ଆଗ ଥଇଥାନ, ପରେ ଉଚ୍ଛେଦ

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବିଭିନ୍ନ ପଡ଼ାରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଗୋଟିଏ ପଟେ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ଥିବା ଯୋଗୁ ସହରବାସୀଙ୍କ ଦୀର୍ଘବର୍ଷର ଦାବି ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରି ନ ଥିବାବେଳେ ଅନ୍ୟସ୍ଥାନରେ ଜବରଦଖଲରେ ରହିଥିବା ଗରିବ ଲୋକଙ୍କ ଘର, ଉଠା ଦୋକାନକୁ ହଟାଇ ଦିଆଯାଉଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଖେଇ ଆସୁଥିବାବେଳେ ବିନା ଥଇଥାନରେ ଏଭଳି ଉଚ୍ଛେଦରେ ପ୍ରଭାବିତ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ବୁଧବାର ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ.୧୪ ମାଷ୍ଟରଟିକ୍ରାରେ ରହୁଥିବା ଲୋକେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ଠିକ୍‌ଭାବେ ଥଇଥାନ କରି ଉଚ୍ଛେଦ କରିବା ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଦୀର୍ଘବର୍ଷ ହେଲା ମାଷ୍ଟରଟିକ୍ରାରେ ଘର କରି ରହୁଛନ୍ତି। ପଡ଼ାରେ ୩୯ପରିବାର ରହୁଛନ୍ତି। ସେମାନେ ସମସ୍ତେ ଭୂମିହୀନ, ଗରିବ, ଅନୁସୂଚିତ ଜାତି ଓ ଶ୍ରମଜୀବି ଶ୍ରେଣୀର ଅଟନ୍ତି। ପୂର୍ବପୁରୁଷ ଅମଳରୁ ଘରଦ୍ୱାର କରି ପରିବାର ସହିତ ଏବଂ କୁଲି, ମଜୁରୀ କରି ସମସ୍ତେ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ସେଠାରେ ରହି ସେମାନଙ୍କ ପିଲାଛୁଆ ମଧ୍ୟ ସ୍ଥାନୀୟ ସ୍କୁଲ, କଲେଜରେ ପଢ଼ୁଛନ୍ତି। ମାତ୍ର ମଙ୍ଗଳବାର ସେମାନେ ରହୁଥିବା ପଡ଼ାକୁ ଉଚ୍ଛେଦ କରାଯିବ ବୋଲି ଡାକବାଜି ଯନ୍ତ୍ରରେ ସୂଚନା ଦେବା ସହିତ ୪୮ଘଣ୍ଟା ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍‌ ସେମାନଙ୍କ ଘର ଭାଙ୍ଗି ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଏଭଳି କରାଗଲେ ସେମାନଙ୍କ ଜୀବନ, ଜୀବିକା ଉଜୁଡ଼ି ଯିବା ସହିତ ପିଲାଛୁଆଙ୍କ ପାଠପଢ଼ା ଏବଂ ବୃଦ୍ଧାବୃଦ୍ଧ ମା, ବାପାଙ୍କ ଚିକିତ୍ସା ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ପଡ଼ାବାସୀ କହିଛନ୍ତି। ଏହି ଦୃଷ୍ଟିରୁ ଉଚ୍ଛେଦ ପୂର୍ବରୁ ଥଇଥାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଉଚ୍ଛେଦ ପାଇଁ ୪୮ଘଣ୍ଟା ବଦଳରେ ଅତିକମ୍‌ରେ ୬ମାସ ସମୟ ଦିଆଯାଉ ବୋଲି ପଡ଼ାବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ପଡ଼ାର ଯୋଗେନ୍ଦ୍ର ସାଗର, ଅକ୍ଷୟ କୁମାର ନାଗ, ଗୋପି ମହାନନ୍ଦ, ରୀନା ବିଭାର, ଡିଲେଶ୍ୱରୀ ନାଗ, ସୁଷମା ସାଗର ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଆମ୍‌ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସମ୍ପାଦକ ଭବାନୀ ପ୍ରସାଦ ସାହୁ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ…

ଲାଗୁ ହେଲା ESMA, ହେଲେ କାହିଁକି କେନ୍ଦ୍ର ସରକାର ନେଲେ ଏତେବଡ଼ ନିଷ୍ପତ୍ତି? କ’ଣ ଏହି ESMA

ନୂଆଦିଲ୍ଲୀ,୧୦।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ପାକିସ୍ତାନ ଏବଂ ବାଂଲାଦେଶ ସମେତ ବିଶ୍ୱର…

ମୋମୋ ଖାଇ ଭାଇ-ଭଉଣୀଙ୍କ ମୃତ୍ୟୁ! ମୃତଦେହ ନୀଳ…

ନୂଆଦିଲ୍ଲୀ,୧୦।୩: ପଞ୍ଜାବର ତରନ ତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ସନ୍ଦେହଜନକ ପରିସ୍ଥିତିରେ ଦୁଇ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।…

ଏହି ଦିନ ନିଜ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ, ବଡ଼ ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ, ଟିମ ଇଣ୍ଡିଆର ଷ୍ଟାର…

ଟ୍ରମ୍ପଙ୍କ ଧମକକୁ ଖାତିର୍‌ କଲାନି ଇରାନ, ବଡ଼ ଚେତାବନୀ ଦେଇ କହିଲା- ଭୁଶୁଡ଼ିଯିବ…

ଓ୍ବାଶିଂଟନ୍‌,୧୦।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି…

ମିଳୁନି ଗ୍ୟାସ, ବନ୍ଦ ହେଲା ଶ୍ମଶାନ ଘାଟ! ଯୁଦ୍ଧକୁ ନେଇ ଉପୁଜିଲାଣି ଭୟଙ୍କର ପରିସ୍ଥିତି

ବେଙ୍ଗାଲୁରୁ,୧୦।୩: ହଠାତ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ନାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri