ପ୍ଲାଜ୍‌ମା ଥେରାପି ଚିକିତ୍ସା ଉପରେ ବଢୁଛି ଭରସା

ବାଲେଶ୍ୱର ଅଫିସ,୬।୫:  ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଦିନକୁ ଦିନ ଭରସା ବଢୁଛି। ଗତ ୨୦୨୦ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ କରିଥିଲେ। ଏହା ଦ୍ୱାରା ଉତ୍ତରଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର କରୋନା ଆକ୍ରାନ୍ତ ଏହି ସେବା ପାଇପାରୁଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ପାଇଁ ଆଉ କଟକ ବଡ଼ ଡାକ୍ତରଖାନା ଯିବାକୁ ପଡୁନାହଁି। ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ଲାଜମା ବ୍ୟାଙ୍କରେ ୬୯ ୟୁନିଟ୍‌ ପ୍ଲାଜମା ଗଚ୍ଛିତ ରହିଛି। ଯେଉଁ ଆକ୍ରାନ୍ତ ଅଧିକ ଅସୁସ୍ଥ ହେବେ ସେମାନଙ୍କୁ ତୂରନ୍ତ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି।
କରୋନା ସଂକ୍ରମିତଙ୍କ ରୋଗ ପ୍ରତିଷେଧକ ଶକ୍ତି କମିବା ଦ୍ୱାରା ସେମାନେ ଗୁରୁତର ହୋଇଥାନ୍ତି। ବିଶେଷ କରି କରୋନାର ଦ୍ୱିତୀୟ ଲହରରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ମାତ୍ରାରେ କମୁଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ଯଦି ଠିକ୍‌ ସମୟରେ କୋଭିଡ୍‌ ସଂକ୍ରମିତଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଏ ତା’ହେଲେ, ସେମାନେ ସୁସ୍ଥ ହୋଇପାରିବେ। ପୂର୍ବରୁ ସ୍ପାନିସ୍‌ ଫ୍ଲୁ ଠାରୁ ଆରମ୍ଭ କରି ଇବୋଲା ପର୍ଯ୍ୟନ୍ତ ସମସ୍ତ ମହାମାରୀରେ ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି। ଏମିତିକି କରୋନା ପ୍ରଥମ ଲହର ସମୟରେ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ୱାରା ସୁସ୍ଥ କରାଯାଇଛି। ଏହାଦ୍ୱାରା ପାଖାପାଖି ୮୦% ରୋଗୀ ସୁସ୍ଥ ହେଉଥିବା ଚିକିତ୍ସା ବିଶେଷଜ୍ଞଙ୍କ ମତରୁ ଜଣାପଡ଼ିଛି। କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବାର ୧୪ଦିନ ପରେ ଜଣେ ପ୍ଲାଜମା ଦାନ କରିପାରିବ। ଏଥିସହିତ କୋଭିଡ୍‌ର ଶେଷ ଟିକା ନେବାର ୨୮ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇପାରିବ। ଥରେ ପ୍ଲାଜମା ଦେବାର ୧୫ଦିନ ପରେ ପୁଣି ଥରେ ସେହି ବ୍ୟକ୍ତି ପ୍ଳାଜମା ଦାନ କରିପାରିବେ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କହନ୍ତି, ଗତ ୨୦୨୦ ମସିହାରେ ଜିଲାକୁ ୫୯ ୟୁନିଟ୍‌ ପ୍ଲାଜମା ମିଳିଥିବା ବେଳେ ପ୍ଲାଜମା ଥେରାପି ଦ୍ୱାରା ୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଚଳିତବର୍ଷ ପ୍ଲାଜମା ବ୍ୟାଙ୍କକୁ ଆଉ ୩୮ ୟୁନିଟ୍‌ ପ୍ଲାଜମା ପ୍ରଦାନ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଶହ ୟୁନିଟ୍‌ ପ୍ଲାଜମା ରହିବା ଭଳି ବିଯୁକ୍ତ ୪୦ଡିଗ୍ରୀ ସେଲସିୟସ୍‌ର ଫ୍ରିଜର୍‌ ରଖାଯାଇଛି। ଦିନକୁ ଦିନ ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ଆବଶ୍ୟକତା ଅନୁଯାୟୀ ଅଧିକ ପ୍ଲାଜମା ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri