ନେଇ ମଧ୍ୟ ଜଣେ ମନ୍ତ୍ରୀ ସବୁଜ ସଙ୍କେତ ଦେଇଛନ୍ତି। ତେଣୁ ବିଭିନ୍ନ ଅଞ୍ଚଳରେ ବ୍ଲକ, ଉପଖଣ୍ଡ, ଜିଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଧିରେ ଧିରେ ବୃଦ୍ଧି ପାଉଛି। ଏହିଭଳି ଭଞ୍ଜନଗର ଉପଖଣ୍ଡ ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଜିଲା ମାନ୍ୟତାରୁ ବଞ୍ଚିତ ହୋଇଛି। ତେଣୁ ଆଗକୁ ଏହି ସୁଯୋଗ ପୁନର୍ବାର ଯେଭଳି ହାତ ଛଡା ନହେବ ସେଥିପାଇଁ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସତର୍କ ହୋଇ ଆନ୍ଦୋଳନ ଆରମ୍ଭ କରିଦେଲେଣି। ଏହିଭଳି ଶୁକ୍ରବାର ଏ ସଂକ୍ରାନ୍ତରେ ଘୁମୁସର ବାହିନୀ ପକ୍ଷରୁ ବିଭିନ୍ନ ସଂଗଠନକୁ ସାମିଲ କରି ଜିଲାଦାବି ସମ୍ପର୍କିତ ଯଥାର୍ଥତା ନେଇ ଏକ ତଥ୍ୟ ସମ୍ବଳିତ ଦାବିପତ୍ର ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କୁ ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ରାଜସ୍ବ, ଅର୍ଥ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଦକ୍ଷିଣାଞ୍ଚଳ ଆୟୁକ୍ତ, ଜିଲାପାଳ ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଗଞ୍ଜାମ ଜିଲାର ବଡ଼ ଭୂଖଣ୍ଡ ଭାବେ ପରିଚିତ ଭଞ୍ଜନଗର ଉପଖଣ୍ଡକୁ ସ୍ବତନ୍ତ୍ର ଘୁମୁସର ଜିଲା ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିବା ବେଳେ ରାଜସ୍ବ  ମନ୍ତ୍ରୀଙ୍କ ନୂତନ ଜିଲା ଗଠନ ସମ୍ପର୍କରେ ସବୁଜ ସଙ୍କେତ  ସଂଗଠନ ଗୁଡିକୁ ସ୍ବର ଉତ୍ତୋଳନ ପାଇଁ ଇନ୍ଧନ ଯୋଗାଇଛି। ସାମାଜିକ,ସାଂସ୍କୃତିକ,ରାଜନୈତିକ ଓ ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ଉପଖଣ୍ଡ ଅଧିନ ୮ ଟି ବ୍ଲକ ଓ ୫ ଟି ଏନଏସିସ୍‌କୁ ନେଇ ସ୍ବତନ୍ତ୍ର ଘୁମୁସର ଜି୍ଲାପାଇଁ ଯୋଗ୍ୟ ଅଟେ । ଏଥି ସହିତ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରୁ ଜିଲା ମୁଖ୍ୟାଳୟ ଛତ୍ରପୁର ୧୫୦ କି.ମି । ଜିଲାପାଳଙ୍କ କାଯ୍ୟାଳୟକୁ କୌଣସି କାର୍ଯ୍ୟରେ ଯାଇ ପୁଣି ସେହି ଦିନ ଫେରିବା କୌଣସି ବ୍ୟକ୍ତି ବିଶେଷ ପକ୍ଷରେ ସମ୍ଭବ ନୁହେଁ । ଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଲା ଗଠନ ନିମନ୍ତେ ଜନସାଧାରଣଙ୍କ ଆନ୍ତରିକତା ଓ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ଜିଲା ଘୋଷଣା କରିବା ସମୟରେ ଘୁମୁସର ଜଲାଗଠନକୁ ପ୍ରାଥମିକତା ଦେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ପାଇଁ ତହସିଲଦାର ମାନଙ୍କୁ ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ତହସିଲଦାର ମାନଙ୍କୁ ଅବଗତ କରାଯାଇଥିବା ବେଳେ ଅନ୍ୟ ତହସିଲଦାରମାନଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ଘୁମୁସର ବାହିନୀ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ବେଳେ ବିପଦର ବନ୍ଧୁ,ରାଧାକୃଷ୍ଣ ପାଠାଗାର, କବି ସମ୍ରାଟ ମିଡିଆ କ୍ଳବ,ଘୁମୁସର ଲେଖିକା ସଂସଦ,ରାଧାକୃଷ୍ଣ ନଦିଆ ସଂଘ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ, ରୋଟାରୀ କ୍ଳବ,ଓଡ୍ର କାଳଞ୍ଜି ସମାଜ,ସାମ୍ବାଦିକ ସଂଘ, ବେଲଗୁଣ୍ଠା ବଣିକ ସଂଘ, ମିଡିଆ କ୍ଳବ, ଅଟୋ ଆସୋସିଏଶନ,ଗୋପବନ୍ଧୁ ଚାରି ଟ୍ରେବଲ ଟ୍ରଷ୍ଟ ସମେତ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା  ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri