‘ନାଁ ବଦଳାଇଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି’, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା

ଭୁବନେଶ୍ବର,୨୬।୭: ବିଜେଡି ସରକାରଙ୍କ ଯୋଜନାର ନାଁ ବଦଳିବା ନେଇ ଗୃହରେ ଉଦବେଗ୍‌ ପ୍ରକାଶ ପାଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ୍ୟ ଠପ୍‌ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶ ମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି । କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ କାମ ହେଉନାହିଁ । ଯେଉଁଠି କାମ ସରିଛି ବିଲ୍‌ ମଧ୍ୟ ହେଉନାହିଁ। ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ବିଧାୟକ ବେହେରା ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି । କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ତାଙ୍କୁ କାଉଣ୍ଟ କରି ଭାଜପା ବିଧାୟକ ଆଶ୍ରିତ ପଟ୍ଟନାୟକ
କହିଛନ୍ତି , ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା । ଗାଁରେ ଭୋଟ କିଣିବା ପାଇଁ ଏହି ଯୋଜନା ଥିଲା । ଏହି ଯୋଜନା ନୀତି ଭ୍ରଷ୍ଟ, ଦୁର୍ନୀତି ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍‌ କରାଯାଇଛି ବୋଲି । ବିଧାୟକ ପଟ୍ଟନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଟ୍ରମ୍ପଙ୍କୁ ଝଟ୍‌କା, ଏତେ କିମଯିବ ସୁନାଦର! ରେଟ୍‌ ଶୁଣିଲେ ନାଚି ଉଠିବେ ଆପଣ…

ନୂଆଦିଲ୍ଲୀ,୨୨।୨: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କକୁ ପ୍ରତ୍ୟାହାର କରିଦେଇଛନ୍ତି। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ଟ୍ରମ୍ପ ସମସ୍ତ…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri